ପୃଥିବୀରେ କେତେ ଉଚ୍ଚ ଅଟ୍ଟାଳିକାର ନିର୍ମାଣ ସମ୍ଭବ? ବୁର୍ଜ ଖଲିଫା ତ ଆରମ୍ଭ ମାତ୍ର

ସାରା ବିଶ୍ୱରେ ଏବେ ସବୁଠାରୁ ଉଚ୍ଚ ଅଟ୍ଟାଳିକା କହିଲେ ବର୍ତ୍ତମାନ ଦୁବାଇର ବୁର୍ଜ୍ ଖଲିଫାକୁ ବୁଝାଏ। ୨୦୦୮ରେ ନିର୍ମିତ ଏହି ନଭଶ୍ଚୁମ୍ବୀ ଅଟ୍ଟାଳିକାର ଉଚ୍ଚତା ୮୩୦ ମିଟର। ଆପଣ ଜାଣିଛନ୍ତି କି? ବୁର୍ଜ୍ ଖଲିଫାରେ ତଳୁ ଉପରକୁ ଯିବା ପାଇଁ ମୋଟ ୨୯୦୯ଟି ପାହାଚ ଚଢ଼ିବାକୁ ପଡ଼ିବ। ତେବେ ଏତେ ପାହାଚ ଚଢ଼ିବା ଅପେକ୍ଷା ଏଲିଭେଟର୍ ବା ଲିଫ୍ଟରେ ଯିବା ସହଜ। ଏଲିଭେଟରରେ କୌଣସି ମହଲାରେ ନଅଟକି ବୁର୍ଜ ଖଲିଫାର ଉପର ମହଲାରୁ ତଳ ମହଲାକୁ  ଆସିବା ପାଇଁ […]

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 02:55 PM IST

Sports

Latest News

Picture of Sangram Keshari Dasସାରା ବିଶ୍ୱରେ ଏବେ ସବୁଠାରୁ ଉଚ୍ଚ ଅଟ୍ଟାଳିକା କହିଲେ ବର୍ତ୍ତମାନ ଦୁବାଇର ବୁର୍ଜ୍ ଖଲିଫାକୁ ବୁଝାଏ। ୨୦୦୮ରେ ନିର୍ମିତ ଏହି ନଭଶ୍ଚୁମ୍ବୀ ଅଟ୍ଟାଳିକାର ଉଚ୍ଚତା ୮୩୦ ମିଟର। ଆପଣ ଜାଣିଛନ୍ତି କି? ବୁର୍ଜ୍ ଖଲିଫାରେ ତଳୁ ଉପରକୁ ଯିବା ପାଇଁ ମୋଟ ୨୯୦୯ଟି ପାହାଚ ଚଢ଼ିବାକୁ ପଡ଼ିବ। ତେବେ ଏତେ ପାହାଚ ଚଢ଼ିବା ଅପେକ୍ଷା ଏଲିଭେଟର୍ ବା ଲିଫ୍ଟରେ ଯିବା ସହଜ। ଏଲିଭେଟରରେ କୌଣସି ମହଲାରେ ନଅଟକି ବୁର୍ଜ ଖଲିଫାର ଉପର ମହଲାରୁ ତଳ ମହଲାକୁ  ଆସିବା ପାଇଁ ୨ ମିନିଟ ୪୦ ସେକେଣ୍ଡ୍ ସମୟ ଲାଗେ। ଯଦି ଜଣେ ବୁର୍ଜ ଖଲିଫାର ଉପର ମହଲାରୁ ତଳକୁ ଡେଇଁବ, ତେବେ ଜାଣିଛନ୍ତି ତଳେ ପଡ଼ିବା ପାଇଁ କେତେ ସମୟ ଲାଗିବ? ୨୦ ସେକେଣ୍ଡ୍ ।

