ଏୟାର ସ୍ପେସ୍ ଇଞ୍ଜିନିୟର ତଥା ପ୍ରୋଫେସର ସତୀଶ ଧାୱନଙ୍କ ଜନ୍ମ ୧୯୨୦ ସେପ୍ଟେମ୍ବର ୨୫ ତାରିଖରେ ହୋଇଥିଲା। ପିଲାଦିନୁ କିଛି କରି ଦେଖାଇବାର ନିଶା ତାଙ୍କ ମନରେ ବସା ବାନ୍ଧିଥିଲା। ଆକାଶକୁ ଅନାଇ ସେ ଅନେକ କଥା ଭାବୁଥିଲେ। ଏତେବଡ଼ ଆକାଶରେ କ’ଣ ସବୁ ଥାଇ ପାରେ ଭବନା ତାଙ୍କୁ ମହାକାଶ ଗବେଷଣା ଆଡ଼କୁ ଟାଣି ନେଇଥିଲା। ବୟସ ବଢିବା ସହ ମହାକାଶ ସମ୍ପର୍କରେ ଅଧିକ ଜାଣିବାକୁ ତାଙ୍କୁ ଆଗ୍ରହ ମଧ୍ୟ ବୃଦ୍ଧି ପାଇବାରେ ଲାଗିଥିଲା। ଲାହୋରର ପଞ୍ଜାବ ୟୁନିଭର୍ସିଟିରୁ ବିଏ ପାସ କରିବା ପରେ ଇଂଲିସ ଲିଟରେଚରରେ ପିଜି ସାରିଥିଲେ। ଏହାପରେ ଆମେରିକା ଯାଇ ୟୁନିଭର୍ସିଟି ଅଫ ମିନେସୋଟ୍ କଲେଜରେ ଏରୋସ୍ପେ ଅଫ୍ ଇଞ୍ଜିନିୟରଂରେ ଅଧ୍ୟୟନ କରିଥିଲେ।
୧୯୭୨ରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ଅଧ୍ୟକ୍ଷ ଭାବେ ଯୋଗଦେଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ବହୁ ଆଗକୁ ନେଇଯାଇଥିଲେ। ବିକ୍ରମ ସାରାଭାଇଙ୍କ ପରେ ୧୯୭୨ରେ ସତୀଶ ଇସ୍ରୋର ଅଧ୍ୟକ୍ଷ ପଦ ତୁଲାଇଲେ। ତାଙ୍କୁ ଫାଦର ଅଫ ଏକ୍କପେରିମେଣ୍ଟ ଫ୍ଲୁଇଡ ଡାଇନମିକ କୁହାଯାଇଥାଏ। ଶ୍ରୀହରିକୋଟାର କ୍ଷେପଣାସ୍ତ୍ର ଘାଟି ତାଙ୍କ ନାମ ଅନୁସାରେ ସତୀଶ ଧାୱନ ସ୍ପେସ ସେଣ୍ଟର ରଖାଯାଇଛି। ଭାରତର ପ୍ରଥମ ସୁପରସୋନିକ ୱିଣ୍ଡ ଟନଲ ଆଇଆଇଏସ୍ସି ବାଙ୍ଗାଲୁରୁରେ ଲଗାବାକୁ ସେ ସଫଳ ହୋଇଥିଲେ। ସେ ସଫଳତା ପୂର୍ବକୁ ଇନ୍ସାଟ, ଆଇଆରଏସ୍, ପିଏସଏଲଭିର ରିମୋଟ ସେସିଂଙ୍ଗ ଓ ଉପଗ୍ରହ ସଂଚାର କାର୍ଯ୍ୟକ୍ରମ ସମ୍ଭାଳି ଥିଲେ। ମହାକାଶ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅଭୂତପୂର୍ବ ସଫଳତା ପାଇଁ ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି। ୨୦୦୨ ଜାନୁଆରୀ ୩ ତାରିଖରେ ଏହି ମହାନ ନାୟକଙ୍କ ପରଲୋକ ଘଟିଥିଲା।