ନୂଆଦିଲ୍ଲୀ: ଗୁଜରାଟର ଭାବଗରରେ ରହୁଥିବା ୮୪ ବର୍ଷୀୟ ଜନାର୍ଦ୍ଦନ ଭଟ୍ଟ ନିଜ ଜୀବନ କାଳରେ ଯାହା କିଛି ରୋଜଗାର କରିଥିଲେ ସେନାଙ୍କ ଉଦ୍ଦେଶ୍ୟରେ ସବୁ ଦାନ କରି ଦେଇଛନ୍ତି। ଜନାର୍ଦ୍ଦନ ଏସ୍ବିଆଇରେ କ୍ଳକ୍ ଭାବେ କାମ କରୁଥିଲେ। ଏବେ ସେ ଏଥିରୁ ଅବସର ନେଇସାରିଛନ୍ତି।
ଜନାର୍ଦ୍ଦନ ନିଜ ଦେଶ ପାଇଁ କିଛି କରିବାକୁ ଚାହୁଁଥିଲେ। କିନ୍ତୁ ବୟସର ଅପରାହ୍ନରେ ପହଞ୍ଚି ଯାଇଥିବାରୁ ସେ କିଛି କରିବାର ଆଶା ତାଙ୍କ ମନରେ ହିଁ ମଉଳି ଯାଇଥିଲା। ପାକିସ୍ତାନ ପକ୍ଷରୁ ହେଉଥିବା ଆତଙ୍କବାଦୀ ଆକ୍ରମଣରେ ଆମ ସେନା ଶହିଦ୍ ହେବା ପରି କିଛି ଘଟଣା ସମ୍ପର୍କରେ ସେ ଦେଖିବା ଓ ଜାଣିବା ପରେ ନିଷ୍ପତ୍ତି ନେଲେ ଯେ ସେ ବି ଯବାନଙ୍କ ପାଇଁ କିଛି କରିବେ।
ଏହି ଚିନ୍ତାଧାରାକୁ ଆଗକୁ ବଢାଇବା ପାଇଁ ସେ ନ୍ୟାସନାଲ୍ ଡିଫେନ୍ସ ଫଣ୍ଡ୍କୁ ଏକ କୋଟି ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଦେଶର ସୀମାରେ ଲଢ଼ୁଥିବା ଯବାନଙ୍କ ମନବଳ ବଢ଼ାଇବା ପାଇଁ ଏପରି କରିଥିବା ସେ କହିଛନ୍ତି।
ସୌଜନ୍ୟ-ଆଜ୍ତକ୍
ଫଟୋ-ଆଜ୍ତକ୍