ପାଇଖାନାରେ ମୁଣ୍ଡ ଗୁଞ୍ଜିଛନ୍ତି ୫ ପ୍ରାଣୀ କୁଟୁମ୍ବ

ସୋନପୁର (ରବୀନ୍ଦ୍ର ହୋତା): ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ‘ମୋ କୁଡ଼ିଆ’ ଠାରୁ ନେଇ ‘ପ୍ରଧାନମନ୍ତ୍ରୀ ଆବାସ’ ଓ ‘ଇନ୍ଦିରା ଆବାସ’ ପରି ଅନେକ ଯୋଜନା କରିଛନ୍ତି ସରକାର। କିନ୍ତୁ ଅନେକ ଅଞ୍ଚଳରେ ପ୍ରକୃତ ହିତାଧିକାରୀଙ୍କ ଠାରୁ ଏହି ସବୁ ଯୋଜନା ଗୁଡ଼ିକ ଦୂରରେ ରହିଛି। ଏତେ ଯୋଜନା ଥିବା ସତ୍ତ୍ୱେ ମୁଣ୍ଡ ଗୁଞ୍ଜିବାକୁ ଜାଗା ନ ଥିବାରୁ ଗୋଟିଏ ପରିବାରର ପାଞ୍ଚ ପ୍ରାଣୀ ପାଇଖାନାରେ ରହୁଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ […]

rain,,,

rain,,,

Tapaswini Nayak
  • Published: Friday, 18 October 2019
  • Updated: 18 October 2019, 01:23 PM IST

Sports

Latest News

ସୋନପୁର (ରବୀନ୍ଦ୍ର ହୋତା): ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ‘ମୋ କୁଡ଼ିଆ’ ଠାରୁ ନେଇ ‘ପ୍ରଧାନମନ୍ତ୍ରୀ ଆବାସ’ ଓ ‘ଇନ୍ଦିରା ଆବାସ’ ପରି ଅନେକ ଯୋଜନା କରିଛନ୍ତି ସରକାର। କିନ୍ତୁ ଅନେକ ଅଞ୍ଚଳରେ ପ୍ରକୃତ ହିତାଧିକାରୀଙ୍କ ଠାରୁ ଏହି ସବୁ ଯୋଜନା ଗୁଡ଼ିକ ଦୂରରେ ରହିଛି। ଏତେ ଯୋଜନା ଥିବା ସତ୍ତ୍ୱେ ମୁଣ୍ଡ ଗୁଞ୍ଜିବାକୁ ଜାଗା ନ ଥିବାରୁ ଗୋଟିଏ ପରିବାରର ପାଞ୍ଚ ପ୍ରାଣୀ ପାଇଖାନାରେ ରହୁଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଜାଲୋଏର କର୍ଣ୍ଣପାଲି ଗାଁରେ। ଗାଁର ରସାନନ୍ଦ ପଧାନଙ୍କ ପରିବାର ଦୀର୍ଘ ଏକ ବର୍ଷ ହେଲାଣି ଏଭଳି ଦୟନୀୟ ଅବସ୍ଥାରେ ରହୁଛନ୍ତି।

ସ୍ତ୍ରୀ ଓ  ତିନି ଛୁଆଙ୍କୁ ନେଇ ରସାନନ୍ଦଙ୍କ ସଂସାର। ଏକ ମାଟି ଘରେ ସେମାନେ ରହୁଥିଲେ। ହେଲେ ଗତ ବର୍ଷ ବର୍ଷାରେ ରସାନନ୍ଦଙ୍କ ସେହି ମାଟି ଘର ଭାଙ୍ଗିଯାଇଥିଲା। ଆଉ ତା’ପରଠାରୁ ମୁଣ୍ଡ ଗୁଞ୍ଜିବାକୁ ସ୍ୱଚ୍ଛ ଭାରତ ଯୋଜନାରେ ମିଳିଥିବା ପାଇଖାନା ହିଁ ଏକମାତ୍ର ଭରସା ସାଜିଛି। ରୋଷେଇବାସ, ବସାଉଠା ସବୁକିଛି ଏହି ପାଇଖାନା ଭିତରେ ହେଉଛି। ରାତିରେ ଗଛ ମୂଳେ ଶୋଉଛନ୍ତି। ଆଉ ବର୍ଷା ହେଲେ ପର ଘର ପିଣ୍ଡା ହିଁ ସାହାରା ହେଉଛି ଏହି ଦୁଃଖୀ ପରିବାରର।

ଘର ଖଣ୍ଡିଏ ପାଇଁ ସ୍ଥାନୀୟ ପଞ୍ଚାୟତ ଠାରୁ ନେଇ ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ରସାନନ୍ଦ ଗୁହାରି କରିଛନ୍ତି। କିନ୍ତୁ କେହି ତାଙ୍କ କଥା ଶୁଣୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସରକାରୀ ତାଙ୍କୁ ଜାଗା ସହିତ ଘର ଖଣ୍ଡିଏ ଯୋଗାଇ ଦିଅନ୍ତୁ ବୋଲି ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି।

ରସାନନ୍ଦ କହିଛନ୍ତି, “ମଜୁରୀ ଲାଗି ମୁଁ ପରିବାର ପୋଷୁଛି। ମାଟି ଘର ଖଣ୍ଡିଏ ଥିଲା,ବର୍ଷାରେ ତାହା ଭାଙ୍ଗି ଗଲା। ପାଇଖାନା ଘରେ ରୋଷେଇବାସ ଓ ଖାଇବା ପିଇବା କରୁଛୁ। ରାତିରେ ଗଛ ମୂଳେ ଶୋଉଛୁ।”

ରସାନନ୍ଦଙ୍କ ପତ୍ନୀ ଜୟନ୍ତୀ ପଧାନ, “ଆମର ରହିବା ପାଇଁ ଘର ଖଣ୍ଡିଏ ନାହିଁ। ପାଇଖାନା ଘରେ ରହୁଛୁ। ବର୍ଷା ହେଲେ ବହୁତ ହଇରାଣ ହେଉଛୁ। କାହା ପିଣ୍ଡାରେ ଯାଇ ଆଶ୍ରୟ ନେଉଛୁ ନ ହେଲେ ଛତା ଧରି ରହୁଛୁ। ଆମେ କଥା ଏହି ଶୁଣୁ ନାହାନ୍ତି।”

କୁଶ ବଘାର ନାମକ ଜଣେ ଗ୍ରାମବାସୀ କହିଛନ୍ତି, “ରସାନନ୍ଦ ଜଣେ ଗରିବ ଲୋକ। ପାଇଖାନା ଘରେ ତାଙ୍କ ପରିବାର ରହୁଛନ୍ତି। ବର୍ଷା ହେଲେ ମୁଣ୍ଡ ଗୁଞ୍ଜିବାକୁ ପାଇଁ ହଇରାଣ ହେଉଛନ୍ତି। ସରକାର ଯଦି ରସାନନ୍ଦଙ୍କୁ ଘର ଖଣ୍ଡାଏ ଯୋଗାଇ ଦିଅନ୍ତେ, ସେ ତାଙ୍କ ପିଲା ଛୁଆ ଧରି ସେଠାରେ ଟିକେ ଭଲରେ ରହନ୍ତେ।”

ଏନେଇ ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଛନ୍ତି, “ମୁଁ ବିଡ଼ିଓଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ଯଦି ରସାନନ୍ଦ ଭୂମିହୀନ ହିସାବରେ ଯୋଗ୍ୟ ଥିବେ, ତାହାହେଲେ ତାଙ୍କୁ ଜାଗା ଓ ଘର ଯୋଗାଇ ଦିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story