ଅତର ଆସୁଛି ଆମେରିକାରୁ: ଏଣିକି ବାସିବ ବିଲେଇ ନାନୀ

ବିଲେଇ ପ୍ରେମୀଙ୍କ ପାଇଁ ଖୁସି ଖବର।  କାରଣ ଏବେ ବିଲେଇଙ୍କ ପାଇଁ ପ୍ରସ୍ତୁତି ହୋଇଛି ଅତର। ଆଗଭଳି ଆଉ ବିଲେଇ ଆଉ ଗନ୍ଧେଇବେ ନାହିଁ।  ମଣିଷ ପରି  ମହ ମହ ବାସିବେ। ବିଲେଇଙ୍କ ଏହି ଅତର ପ୍ରସ୍ତୁତ କରିଛି ଆମେରିକାରର ଏକ କମ୍ପାନୀ। ଅତରର ନାଁ ‘କିଚେନ୍ ଫର୍‌’। ଏହି ଅତରର ଗନ୍ଧ ହାର୍ଡ ନୁହେଁ ବହୁତ ସଫ୍ଟ। ଅତର ବ୍ୟବହାର କଲେ ବିଲେଇର ଲୋମ ନରମ ରହିବା ସହ ବାସିବ।  ଏହା ସହ ବିଲେଇର ବେକକୁ […]

cat1

Rakesh Mallick
  • Published: Saturday, 25 March 2017
  • , Updated: 25 March 2017, 03:14 PM IST

ବିଲେଇ ପ୍ରେମୀଙ୍କ ପାଇଁ ଖୁସି ଖବର।  କାରଣ ଏବେ ବିଲେଇଙ୍କ ପାଇଁ ପ୍ରସ୍ତୁତି ହୋଇଛି ଅତର। ଆଗଭଳି ଆଉ ବିଲେଇ ଆଉ ଗନ୍ଧେଇବେ ନାହିଁ।  ମଣିଷ ପରି  ମହ ମହ ବାସିବେ। ବିଲେଇଙ୍କ ଏହି ଅତର ପ୍ରସ୍ତୁତ କରିଛି ଆମେରିକାରର ଏକ କମ୍ପାନୀ। ଅତରର ନାଁ ‘କିଚେନ୍ ଫର୍‌’। ଏହି ଅତରର ଗନ୍ଧ ହାର୍ଡ ନୁହେଁ ବହୁତ ସଫ୍ଟ।

ଅତର ବ୍ୟବହାର କଲେ ବିଲେଇର ଲୋମ ନରମ ରହିବା ସହ ବାସିବ।  ଏହା ସହ ବିଲେଇର ବେକକୁ ଆରାମ ମଧ୍ୟ ମିଳିବ।

ଯେଉଁ ଉପାଦନ ନେଇ ଏହି ଅତର ପ୍ରସ୍ତୁତ କରାଯାଇଛି ଏହା ବିଲେଇ ପାଇଁ କ୍ଷତିକାରକ ନୁହେଁ। ଏହି ଅତରରେ କୌଣସି ରସାୟନ ବ୍ୟବହାର  କରାଯାଇ ନଥିବା ପ୍ରସ୍ତୁତକାରୀ କଂପାନୀ କହିଛି। ଏହି ଅତର ପ୍ରସ୍ତୁତ କରିବାକୁ ଦୀର୍ଘ ୧୫ ବର୍ଷ ଧରି କଂପାନୀ ପରୀକ୍ଷଣ‍ ଚଲାଇଥିଲା।

Related story