ସାବାସ୍ ନୀତୁ ! ନିଜେ ରୋଜଗାର କଲା ନିଜ ପଢ଼ାଖର୍ଚ୍ଚ, ବାଇକ୍‌ରେ  ଘରଘର ବୁଲି ବିକୁଛି କ୍ଷୀର

ସ୍ୱପ୍ନ ସମସ୍ତଙ୍କର ଥାଏ। ଆମେ ସମସ୍ତେ ଜାଣନ୍ତି, ସ୍ୱପ୍ନଟିଏ ପୂରଣ କିରିବାକୁ ହେଲେ, ମନ ଦୃଢ଼ କରିବାକୁ ପଡ଼ିଥାଏ। ବେଳେବେଳେ ଆମେ ନିଜକୁ ନ୍ୟୁନ ଭାବିଥାଉ। ନିଜ ଉପରେ ଓ ନିଜର ଶିକ୍ଷାଦୀକ୍ଷା ଉପରେ ଭରସା କରିପାରୁନା। କିନ୍ତୁ କିଛି କିଛି ମଣିଷ ଅଛନ୍ତି, ଯେଉଁମାନେ ନିଜ ଲକ୍ଷ୍ୟରେ ଏତେ ଏକାଗ୍ର ହୋଇ ପଡ଼ିଥାନ୍ତି ଯେ, ସେମାନେ ନିଜକୁ ଭୁଲି ଯାଇଥାନ୍ତି। ସେମାନଙ୍କ ପାଇଁ ଏକମାତ୍ର ଲକ୍ଷ୍ୟ ଥାଏ- ବିଜୟ। ଆସନ୍ତୁ ପଢ଼ିବା ସେମିତି ଜଣେ ଝିଅର […]

Rakesh Mallick
  • Published: Monday, 21 August 2017
  • , Updated: 21 August 2017, 03:03 PM IST

ସ୍ୱପ୍ନ ସମସ୍ତଙ୍କର ଥାଏ। ଆମେ ସମସ୍ତେ ଜାଣନ୍ତି, ସ୍ୱପ୍ନଟିଏ ପୂରଣ କିରିବାକୁ ହେଲେ, ମନ ଦୃଢ଼ କରିବାକୁ ପଡ଼ିଥାଏ। ବେଳେବେଳେ ଆମେ ନିଜକୁ ନ୍ୟୁନ ଭାବିଥାଉ। ନିଜ ଉପରେ ଓ ନିଜର ଶିକ୍ଷାଦୀକ୍ଷା ଉପରେ ଭରସା କରିପାରୁନା। କିନ୍ତୁ କିଛି କିଛି ମଣିଷ ଅଛନ୍ତି, ଯେଉଁମାନେ ନିଜ ଲକ୍ଷ୍ୟରେ ଏତେ ଏକାଗ୍ର ହୋଇ ପଡ଼ିଥାନ୍ତି ଯେ, ସେମାନେ ନିଜକୁ ଭୁଲି ଯାଇଥାନ୍ତି। ସେମାନଙ୍କ ପାଇଁ ଏକମାତ୍ର ଲକ୍ଷ୍ୟ ଥାଏ- ବିଜୟ। ଆସନ୍ତୁ ପଢ଼ିବା ସେମିତି ଜଣେ ଝିଅର ସଫଳତାର କାହାଣୀ।

ଝିଅଟିର ନାଁ ନୀତୁ। ଏବେ ତା ବୟସ ୧୯ ବର୍ଷ। ପାଠ ପଢ଼ଛି ବିଏ ଶ୍ରେଣୀରେ। ଘର ରାଜସ୍ଥାନର ଏକ ଛୋଟ ଗାଁରେ। ପାଠ ପଢୁଛି, ତା ସହ ନୀତୁ ନିଜର ସ୍ୱପ୍ନ ପୂରଣ କରିବାକୁ ବ୍ୟବସାୟ ବି ଆରମ୍ଭ କରିଛି। ତା ଅଂଚଳରେ ନୀତୁର ପରିଚୟ ହେଲା, ସେ ଜଣେ କ୍ଷୀର ବ୍ୟବସାୟୀ। ଆପଣ ଭାବୁଥିବେ, ନୀତୁ ବୋଧେ ଗୋପାଳ ଘରର ଝିଅ। କିନ୍ତୁ ନା, କ୍ଷୀର ବ୍ୟବସାୟ କରିବା ପଛରେ ନୀତିର ସୁଦୂର ପ୍ରସାରୀ ସ୍ୱପ୍ନ ଅଛି। ଏହି ବ୍ୟବସାୟକୁ ପାହାଚ କରି ସେ ଆଗେଇ ଚାଲିଛି ତା ସ୍ୱପ୍ନ ପୂରଣ ପାଇଁ।

