ରେଷ୍ଟୁରାଣ୍ଟ ଏମିତି, ଯେଉଁଠି ଛୋଲେ କରେ ବେକରାର, ଲସିର ଘମଣ୍ଡ କାହିଁରେ କ’ଣ

ବ୍ୟସ୍ତବହୁଳ ଜୀବନରେ ସମୟ ମିଳିଲେ ପରିବାର ହେଉ କି ସାଙ୍ଗସାଥୀଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ସମସ୍ତେ ପସନ୍ଦ କରନ୍ତି। ନୂଆ ସ୍ଥାନରେ ବୁଲିବା ଓ ରେଷ୍ଟୁରାଣ୍ଟରେ ଖାଇବାର ମଜା ଅଲଗା। ଆଜି ଆମେ ଏପରି କିଛି ରେଷ୍ଟୁରାଣ୍ଟ ସମ୍ପର୍କରେ କହିବାକୁ ଯାଉଛୁ ଯେଉଁଠି ଖାଇବାର ମଜା ତ ପାଇବେ, ଏହାସହ ଫ୍ରିରେ ମିଳିବ ‘ହସ’। କାରଣ ଏହି ରେଷ୍ଟୁରାଣ୍ଟର ନାଁ ଏମିତି ରଖାଯାଇଛି, ଯାହା ଶୁଣିଲେ ଆପଣ ହସି ହସି ବେଦମ୍‌ ହୋଇଯିବେ। […]

Rakesh Mallick
  • Published: Wednesday, 20 September 2017
  • , Updated: 20 September 2017, 02:43 PM IST

ବ୍ୟସ୍ତବହୁଳ ଜୀବନରେ ସମୟ ମିଳିଲେ ପରିବାର ହେଉ କି ସାଙ୍ଗସାଥୀଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ସମସ୍ତେ ପସନ୍ଦ କରନ୍ତି। ନୂଆ ସ୍ଥାନରେ ବୁଲିବା ଓ ରେଷ୍ଟୁରାଣ୍ଟରେ ଖାଇବାର ମଜା ଅଲଗା। ଆଜି ଆମେ ଏପରି କିଛି ରେଷ୍ଟୁରାଣ୍ଟ ସମ୍ପର୍କରେ କହିବାକୁ ଯାଉଛୁ ଯେଉଁଠି ଖାଇବାର ମଜା ତ ପାଇବେ, ଏହାସହ ଫ୍ରିରେ ମିଳିବ ‘ହସ’। କାରଣ ଏହି ରେଷ୍ଟୁରାଣ୍ଟର ନାଁ ଏମିତି ରଖାଯାଇଛି, ଯାହା ଶୁଣିଲେ ଆପଣ ହସି ହସି ବେଦମ୍‌ ହୋଇଯିବେ।

ସୋସିଆଲ ମିଡିଆରେ ଆଜିକାଲି ଏମିତି କିଛି ରେଷ୍ଟୁରାଣ୍ଟ ଭାଇରାଲ ହେଉଛନ୍ତି। କେଉଁଠି ଛୋଲେ ବେକରାର କରୁଛି ତ ଆଉ କେଉଁଠି ଲସିର ଘମଣ୍ଡ କାହିଁରେ କ’ଣ। କେଉଁଠି କୁଲଫି ବଦନାମ ହୋଇଛି ତ ଚାଟ୍‌ ବିଟେକ୍‌ କରିଛି। ଆସନ୍ତୁ ଜାଣିବା ଏପରି ମଜାଦାର ରେଷ୍ଟୁରାଣ୍ଟ ସମ୍ପର୍କରେ।

କାହାକୁ ଅପେକ୍ଷା କରିଥିଲେ କି କେଉଁଠୁ କିଛି ଆସିବାର ଥିଲେ ମନ ବେକରାର (ଚଞ୍ଚଳ) ରହିଥାଏ। ହେଲେ ଦିଲ୍ଲୀରେ ଥିବା ଏକ ରେଷ୍ଟୁରାଣ୍ଟର ଛୋଲେ ବେକରାର ରହୁଛି। କେତେବେଳେ ଗ୍ରାହକ ଆସିବେ ଓ ଛୋଲେର ବେକରାରୀ ମେଣ୍ଟାଇବେ। ଏଠାରେ ଆପଣଙ୍କୁ ସ୍ପେଶାଲ ଛୋଲେ ଖାଇବାକୁ ମିଳିବ।

