‘ର’ ଅକ୍ଷର ସହ ରହିଛି ରାମନାଥଙ୍କ ବିଶେଷ ସଂଯୋଗ: ଜାଣନ୍ତୁ କିଛି ଜଣା ଆଜଣା କଥା

ଲକ୍ଷ୍ନୌ: ‘ର’ ରୁ ଆରମ୍ଭ ଦେଶର ୧୪ତମ ରାଷ୍ଟ୍ରପତି ରାମନାଥ ବୋବିନ୍ଦଙ୍କ ନାଁ। କେବଳ ନାଁ ନୁହେଁ ‘ର’ ଅକ୍ଷର ସହ ରାମନାଥ କୋବିନ୍ଦଙ୍କର ସମ୍ପର୍କ ପୂର୍ବରୁ ରହିଛି। ଏହି ଅକ୍ଷର ରାମନାଥଙ୍କ ଜୀବନ ପାଇଁ ସ୍ୱତନ୍ତ୍ର। କାରଣ ‘ର’ ରୁ ରାମନାଥ, ‘ର’ ରୁ ରାଜ୍ୟସଭା, ‘ର’ ରୁ ରାଜ୍ୟପାଳ ପଦ ସମ୍ଭାଳିବା ପରେ ‘ର’ରୁ ରାଇସିନା ହିଲ୍‌ ସ୍ଥିତ ରାଷ୍ଟ୍ରପତି ଭବନରେ ରହୁଛନ୍ତି। ଭାରତରେ ୧୪ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ରାମନାଥ କୋବିନ୍ଦଙ୍କ […]

ramnath-

Rakesh Mallick
  • Published: Wednesday, 26 July 2017
  • , Updated: 26 July 2017, 05:42 PM IST

ଲକ୍ଷ୍ନୌ: ‘ର’ ରୁ ଆରମ୍ଭ ଦେଶର ୧୪ତମ ରାଷ୍ଟ୍ରପତି ରାମନାଥ ବୋବିନ୍ଦଙ୍କ ନାଁ। କେବଳ ନାଁ ନୁହେଁ ‘ର’ ଅକ୍ଷର ସହ ରାମନାଥ କୋବିନ୍ଦଙ୍କର ସମ୍ପର୍କ ପୂର୍ବରୁ ରହିଛି। ଏହି ଅକ୍ଷର ରାମନାଥଙ୍କ ଜୀବନ ପାଇଁ ସ୍ୱତନ୍ତ୍ର। କାରଣ ‘ର’ ରୁ ରାମନାଥ, ‘ର’ ରୁ ରାଜ୍ୟସଭା, ‘ର’ ରୁ ରାଜ୍ୟପାଳ ପଦ ସମ୍ଭାଳିବା ପରେ ‘ର’ରୁ ରାଇସିନା ହିଲ୍‌ ସ୍ଥିତ ରାଷ୍ଟ୍ରପତି ଭବନରେ ରହୁଛନ୍ତି। ଭାରତରେ ୧୪ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ରାମନାଥ କୋବିନ୍ଦଙ୍କ ଜୀବନେର ‘ର’ ଅକ୍ଷର ଏକ ସ୍ୱତନ୍ତ୍ରତା ବହନ କରେ।

କେବଳ ଏତିକି ନୁହେଁ ଇତିହାସର ପୃଷ୍ଠା ଓଲଟାଇ ଦେଖିଲେ ଆମେ ଜାଣିବା ଯେ ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦଙ୍କ ଠାରୁ ଆରମ୍ଭ କରି ରାମନାଥ ପର୍ଯ୍ୟନ୍ତ ଅନେକ ରାଷ୍ଟ୍ରପତିଙ୍କର ନାଁ ‘ର’ ଅକ୍ଷରରୁ ଆରମ୍ଭ ହୋଇଛି। ଅଥବା ନାଁରେ ‘ର’ ଅକ୍ଷର  ସାମିଲ ରହିଛି।

ନୁଆ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜନ୍ମ ୧ ଅକ୍ଟୋବର ଦିନ କାନପୁରରେ ଦେହାତର ପରୋଖ ଗାଁରେ ହୋଇଥିଲା। ଦିନ ଓ ସ୍ଥାନକୁ ଦେଖିଲେ ଅକ୍ଟୋବର-କାନପୁର-ପରୋଖ ଏହି ତିନୋଟି ନାଁରେ ମଧ୍ୟ ‘ର’ ସାମିଲ ରହିଛି। ରାମନାଥ ନିଜର ପ୍ରାରମ୍ଭିକ ଶିକ୍ଷା ପରୋଖ ଏବଂ କାନପୁରରେ କରିବା ପରେ ଉଚ୍ଚଶିକ୍ଷା ପାଇଁ କାନପୁର ଆସିଥିଲେ। ଏମିତି ଦେଖିଲେ ଏଥିରେ ମଧ୍ୟ ‘ର’ ସାମିଲ ରହିଛି। ସେ ତାଙ୍କ ପୁଅର ନାଁ ପ୍ରଶାନ୍ତ ରଖିଛନ୍ତି ଯେଉଁଥିରେ ‘ର’ ଅକ୍ଷର ସାମିଲ ରହିଛି।
ରାଜନୀତିରେ ପ୍ରବେଶ କରିବା ପାଇଁ ସେ ଭାରତୀୟ ଜନତା ପାର୍ଟିକୁ ବାଛିଥିଲେ।  ସେ ଘାଟମପୁର ଏବଂ ଭୋଗନିପୁର ବିଧାନସଭା ସିଟରେ ନିର୍ବାଚନ ଲଢିଥିଲେ। ଏଠାରେ ମଧ୍ୟ ‘ର’ ଅକ୍ଷର ସାମିଲ ରହିଛି। ପରେ ସେ ଭାଜପା ଦଲିତ ମୋର୍ଚାର ଅଧ୍ୟକ୍ଷ ରହିଥିଲେ ଓ ରାଜ୍ୟସଭା ମଧ୍ୟ ଯାଇଥିଲେ ଏହା ପରେ ବିହାରର ରାଜ୍ୟପାଳ ହୋଇଥିଲେ। ଏହି ସବୁରେ ‘ର’ଅକ୍ଷର ସାମିଲ ରହିଛି। ଏମିତି କି ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢିବା ସମୟରେ ତାଙ୍କ ପ୍ରତିଦ୍ୱନ୍ଦି ଙ୍କ ନାଁରେ ମଧ୍ୟ ‘ର’ ଅକ୍ଷର ସାମିଲ ରହିଥିଲା।

Related story