୧୭ବର୍ଷରେ ସନ୍ନ୍ୟାସୀ, ୨୩ବର୍ଷରେ କୋଟିପତି: ଖୁସି ବିକି ଶହେ କୋଟିର ମାଲିକ, ପଢନ୍ତୁ ପ୍ରେରଣା ପାଇବେ

ଚେନ୍ନାଇ- ସେ ଥିଲେ କୋଟିପତିର ପୁଅ। ପୈତୃକ ସଂପତ୍ତିର ପାହାଡ଼ ଉପରେ ବସି ସେ ଦେଖୁଥିଲେ ସ୍ୱପ୍ନ। ବଡ଼ ସ୍କୁଲରେ  ପାଠ ପଢୁଥିଲେ।  ଦାମି ଗାଡ଼ି ଚଢୁଥିଲେ। ସାଙ୍ଗସାଥୀଙ୍କ ସହ ମଉଜ ମଜଲିସ୍‌ରେ କଟୁଥିଲା ତାଙ୍କ ଜୀବନ। ହେଲେ ୧୭ବର୍ଷ ବୟସରେ ହଠାତ୍ ବଦଳିଗଲା ତାଙ୍କ ମାନସିକତା। ସବୁଥାଇ ସବୁ ନଥିବାର ଅନୁଭବ ତାଙ୍କୁ ବିଚଳିତ କରି ପକାଇଲା। ସଂସାର ମୋହମାୟା ଠାରୁ ଦୂରେଇ ଯିବାକୁ ଚେଷ୍ଟା କଲେ ସେ। ଭୋଗୀ ଯୁବକ ଯୋଗୀ ପାଲଟି ଯିବାକୁ […]

sarve-2

Rakesh Mallick
  • Published: Saturday, 27 May 2017
  • , Updated: 27 May 2017, 11:06 PM IST

ଚେନ୍ନାଇ- ସେ ଥିଲେ କୋଟିପତିର ପୁଅ। ପୈତୃକ ସଂପତ୍ତିର ପାହାଡ଼ ଉପରେ ବସି ସେ ଦେଖୁଥିଲେ ସ୍ୱପ୍ନ। ବଡ଼ ସ୍କୁଲରେ  ପାଠ ପଢୁଥିଲେ।  ଦାମି ଗାଡ଼ି ଚଢୁଥିଲେ। ସାଙ୍ଗସାଥୀଙ୍କ ସହ ମଉଜ ମଜଲିସ୍‌ରେ କଟୁଥିଲା ତାଙ୍କ ଜୀବନ। ହେଲେ ୧୭ବର୍ଷ ବୟସରେ ହଠାତ୍ ବଦଳିଗଲା ତାଙ୍କ ମାନସିକତା। ସବୁଥାଇ ସବୁ ନଥିବାର ଅନୁଭବ ତାଙ୍କୁ ବିଚଳିତ କରି ପକାଇଲା। ସଂସାର ମୋହମାୟା ଠାରୁ ଦୂରେଇ ଯିବାକୁ ଚେଷ୍ଟା କଲେ ସେ। ଭୋଗୀ ଯୁବକ ଯୋଗୀ ପାଲଟି ଯିବାକୁ ନିଷ୍ପତି ନେଲେ। ଆଉ ଭିନ୍ନ ଏକ ଖୁସି ଖୋଜୁ ଖୋଜୁ ବନିଗଲେ ଯୋଗୀ। କୁହାଯାଇ ପାରିବ ଯୁବ ସନ୍ନ୍ୟାସୀ।

ସନ୍ନ୍ୟାସୀରୁ କୋଟିପତି

ଦିନେ କୋଟିପତିର ପୁଅ ହୋଇ ଅୟେସ ଆରାମକୁ ଛାଡ଼ି ଦେଇଥିବା ଯୁବକ କେମିତି ବନିଲେ କୋଟିପତି। ଜଣେ ଯୁବ ସନ୍ନ୍ୟାସୀ କଣ କରିପାରେ ବ୍ୟବସାୟ। ଜଟିଳ ଭଳି ଲାଗୁଥିବା ଏ ପ୍ରଶ୍ନ ପଚାରିଲେ ଖୁବ୍ ସରଳ ଉତ୍ତର ଦେଉଛନ୍ତି ଏହି ଯୁବ ଯୋଗୀ। ଆଉ କହିଛନ୍ତି ନିଜ ଜୀବନର ପରିବର୍ତ୍ତନର କାହାଣୀ ଆଉ କୋଟିପତି ହେବାର ରାଜ୍।

