ହୁସିଆର୍ ଚୀନ୍ ! ତମର ସବୁ ଷଡ଼ଯନ୍ତ୍ର ଧରିବାକୁ ଆକାଶମାର୍ଗରୁ ଅନେଇ ରହିଛି ରୁକ୍ମିଣୀ

ଗତ କିଛିଦିନ ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଚୀନ ସେନା ଭାରତ ସୀମାରେ ପଶି ଦୁଇଟି ବଙ୍କର ଭାଙ୍ଗିବା ପରେ ଏଭଳି ପରିସ୍ଥିତି ଉପୁଜିଛି । ଆଲୋଚନା ମାଧ୍ୟମରେ ଏହି ଘଟଣାର ସମାଧାନ କରିବାକୁ ଚୀନ୍‌ ଦାବି କରୁଛି। କିନ୍ତୁ ଘଟଣାର ସମାଧାନ ନ ହେଉଣୁ ଚୀନ୍‌ର ପୁଣିଏକ ଭାରତ ବିରୋଧୀ ଷଡ଼ଯନ୍ତ୍ର ରୁକ୍ମିଣୀ ନଜରରେ ଧରାପଡିଛି। ଦୁଇଦେଶ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ […]

china

Rakesh Mallick
  • Published: Wednesday, 05 July 2017
  • , Updated: 05 July 2017, 08:12 PM IST

ଗତ କିଛିଦିନ ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଚୀନ ସେନା ଭାରତ ସୀମାରେ ପଶି ଦୁଇଟି ବଙ୍କର ଭାଙ୍ଗିବା ପରେ ଏଭଳି ପରିସ୍ଥିତି ଉପୁଜିଛି । ଆଲୋଚନା ମାଧ୍ୟମରେ ଏହି ଘଟଣାର ସମାଧାନ କରିବାକୁ ଚୀନ୍‌ ଦାବି କରୁଛି। କିନ୍ତୁ ଘଟଣାର ସମାଧାନ ନ ହେଉଣୁ ଚୀନ୍‌ର ପୁଣିଏକ ଭାରତ ବିରୋଧୀ ଷଡ଼ଯନ୍ତ୍ର ରୁକ୍ମିଣୀ ନଜରରେ ଧରାପଡିଛି।

ଦୁଇଦେଶ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଭାରତ ଅଜାଣତରେ ଭାରତ ମହାସାଗରରେ ବୁଡ଼ାଜାହାଜକୁ ମୁତୟନ କରିଛି ଚୀନ୍‌। ତେବେ ଚୀନ୍‌ର ଏହି ଚାଲାକିକୁ ଆକାଶପଥରୁ ଧରିନେଇଛି ରୁକ୍ମିଣୀ।  ଭାରତ ମହାସାଗରରେ ନିଜର ଉପସ୍ଥିତି ଜାହିର କରିବାକୁ ଚୀନ୍‌ ପ୍ରାୟ ୧୪ଟି ବୁଡ଼ାଜାହାଜ ମୁତୟନ କରିଛି। ଚୀନ୍‌ର ଏହି କାରସାଦି ବିଷୟରେ ନୌସେନାକୁ ସୂଚିତ କରିଛି ରୁକ୍ମିଣୀ। ତେବେ କିଏ ଏହି ରୁକ୍ମିଣୀ ଜାଣିଛନ୍ତି ?

ରୁକ୍ମିଣୀ କିଏ ?

ଭାରତ ମହାସାଗରରେ ଚୀନ୍‌ ନୌସେନାର ସମସ୍ତ ଚାଲାକି ବିଷୟରେ ଜିସାଟ-୭ ସାଟେଲାଇଟ୍ ଜରିଆରେ ଭାରତ ସୂଚନା ପାଇଥିଲା। ଏହି ଜିସାଟ୍-୭ ଉପଗ୍ରହର ନାଁ ହେଉଛି ରୁକ୍ମିଣୀ। ଏହି ସାଟେଲାଇଟ୍‌କୁ ୨୩ ସେପ୍ଟମ୍ବର ୨୦୧୩ରେ ମହାକାଶକୁ ପ୍ରେରଣ କରାଯାଇଥିଲା। ଭାରତ ମହାସାଗର, ଆରବ ମହାସାଗରରେ ଅନ୍ୟ ଦେଶର ଗତିବିଧି ଉପରେ ନଜର ରଖିବାକୁ ଏହି ସାଟେଲାଇଟ୍‌ ପ୍ରେରଣ କରାଯାଇଥିଲା। ଏହା ଏକ ମଲ୍ଟି ବ୍ୟାଣ୍ଡ କମ୍ୟୁନିକେସନ ସର୍ଭିଲାନ୍ସ ସାଟେଲାଇଟ। ୨୬୨୫ କିଲୋଗ୍ରାମ ଓଜନର ଏହି ସାଟେଲାଇଟ ୩୬ ହଜାର କିଲୋମିଟର ଉଚ୍ଚ ଆକାଶପଥରୁ କାର୍ଯ୍ୟ ସମ୍ପାଦନ କରିବାର ଦ‍କ୍ଷତା ରଖିଛି। ବିଭିନ୍ନ ଜଳଜାହାଜ, ବୁଡାଜାହାଜ, ସବ୍ ମେରାଇନ୍ ଓ ବିମାନ ଗତିବିଧିର ସଠିକ୍‌ ସୂଚନା ଦେଇଥାଏ ରୁକ୍ମିଣୀ। ମୁଖ୍ୟତଃ ଚୀନ୍ ସେନା ଉପରେ ନଜର ରଖିବାକୁ ରୁକ୍ମିଣୀକୁ ମହାକାଶକୁ ପ୍ରେରଣ କରାଯାଇଛି।

Related story