ଏ'ତ ଗଲା ବୁର୍ଜ ଖଲିଫା କଥା, ଯାହାକି ବର୍ତ୍ତମାନର ସର୍ବୋଚ୍ଚ ମନୁଷ୍ୟ ନିର୍ମିତ ଅଟ୍ଟାଳିକା। କିନ୍ତୁ ଆପଣ କେବେ ଭାବିଛନ୍ତି, ପୃଥିବୀ ପୃଷ୍ଠରେ ପ୍ରକୃତ ପକ୍ଷେ ମଣିଷ ପାଇଁ କେତେ ଉଚ୍ଚ ଅଟ୍ଟାଳିକା ନିର୍ମାଣ କରିବା ସମ୍ଭବ? ଆପଣ ହୁଏତ ଭାବୁଥିବେ, ଟଙ୍କା ଥିଲେ ଯେତେ ଇଚ୍ଛା ସେତେ ଉଚ୍ଚ ଅଟ୍ଟାଳିକା ନିର୍ମାଣ କରିହେବ। କିନ୍ତୁ ଏହା ଭୁଲ ଧାରଣା। ଅନେକ ଗୁଡ଼ିଏ କାରକ ଏହାର ପ୍ରତିବନ୍ଧକ ସାଜିପାରେ। ଉଦାହରଣ ସ୍ୱରୂପ, ଆପଣ ଏବେ ଘର ତିଆରିରେ ସିମେଣ୍ଟ, ବାଲି, ଚିପ୍ସ, ଷ୍ଟିଲ୍, ଲୁହା ଆଦି ବ୍ୟବହାର କରୁଛନ୍ତି। କିନ୍ତୁ ଅତି ଉଚ୍ଚ ଅଟ୍ଟାଳିକା ତିଆରିରେ ବ୍ୟବହାର ହେବାକୁ ଥିବା ପଦାର୍ଥ ହୁଏତ ତାହାର ଓଜନ ତୁଳନାରେ ଭାରକୁ ସମ୍ଭାଳି ନପାରେ। ଅନ୍ୟ ଏକ ପ୍ରତିବନ୍ଧକ ହେଲା ମଣିଷର ଆରାମ। ବାୟୁମଣ୍ଡଳର ଉପରିଭାଗକୁ କିମ୍ବା ଆହୁରି ଉପରେ ଥିବା ମହଲାକୁ ଯିବା ପାଇଁ ମଣିଷକୁ ଅମ୍ଳଜାନ ସ୍ତର, ବାୟୁମଣ୍ଡଳୀୟ ଚାପ, ମାଧ୍ୟାକର୍ଷଣ ଶକ୍ତି ଭଳି ବିଭିନ୍ନ ବାଧାର ସମ୍ମୁଖୀନ ହେବାକୁ ପଡ଼ିବ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିବନ୍ଧକ ହେଲା ଏଲିଭେଟର୍ ଟେକ୍ନୋଲଜି। ଆପଣ ଅଧିକ ଉଚ୍ଚ ଘର ତିଆରି କରିବା ପାଇଁ ଓ ତିଆରି କରିସାରିବା ପରେ ଉପର ମହଲାକୁ ଯିବା ପାଇଁ ଲିଫ୍ଟ ଭଳି ଯେଉଁ ଏଲିଭେଟର୍ ଟେକ୍ନୋଲଜି ବ୍ୟବହାର କରିବେ, ତାହା ମଧ୍ୟ ସେତିକି ବିକଶିତ ଓ ସକ୍ଷମ ହୋଇଥିବା ଆବଶ୍ୟକ।

ଏହି ସବୁ ପ୍ରତିବନ୍ଧକ ଓ ବର୍ତ୍ତମାନ ସୁଦ୍ଧା ବିକଶିତ ହୋଇଥିବା ଟେକ୍ନୋଲଜିକୁ ଦୃଷ୍ଟିରେ ରଖି, ବର୍ତ୍ତମାନ ସୁଦ୍ଧା ଡିଜାଇନ ହୋଇଥିବା ଏକ ଅଟ୍ଟାଳିକାର ନାଁ ହେଉଛି, ଏକ୍ସ-ସିଡ୍ 4000 (X-Seed 4000) । ଏହାର ଡିଜାଇନ୍ ବର୍ତ୍ତମାନ ପ୍ରସ୍ତୁତି ପର୍ଯ୍ୟାୟରେ ରହିଥିଲେ ମଧ୍ୟ ଏହାର ନିର୍ମାଣ ସମ୍ଭବ ବୋଲି ବିଶେଷଜ୍ଞ ମାନେ ଦାବି କରୁଛନ୍ତି । ଏହା ନିର୍ମାଣ ହେଲେ, ନିଃସନ୍ଦେହରେ କୁହାଯାଇପାରେ ଯେ, ଏହା ପୃଥିବୀର ସର୍ବୋଚ୍ଚ ଅଟ୍ଟାଳିକାର ମାନ୍ୟତା ପାଇବ। କାରଣ ଏହାର ଉଚ୍ଚତା ହେବ ୪ କିଲୋମିଟର। ଅବିଶ୍ୱସନୀୟ ଲାଗୁଛି ନା? ବର୍ତ୍ତମାନର ସର୍ବୋଚ୍ଚ ଅଟ୍ଟାଳିକ ବୁର୍ଜ ଖଲିଫାର ଉଚ୍ଚତା ମାତ୍ର ୮୩୦ ମିଟର ହୋଇଥିବା ବେଳେ ଏହାର ଉଚ୍ଚତା ରହିବ ୪ କିଲୋମିଟର ଅର୍ଥାତ୍ ୪୦୦୦ ମିଟର। ଏହା ଜାପାନର ଟୋକିଓରେ ନିର୍ମାଣ କରାଯିବାକୁ ଯୋଜନା ହେଉଛି।