ଏତେ କମ୍ ବୟସରେ କ୍ଷୀର ବ୍ୟବସାୟ ଆରମ୍ଭ କରିବା ପଛରେ ନୀତୁର ଏକ ଦୁଃଖଦ କାହାଣୀ ଅଛି। ଅଷ୍ଟମ ଶ୍ରେଣୀରେ ପାଠ ପଢ଼ି ସାରିବା ପରେ ବାପା ମନାକେଲେ ଆଉ ଆଗକୁ ପଢେ଼ଇ ପାରିବେ ନାହିଁ। ଏଥିପାଇଁ ସମସ୍ୟା ସାଜିଲା ଆର୍ଥିକ ସମ୍ୱଳ। ପାଠପଢ଼ା ପ୍ରତି ଆଗ୍ରହ ରଖିଥିବା ନୀତୁ କିନ୍ତୁ ହାରିଯାଇ ନଥିଲା। ପାଠ ପଢ଼ିବାକୁ ଯଦି ଅର୍ଥ ବାଧା ସାଜୁଛି, ତେବେ ଟଙ୍କା ରୋଜଗାର କରି ସେ ସମସ୍ୟା ଦୂର କରିବାକୁ ଚିନ୍ତା କରିଥିଲା।

ଏଥିପାଇଁ ନୀତୁ ଆଗରେ ବିକଳ୍ପ ଥିଲା କ୍ଷୀର ବ୍ୟବସାୟ। ଘରେ ଗାଈ ଥିଲେ। କେବଳ ଏହାର କ୍ଷୀରକୁ ଅଧିକରୁ ଅଧିକ ଲୋକଙ୍କ ଘରେ ପହଞ୍ଚାଇବା ଥିଲା ନୀତୁର ସ୍ୱପ୍ନ। ଏଥିପାଇଁ ସେ ଆରମ୍ଭ କରିଥିଲା ଅଭିଯାନ। ରାଜସ୍ଥାନର ଏକ ଛୋଟ ଗାଁରେ ରହୁଥିବା ନୀତୁ ଏହି ବୃତ୍ତି ଆପଣେଇବା ପରେ ଅନେକ ଅସୁବିଧାର ସାମ୍ମୁଖୀନ ହୋଇଥିଲା। ଭୋର ୪ରୁ ଉଠି ୫ କିଲୋମିଟରରୁ ଅଧିକ ବାଟ ଚାଲି ଚାଲି ସେ କ୍ଷୀର ବିକ୍ରି କରୁଥିଲା। ଏମିତି କରି ସେ ଯାହାକିଛି ରୋଜଗାର କରିଥିଲା, ତାକୁ ସଞ୍ଚୟ କରି ସେଥିରେ ପ୍ରଥମେ ଏକ ମୋଟର ସାଇକେଲ କିଣିଥିଲା ଓ ତା ବ୍ୟବସାୟକୁ ଆହୁରି ତୀବ୍ର କରିଥିଲା। ଆପଣ ଥରେ ଭାବନ୍ତୁ, ଏକ ଗାଉଁଲି ଅଞ୍ଚଳରେ ଝିଅ ପିଲାଟିଏ ମୋଟର ସାଇକେଲ ଚଲେଇ କ୍ଷୀର ବିକ୍ରି କରିବା, କଣ ସହଜ କଥା। ଅନେକ ରକ୍ଷଣଶୀଳ ଲୋକ ଏହାକୁ ଗ୍ରହଣ କରିପାରୁ ନଥିଲେ। ଅନେକ ବାରଣ ମଧ୍ୟ କରିଥିଲେ। କିନ୍ତୁ କାହା କଥା ନଶୁଣି ନୀତୁ କେବଳ ନିଜ ସ୍ୱପ୍ନ ପୂରଣରେ ଲାଗି ପଡ଼ିଥିଲେ।

ନୀତୁ କହିଛନ୍ତି- "ମୋ ମତରେ ଏମିତି କିଛି କାମ ନାହିଁ, ଯେଉଁଟା ଗୋଟେ ଝିଅ କରିପାରିବ ନାହିଁ। ଯେତେବେଳେ ମୁଁ ଏ କାମ ଆରମ୍ଭ କଲି ଓ ବାଇକ୍ ଚଳେଇବା ଆରମ୍ଭ କଲି ଅନେକ ଲୋକ ମତେ ମନା କରିଥିଲେ। କିନ୍ତୁ ମୁଁ କାହା କଥା ନଶୁଣି ମୋ ପାଠପଢ଼ା ସ୍ୱପ୍ନ ପୂରଣ ପାଇଁ କାମ କରି ଚାଲିଲି।"

ଏବେ ନୀତୁଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହୋଇସାରିଛି। କ୍ଷୀର ବିକି ସେ ମାସକୁ ଲାଭ କରୁଛନ୍ତି ୧୨ ହଜାର ଟଙ୍କ।ରୁ ଅଧିକ। ଏହି ଟଙ୍କ।ରୁ ସେ ନିଜ ପାଠ ପଢ଼ା ପାଇଁ ଖର୍ଚ୍ଚ କରୁଛନ୍ତି, ବେଳେବେଳେ ପରିବାର ପାଇଁ ବି ଦିଅନ୍ତି। ଏବେ କଲେଜରେ ବିଏ ପଢୁଥିବା ନୀତୁ ଆଗକୁ ଜଣେ ଶିକ୍ଷୟିତ୍ରୀ ହେବାକୁ ସ୍ୱପ୍ନ ଦେଖିଛନ୍ତି।

Related story