ସେନାର ଶକ୍ତି ବୃଦ୍ଧି ଲକ୍ଷ୍ୟରେ ଭାରତ: ଋଷ ଦେବ ୪୮ଟି MI-17 ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇଁ ଯୋଜନା। ଏଥିଲାଗି ଋଷରୁ ଆସିବ ୪୮ଟି MI-17 ହେଲିକପ୍ଟର। ଏହି ହେଲିପ୍ଟର ଗୁଡ଼ିକୁ ସେନାର  ପରିବହନ କ୍ଷେତ୍ରରେ ବ୍ୟବହାର କରାଯିବ। ଏଥିପାଇଁ ଭାରତ ଓ ଋଷ ମଧ୍ୟରେ  ବୁଝାମଣା ହେବ । ଚଳିତ ବର୍ଷ ଶେଷ ଆଡ଼କୁ ଦୁଇଦେଶ ମଧ୍ୟରେ ଏହି ଡିଲ୍‌ ହୋଇପାରେ। କେବଳ ସେତିକି ନୁହଁ ଭାରତକୁ ଆହୁରି ୩୦୦ଟି Mi-8 ଏବଂ Mi-17 ଶ୍ରେଣୀର ହେଲିକପ୍ଟର ଆସିବ। ଏହି ବିମାନ ଗୁଡ଼ିକ ସୈନ୍ୟଙ୍କୁ ନେବା […]

rush

Rakesh Mallick
  • Published: Sunday, 30 July 2017
  • , Updated: 30 July 2017, 07:18 PM IST

ନୂଆଦିଲ୍ଲୀ: ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇଁ ଯୋଜନା। ଏଥିଲାଗି ଋଷରୁ ଆସିବ ୪୮ଟି MI-17 ହେଲିକପ୍ଟର। ଏହି ହେଲିପ୍ଟର ଗୁଡ଼ିକୁ ସେନାର  ପରିବହନ କ୍ଷେତ୍ରରେ ବ୍ୟବହାର କରାଯିବ। ଏଥିପାଇଁ ଭାରତ ଓ ଋଷ ମଧ୍ୟରେ  ବୁଝାମଣା ହେବ । ଚଳିତ ବର୍ଷ ଶେଷ ଆଡ଼କୁ ଦୁଇଦେଶ ମଧ୍ୟରେ ଏହି ଡିଲ୍‌ ହୋଇପାରେ। କେବଳ ସେତିକି ନୁହଁ ଭାରତକୁ ଆହୁରି ୩୦୦ଟି Mi-8 ଏବଂ Mi-17 ଶ୍ରେଣୀର ହେଲିକପ୍ଟର ଆସିବ। ଏହି ବିମାନ ଗୁଡ଼ିକ ସୈନ୍ୟଙ୍କୁ ନେବା ଆଣିବା, ଅସ୍ତ୍ରଶସ୍ତ୍ର ପରିବହନ, ସର୍ଚ୍ଚ ଅପେରେଶନ, ସୁରକ୍ଷା ଲାଗି ଏସକଟ୍‌ ଏବଂ ପାଟ୍ରୋଲିଂ ଆଦିରେ ବ୍ୟବହାର କରାଯିବ।

ଋଷର ଅସ୍ତଶସ୍ତ୍ର ପରିବହନ ସଂସ୍ଥାର ସିଇଓ ଆଲେକ୍ସଜେଣ୍ଡାର ମିକିଭ୍‌ ଏହି ସୂଚନା ଦେଇଛନ୍ତି।  ଗତ ବର୍ଷ ଭାରତକୁ ଋଷ ୩ଟି Mi-17V5 ବିମାନ ଦେଇଥିଲା। ସେନା ପରିବହନ କ୍ଷେତ୍ରରେ ଏହି Mi-17V5 ବିଶ୍ୱର ସବୁଠୁ ଶକ୍ତିଶାଳୀ ଏବଂ ଅତ୍ୟାଧୁନିକ ବୋଲି ବିବେଚନା କରାଯାଉଛି। ପ୍ରତିରକ୍ଷା କ୍ଷେତ୍ରରେ ଦୀର୍ଘ ୧୫ ବର୍ଷ ଧରି ଋଷ ଭାରତକୁ ସହଯୋଗ କରିଆସୁଛି ବୋଲି ଆଲେକ୍ସଜେଣ୍ଡାର କହିଛନ୍ତି। କାରଣ ୨୦୦୮ରେ ଚୁକ୍ତିନାମା ଅନୁଯାୟୀ ୮୦ଟି Mi-17V5  ଦିଆଯିବ ବୋଲି ଆଲୋଚନା ହୋଇଥିଲା। ଆଉ ୨୦୧୧ରୁ ୨୦୧୩ ମଧ୍ୟରେ ଏସବୁ ବିମାନ ଭାରତକୁ ଯୋଗାଇ ଦିଆଯାଇଥିଳା ବୋଲି ସେ କହିଛନ୍ତି। ତେବେ ଉପରୋକ୍ତ ବିମାନ ଗୁଡ଼ିକୁ  ହସ୍ତାନ୍ତର ନେଇ ଖୁବ୍‌ ଶୀଘ୍ର ଭାରତର ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀଙ୍କ ସହ ଆଲୋଚନା ହେବ ବୋଲି ସେ କହିଛନ୍ତି।

 

Related story