ଆକାଶରେ ବୁଲୁଛନ୍ତି ସେନାର ସାଥୀ: ପୃଥିବୀ ଉପରେ ଅଛି ନଜର

ଗତ ଶୁକ୍ରବାର ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମହାକାଶକୁ ପଠାଇଛି ନଜର ରଖିବା କ୍ଷମତା ଥିବା କାର୍ଟୋସେଟ୍-୨ ସିରିଜ୍‌ର ‘ଆଇ ଇନ୍ ଦ ସ୍କାଇ’ ସାଟେଲାଇଟ୍। ଏହାକୁ କୁହାଯାଉଛି ଭାରତର ଆଖି। ଏହା ଦ୍ୱାରା ଭାରତର ସୈନ୍ୟ ବଳକୁ ବଡ଼ ଫାଇଦା ମିଳିବ। ଏହି ସାଟେଲାଇଟକୁ ମିଶାଇ ଇସ୍ରୋ ଏଯାବତ ୧୩ଟି ସାଟେଲାଇଟ୍ ମହାକାଶକୁ ପଠାଇ ସାରିଛି ଯାହା ଭାରତୀୟ ସେନାକୁ ମଜଭୁତ କରିବାରେ ସାହାଯ୍ୟ କରିଛି। ବିଶେଷ କରି ଏଗୁଡ଼ିକ ଶତ୍ରୁ ଦେଶର ସମରସଜ୍ଜା […]

cartosat

Rakesh Mallick
  • Published: Monday, 26 June 2017
  • , Updated: 26 June 2017, 01:30 PM IST

ଗତ ଶୁକ୍ରବାର ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମହାକାଶକୁ ପଠାଇଛି ନଜର ରଖିବା କ୍ଷମତା ଥିବା କାର୍ଟୋସେଟ୍-୨ ସିରିଜ୍‌ର ‘ଆଇ ଇନ୍ ଦ ସ୍କାଇ’ ସାଟେଲାଇଟ୍। ଏହାକୁ କୁହାଯାଉଛି ଭାରତର ଆଖି। ଏହା ଦ୍ୱାରା ଭାରତର ସୈନ୍ୟ ବଳକୁ ବଡ଼ ଫାଇଦା ମିଳିବ। ଏହି ସାଟେଲାଇଟକୁ ମିଶାଇ ଇସ୍ରୋ ଏଯାବତ ୧୩ଟି ସାଟେଲାଇଟ୍ ମହାକାଶକୁ ପଠାଇ ସାରିଛି ଯାହା ଭାରତୀୟ ସେନାକୁ ମଜଭୁତ କରିବାରେ ସାହାଯ୍ୟ କରିଛି। ବିଶେଷ କରି ଏଗୁଡ଼ିକ ଶତ୍ରୁ ଦେଶର ସମରସଜ୍ଜା ଉପରେ ନଜର ରଖୁଛନ୍ତି। ଭାରତୀୟ ସୀମାରେ ନଜର ରଖିବା ସହିତ ମ୍ୟାପିଂ ପାଇଁ ଏହି ସେଟ୍‌ଲାଇଟ୍‌ ଗୁଡ଼ିକ ସାହାଯ୍ୟ କରୁଛନ୍ତି। ଉଭୟ ସ୍ଥଳ ଓ ଜଳ ଭାଗରେ ଏଗୁଡ଼ିକ ରଖିଛନ୍ତି କଡ଼ା ନଜର।

ଇସ୍ରୋରୁ ମିଳିଥିବା ସୂଚନା ମୁତାବକ ଏହି ରିମୋଟ୍ ସେନ୍‌ସିଂ ସାଟେଲାଇଟ୍‌ଗୁଡ଼ିକ ମଧ୍ୟରୁ ଅଧିକାଂଶ ପୃଥିବୀର କକ୍ଷ ନିକଟରେ ରଖାଯାଇଛି। ଗତ ଶୁକ୍ରବାର ପଠାଯାଇଥିବା କାର୍ଟୋସେଟ୍-୨ ସିରିଜ୍‌ର ‘ଆଇ ଇନ୍ ଦ ସ୍କାଇ’ ସାଟେଲାଇଟ୍ ପୃଥିବୀର ଯେକୌଣସି ନିର୍ଦ୍ଧାରିତ ସ୍ଥାନର ଫଟୋ ଉଠାଇବାକୁ ସକ୍ଷମ। ଏହାର ରିଜୋଲ୍ୟୁସନ୍ ୦.୬ ମିଟର। ଏହାର ଅର୍ଥ ଏହା କ୍ଷୁଦ୍ରରୁ କ୍ଷୁଦ୍ର ଜିନିଷର ପତ୍ତା ଲଗାଇ ପାରିବ।

ଶତ୍ରୁ ଉପରେ ନଜର ରଖିବା ପାଇଁ ସେନା ଦ୍ୱାରା ବ୍ୟବହାର କରାଯାଉଥିବା ୧୩ଟି ସାଟେଲାଇଟ୍ ମଧ୍ୟରେ କାର୍ଟୋସେଟ୍-୧ ଓ କାର୍ଟୋସେଟ୍-୨ ସିରିଜ୍ ବ୍ୟତୀତ ରିସେଟ୍-୧ ଓ ରିସେଟ୍-୨ ବି ସାମିଲ ହୋଇଛନ୍ତି। ନୌସେନା ଜିସେଟ୍-୭ ସାଟେଲାଇଟ୍‌କୁ ନିଜର ଯୁଦ୍ଧ ଜାହାଜ, ସବ୍‌ମାରାଇନ୍‌, ଏୟାରକ୍ରାଫ୍ଟ ଓ ଲ୍ୟାଣ୍ଡ ସିଷ୍ଟମରେ ରିୟଲ ଟାଇମ୍ ଟେଲିକମ୍ୟୁନିକେସନ୍ ପାଇଁ ବ୍ୟବହାର କରୁଛି।

ସେହିପରି ଶତ୍ରୁ ଦେଶର ସାଟେଲାଇଟ୍‌ ଗୁଡ଼ିକର ଉଦ୍ଦେଶ୍ୟକୁ ବିଫଳ କରିବା ପାଇଁ ଭାରତ ପାଖରେ ଅଛି ଆଣ୍ଟି ସାଟେଲାଇଟ୍‌ ୱିପନ୍ ଲଞ୍ଚ୍ କରିବାର କ୍ଷମତା। ଏହି କ୍ଷମତା ବିଶ୍ୱରେ କେବଳ ଆମେରିକା, ରୁଷ ଓ ଚୀନ ପାଖରେ ଅଛି।

Related story