ମା ଆଖିରୁ ଲୁହ ଶୁଖୁନି, ପୁଅ ଫେରିଲାନି ଫେରିଲା ପୁଅର ସ୍କୁଲ ବ୍ୟାଗ୍‌: ପାକିସ୍ତାନର ଏହି ଚଳଚିତ୍ରକୁ ନେଇ ସାରାବିଶ୍ୱରେ ଚର୍ଚ୍ଚା

Ordigital Desk
  • Published: Sunday, 18 June 2017
  • , Updated: 18 June 2017, 04:20 PM IST
<p>[vc_video link=&quot;&quot; align=&quot;center&quot;]</p> <p>ପୁଅର ଜନ୍ମଦିନ, ଆଉ ଜନ୍ମଦିନରେ ମା ପାଖରେ ପୁଅର ଗୋଟେ ଜିଦ୍ ସ୍କୁଲ ବ୍ୟାଗଟେ ପାଇଁ। ସ୍କୁଲବ୍ୟାଗ ମିଳିଲେ ସେ ସ୍କୁଲ ଯିବ ନ ହେଲେ ସେ ସ୍କୁଲ ଯିବନି। ବ୍ୟାଗ ପାଇଁ ପୁଅ ଜିଦ୍ କରୁଛି, ନେହୁରା ହେଉଛି ଓ ମନ ଦୁଃଖ ବି କରୁଛି। ଆଉ ପୁଅକୁ ଖୁସି କରିବା ପାଇଁ ଶେଷରେ ମା ନୂଆ ସ୍କୁଲବ୍ୟାଗ ଆଣିଦେବା ପରେ ପୁଅ ସ୍କୁଲବ୍ୟାଗ ନେଇ ସ୍କୁଲ ବାହାରିଛି।&nbsp; ପୁଅ ସ୍କୁଲ ଯିବାପରେ ମା ପୁଅର ଜନ୍ମଦିନ ଉପଲକ୍ଷେ ଖାଦ୍ୟ ପ୍ରସ୍ତୁତ କରୁଛି &nbsp;ଏବଂ ସେ ସମୟରେ ହଠାତ ରେଡିଓରୁ ଖବର ମିଳିଲା ପେଶୱାର ଆର୍ମି ପବ୍ଲିକ ସ୍କୁଲରେ ଆତଙ୍କବାଦୀ ଆକ୍ରମଣରେ 100ରୁ ଉର୍ଦ୍ଧ ପିଲାଙ୍କ ମୃତ୍ୟୁ ଘଟିଛି। ଏବଂ କିଛି ସମୟ ପରେ ମା ଦେଇଥିବା ଉପହାର ବ୍ୟାଗଟି ଘରକୁ ଫେରୁଛି ସତ କିନ୍ତୁ ପୁଅ ଆଉ ଫେରିନି।</p> <p>ପେଶୱାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଘଟଣାକୁ ନେଇ ଏକ କ୍ଷୁଦ୍ର ଚଳଚିତ୍ର ବନାଯାଇଛି। କାହାଣୀର ନାଁ ରହିଛି&nbsp; &lsquo;&lt;strong&gt;ଦ&lt;/strong&gt; &lt;strong&gt;ସ୍କୁଲବ୍ୟାଗ&lt;/strong&gt;&lt;strong&gt;&rsquo;&lt;/strong&gt;। କାହାଣୀଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ହୃଦୟବିଦାରକ କାହାଣୀକୁ ସାରା ଦେଶ ପ୍ରଶଂସା କରୁଥିବା ବେଳେ ଏହି କ୍ଷୁଦ୍ର ଚଳଚିତ୍ରଟି ଏପର୍ଯ୍ୟନ୍ତ 22ଟି &nbsp;ପୁରସ୍କାର ଜିତି ସାରିଲାଣି।</p>

Related story