କୁହାଯାଏ ବଦନାମ ସେହି ଲୋକ ହୋଇଥାଏ, ଯାହାର ସମ୍ମାନ ଥାଏ। ହେଲେ ସୋସିଆଲ ମିଡିଆରେ ଏବେ ଏକ କୁଲଫି ଦୋକାନର ଏହି ଅବସ୍ଥା। ବୁଝିପାରିଲେ ନାହିଁ ବୋଧେ। ଏଠାରେ ଦୋକାନର କୁଲଫି ବଦନାମ ହୋଇଯାଇଛି। କାରଣ ଏହାର ନାଁ ବଦନାମ କୁଲଫି। ଏଠାକୁ ଆସନ୍ତୁ ଓ ବଦନାମ କୁଲଫିର ମଜା ନିଅନ୍ତୁ।

ସାଧାରଣତଃ ଭାଉ ଦେଖାଉଥିବା ଲୋକଙ୍କ ଆମେ ଘମଣ୍ଡି କହିଥାନ୍ତି। ଯଦି ଆପଣଙ୍କ କୌଣସି ସାଙ୍ଗ କି ସହକର୍ମୀ ଏପରି ମାନସିକତା ରଖନ୍ତି ତେବେ ତାଙ୍କୁ ସାବାଡ କରିବାକୁ ଏହାଠାରୁ ଭଲ ଜାଗା ପାଇବେ ନାହିଁ। ଏହି ରେଷ୍ଟୁରାଣ୍ଟକୁ ସାଙ୍ଗକୁ ନେଇ ଯାଆନ୍ତୁ, ପହଞ୍ଚି ଯିବା ପରେ ସାଙ୍ଗ ଆପେ ଆପେ ବୁଝିଯିବ ଆପଣ କ’ଣ କହିବାକୁ ଚାହୁଁଛନ୍ତି। କାରଣ ରେଷ୍ଟୁରାଣ୍ଟର ନାଁଟା ସେହିଭଳି ହୋଇଛି। ଆଜ୍ଞା ହଁ ରେଷ୍ଟୁରାଣ୍ଟର ନାଁ ହେଲା ଘମଣ୍ଡି ଲସି।

ଆଜିକାଲି ଯେତେ ପାଠ ପଢିଲେ ବି ଚାକିରି ଖଣ୍ଡେ ପାଇବା ଭାରି କଷ୍ଟ। ଖାସ୍‌ କରି ଇଂଜିନିୟରିଂ ଲାଇନ୍‌ର ପିଲାମାନେ ଏହି ସମସ୍ୟା ଅଧିକ ଭୋଗୁଛନ୍ତି। ହେଲେ କୌଣସି ସ୍ଥାନରେ ‘ଚାଟ୍‌’ ବିଟେକ୍‌ କରିଥିବା ଶୁଣିଛନ୍ତି। ସୋସିଆଲ ମିଡିଆରେ ଏମିତି ଏକ ଦୋକାନ ଆଜିକାଲି ଭାଇରାଲ ହେଉଛି। ଏହାର ନାଁ ହେଉଛି ବି.ଟେକ୍‌ ଚାଟ୍‌। ଏଠାକୁ ଆସନ୍ତୁ ଓ ଖାଇବାର ମଜା ନିଅନ୍ତୁ।

ଏପରି ଦୋକାନ ପ୍ରକୃତରେ ଅଛି କି ନାହିଁ, ସେ ନେଇ ଆମ ପାଖରେ ସଠିକ୍ ସୂଚନା ନାହିଁ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏପରି କିଛି ଫଟୋକୁ ନେଇ ଏହି ଷ୍ଟୋରୀ କରାଯାଇଛି।

Related story