ଏକ୍ସ-ସିଡ୍ 4000ରେ ୮୦୦ ମହଲା ରହିବ ଏବଂ ଏଥିରେ ପ୍ରାୟ ୧୦ ଲକ୍ଷ ଲୋକ ରହିପାରିବେ। ୪ କିଲୋମିଟର ଉଚ୍ଚ ଏହି ଅଟ୍ଟାଳିକା ୬ କିଲୋମିଟର ଓସାରର ହେବ। ଏହା ଏକ ଆଗ୍ନେୟଗିରି ଆକୃତିର ହେବ। ଏହାର ନିର୍ମାଣ ପାଇଁ ୪୭୯ ବିଲିୟନରୁ ୧.୪ ଟ୍ରିଲିୟନ ଆମେରିକୀୟ ଡଲାର୍ ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି।

ଏହାଠୁ ଉଚ୍ଚ ଆଉ ଏକ ଉଚ୍ଚତମ ନିର୍ମାଣ ପାଇଁ ମଧ୍ୟ ଯୋଜନା ଚାଲିଛି। ଏହାର ନାଁ ରହିବ ସ୍ପେଶ୍ ଏଲିଭେଟର୍। ଏହାର ଉଚ୍ଚତା ଅବିଶ୍ୱସନୀୟ ଏକ ଲକ୍ଷ କିଲୋମିଟର ହେବ ବୋଲି ଆଶା କରାଯାଉଛି। ଏହା ଏକ କୋଠା ନହେଲେ ମଧ୍ୟ ଏକ ଟାୱାର୍ ଭଳି ବା ଏକ ତାର ଟଙ୍ଗା ହୋଇ ରହିବା ଭଳି ନିର୍ମାଣ ହେବ। ଏହି ଏଲିଭେଟର୍ ମହାକାଶଚାରୀଙ୍କୁ ଚନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚାଇ ନପାରିଲେ ମଧ୍ୟ ମହାକାଶରେ ପୃଥିବୀକୁ ପରିକ୍ରମଣ କରୁଥିବା ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ ବା ଆଇଏସ୍ଏସ୍ ଠାରୁ ଏହା ବହୁ ଅଧିକ ଦୂରତା ପର୍ଯ୍ୟନ୍ତ ଯାଇପାରିବ। କାରଣ ପୃଥିବୀ ଠାରୁ ଆଇଏସ୍ଏସର ଦୂରତା ହେଉଛି ମାତ୍ର ୪୦୮ କିଲୋମିଟର । ଆଉ ସ୍ପେଶ୍ ଏଲିଭେଟରର ଉଚ୍ଚତା ହେବ ଏକ ଲକ୍ଷ କିଲୋମିଟର। କିନ୍ତୁ ଏହାକୁ ନିର୍ମାଣ ପାଇଁ ଆବଶ୍ୟକ ପଦାର୍ଥ ବର୍ତ୍ତମାନ ସୁଦ୍ଧା ତିଆରି ହୋଇନାହିଁ। ତେଣୁ ବର୍ତ୍ତମାନ ପାଇଁ ଏହା ଏକ ଅସମ୍ଭବ ପ୍ରକଳ୍ପ।

ତେବେ କେତେକ ବୈଜ୍ଞାନିକ ଦାବି କରୁଛନ୍ତି ସମସ୍ତ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ପୃଥିବୀ ପୃଷ୍ଠରେ ସର୍ବୋଚ୍ଚ ୮୮୪୯ ମିଟର ଉଚ୍ଚ ଅଟ୍ଟାଳିକା ନିର୍ମାଣ ସମ୍ଭବ, ଯାହାକି ପୃଥିବୀ ପୃଷ୍ଠର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଠାରୁ ଗୋଟିଏ ମିଟର ଅଧିକ ଉଚ୍ଚ ହେବ। ଏଥିପାଇଁ ୪୧୦୦ ବର୍ଗ କିଲୋମିଟର ଜମି ଆବଶ୍ୟକ ହେବ। ତେବେ ଏହି ସବୁ  ଯୋଜନା ନିକଟ ଭବିଷ୍ୟତରେ ଅସମ୍ଭବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story