  କିଏ ଏହି ଯୁବ ଯୋଗୀ

ତାମିଲନାଡୁର ସର୍ବେଶ ଶଶି। ପରିଚୟ କହିଲେ, ଚେନ୍ନାଇର ଜଣେ ନାମୀ ବ୍ୟବସାୟୀଙ୍କ ପୁଅ। ଯିଏ ଫେଲ୍ ହୋଇଥିଲେ ଯୁକ୍ତ ଦୁଇରେ। ଯିଏ ସ୍ୱପ୍ନ ଦେଖୁଥିଲେ ଦିନେ ୱାର୍ଲ ଟ୍ରେଡ୍ ସେଣ୍ଟରକୁ କିଣି ଆଣିବାକୁ। ଯିଏ ସ୍ୱପ୍ନ ଦେଖୁଥିଲେ ଭାରତୀୟ କ୍ରିକେଟ୍ ଟିମ୍‌ରେ ଖେଳିବେ। ମାତ୍ର ୧୭ବର୍ଷ ବୟସରେ ଏସବୁ ସ୍ୱପ୍ନ ଠାରୁ ହଠାତ୍ ଦୂରେଇ ଯାଇଥିଲେ ଧନୀ ବାପାର ଏହି ବିଗିଡ଼ି ଯାଇଥିବା ପୁଅ। ଏକାକି ଖୋଜିବାକୁ ଆରମ୍ଭ କରି ଦେଇଥିଲେ ଖୁସିକୁ।

ହେଲେ ଏହା ଥିଲା ଖୁବ୍ କଠିନ ଯାତ୍ରା। ବାପା ଜଣେ ଯୋଗୀଙ୍କ ସହ ସାକ୍ଷାତ କରାଇ ଦେଲେ। ତେବେ ଯୋଗୀଙ୍କ ପ୍ରଥମ ନିଦ୍ଦେର୍ଶ ଥିଲା ଖୁବ୍ କଠିନ। ୪୦ଦିନ ପାଇଁ ମଉନବ୍ରତ ଧାରଣ। ମନୋରଂଜନ, ଆମିଷ, ନିଶା ଓ ଚାକଚକ୍ୟ ଜୀବନ ଠାରୁ ଦୂରେଇ ରହିବା। ପରିବର୍ତ୍ତନ ଚାହୁଁଥିବା ସର୍ବେଶ ଯୋଗୀଙ୍କ ପ୍ରତିଟି ନିଦ୍ଦେର୍ଶକୁ ଅକ୍ଷରେ ଅକ୍ଷରେ ପାଳନ କଲେ। ମାତ୍ର କିଛି ମାସ ଭିତରେ ନିଜ ଭିତରେ ପରିବର୍ତ୍ତନକୁ ଅନୁଭବ କରି ପାରିଥିଲେ। ଜୀବନ ଜିଇଁବାର ଏହି ନିଆରା କଳାକୁ ଆୟତ୍ତ କରି ପାରିଥିଲେ। ଏଇଠୁ ବଦଳିଗଲା ସର୍ବେଶଙ୍କ ଜୀବନ। ଜଣେ କୋଟିପତିର ପୁଅ ପାଲଟିଗଲେ ଯୁବ ଯୋଗୀ।

ହେଲେ ଯୋଗୀ କେମିତି ବନିଲେ କୋଟିପତି

ଜୀବନର ଭିନ୍ନ ଏକ ଖୁସିକୁ ସାଉଁଟି ପାରିଥିବା ସର୍ବେଶ ଚାହିଁଥିଲେ ଏହି କଳାକୁ ଅନ୍ୟମାନଙ୍କୁ ବାଣ୍ଟିବେ। ନିଜ ଦାଦାଙ୍କ ଠାରୁ ମାତ୍ର ୫ଲକ୍ଷ ଟଙ୍କା ଧାର ଆଣି ଚେନ୍ନାଇରେ ଏକ ଅନୁଷ୍ଠାନ ଆରମ୍ଭ କଲେ। ୨୦୧୩ ମସିହାରେ ସର୍ବେଶଙ୍କ ଦ୍ୱାରା ପ୍ରତିଷ୍ଠା ହେଲା ଜୋର୍ବା। ଯୋଗ ଷ୍ଟୁଡିଓ ଠାରୁ ଟିକେ ଭିନ୍ନ ଥିଲା ଏହି ଜୋର୍ବା ଇନଷ୍ଟିଚ୍ୟୁଟ୍‌ର ଲକ୍ଷ୍ୟ। ଯେଉଁଠି ଏକାସଙ୍ଗରେ ଜୁମ୍ୱୋ, ଯୋଗ, ଏରୋବିକ୍ସ ଓ ଧ୍ୟାନ ଶିଖା ଯାଉଥିଲା ଶାନ୍ତି ଖୋଜୁଥିବା ବ୍ୟସ୍ତବିବ୍ରତ ମଣିଷଙ୍କୁ।

ଖୁସି ବିକ୍ରି ପର୍ବ

ଧିରେ ଧିରେ ଜୋର୍ବାର ଶାଖା ଖୋଲିଲେ ସର୍ବେଶ। ଯୁବ ଯୋଗୀ ଅନ୍ୟମାନଙ୍କୁ ଶିଖାଇଲେ ଧ୍ୟାନ ଓ ଯୋଗର କଳା। ଅନୁଷ୍ଠାନରେ ଲୋକଙ୍କ ସଂଖ୍ୟା ବଢ଼ିଲା। ବେଶ୍ ଦି ପଇସା ରୋଜଗାର ବି ହେଲା। ଏ ସମୟରେ ଦିନେ ବାପା ସର୍ବେଶଙ୍କୁ କହିଲେ, ଏହାକୁ ଏକ ଚେନ୍ ବିଜିନେସ୍‌ରେ ପରିଣତ କରିବାକୁ।ଏହି ସମୟରେ ସର୍ବେଶଙ୍କ ସହ ହାତ ମିଳାଇଥିଲେ ଜିମ୍‌କୁ ନେଇ ଚେନ୍ ବ୍ୟବସାୟ କରୁଥିବା ଏକ ଅନ୍ତର୍ଜାତୀୟ କଂପାନୀ ସହ। ବ୍ୟବସାୟକୁ ଆଗକୁ ବଢାଇବାକୁ ଦୁଇପକ୍ଷଙ୍କ ମଧ୍ୟ କଥାବାର୍ତ୍ତା ସଫଳ ହୋଇଥିଲା। ଆଉ ମାତ୍ର ଦେଢ଼ବର୍ଷ ଭିତରେ ଭାରତ ସମେତ ବିଶ୍ୱରେ ଶହେଟି ହାପିନେସ୍ ଷ୍ଟୁଡିଓ ଖୋଲିବାକୁ ମିଶନ୍ ପ୍ରସ୍ତୁତ ହେଲା।

ଏବେ ସାରା ବିଶ୍ୱରେ ସର୍ବେଶ ବିକୁଛନ୍ତି ଖୁସି। ହାପିନେସ୍ ଷ୍ଟୁଡିଓ ମାଧ୍ୟମରେ ଏବେ ସର୍ବେଶଙ୍କୁ ଲୋକେ ଚିହ୍ନିବା ଆରମ୍ଭ କରି ଦେଇଛନ୍ତି। କାରଣ ଦିନେ ବାଟବଣା ହୋଇ ଅଧାରୁ ପାଠ ଛାଡ଼ି ସନ୍ନ୍ୟାସୀ ହେବାକୁ ମନ ବଳାଇଥିବା ମାତ୍ର ୨୩ବର୍ଷିୟ ଯୁବକ ଏବେ ଶହେ କୋଟି ଟଙ୍କାର ମାଲିକ ବନି ଯାଇଛନ୍ତି।

Related story