ପିଲା ଖେଳିବେ କେଉଁଠି: ଖେଳ ପଡ଼ିଆ ଭିତରେ ଚାଲୁଛି ଗାଡି

ପାଟକୁରା (ଓଡ଼ିଶା ରିପୋର୍ଟର): ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ସରକାର ବହୁ ଯୋଜନା କରୁଛନ୍ତି। ପିଲାଙ୍କୁ ସ୍କୁଲକୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରାଯାଉଛି। ଏହାସହ ବିଦ୍ୟାଳୟର ଭିତ୍ତିଭୂମି ମଧ୍ୟ ବିକାଶ କରାଯାଉଛି। ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ସ୍ଥିତ କରିଲୋପାଟଣାର ଜୟରାମ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ବହୁ ସମସ୍ୟାରେ ଗତି କରୁଛନ୍ତି। ବିଶେଷ କରି ବିଦ୍ୟାଳୟ ଖେଳ ପଡିଆର ଅଧିକାଂଶ ଅଂଶ ଏବେ ଜବରଦଖଲରେ। ପଡିଆ ପାଖରେ ଥିବା ରାସ୍ତା ଅବସ୍ଥା ଶୋଚନୀୟ। […]

Rakesh Mallick
  • Published: Monday, 11 September 2017
  • , Updated: 11 September 2017, 05:11 PM IST

ପାଟକୁରା (ଓଡ଼ିଶା ରିପୋର୍ଟର): ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ସରକାର ବହୁ ଯୋଜନା କରୁଛନ୍ତି। ପିଲାଙ୍କୁ ସ୍କୁଲକୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରାଯାଉଛି। ଏହାସହ ବିଦ୍ୟାଳୟର ଭିତ୍ତିଭୂମି ମଧ୍ୟ ବିକାଶ କରାଯାଉଛି। ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ସ୍ଥିତ କରିଲୋପାଟଣାର ଜୟରାମ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ବହୁ ସମସ୍ୟାରେ ଗତି କରୁଛନ୍ତି। ବିଶେଷ କରି ବିଦ୍ୟାଳୟ ଖେଳ ପଡିଆର ଅଧିକାଂଶ ଅଂଶ ଏବେ ଜବରଦଖଲରେ। ପଡିଆ ପାଖରେ ଥିବା ରାସ୍ତା ଅବସ୍ଥା ଶୋଚନୀୟ। ଫଳରେ ଛାତ୍ରାତ୍ରୀ ଓ ଗ୍ରାମବାସୀ ଏହାକୁ ବ୍ୟବହାର କରିପାରୁ ନାହାଁନ୍ତି। ସାମାନ୍ୟ ବର୍ଷାରେ ଆଣ୍ଡୁଏ ପାଣି ଜମି ରହୁଛି। ଖାଲି ପାଦଚଲା ରାସ୍ତା ନୁହେଁ ଏହି ପଡିଆ ଦେଇ ଗାଡ଼ିମୋଟର ବି ଚାଲୁଛି। ବିଦ୍ୟାଳୟର କୌଣସି କାର୍ଯ୍ୟକ୍ରମ ହେଉ ଅବା ପିଲାମାନେ ଖେଳିବାକୁ ହେଉ ସମସ୍ୟା ସୃଷ୍ଟି ହେଉଛି।

୧୯୮୪ ମସିହାରୁ ସ୍ଥାପିତ ହୋଇଥିବା ଏହି ସ୍କୁଲରେ ୮୦୦ରୁ ଅଧିକ ପିଲା ପଢୁଛନ୍ତି। ଏହା ମଧ୍ୟରେ ୩୨ ବର୍ଷ ବିତିଗଲାଣି ହେଲେ ବିଦ୍ୟଳୟ ପୂର୍ଣ୍ଣାଙ୍ଗ ରୂପ ନେଇପାରୁନି। ବିଦ୍ୟାଳୟର ଖେଳ ପଡିଆର ଉନ୍ନତୀକରଣ ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କିଛି ଲାଗ ହେଉନାହିଁ। ଏହା ଏବେ ସ୍ଥାନୀୟ ଲୋକଙ୍କ ଯାତାୟାତର ରାହା ପାଲଟିଛି। ପଡିଆଟି ଖାଲଖମପୂର୍ଣ୍ଣ ହୋଇ କାଦୁଅ ପଚପଚ ହୋଇ ରହିଛି। କେଉଁଠି ଗାଇ ଚରୁଛି ତ ଆଉ କେଉଁଠି ଜବରଦଖଲ। ପଡିଆର ଅଧା ଯାଗା ଚାଲିଗଲାଣି।

ସ୍ଥାନୀୟ ବାସିନ୍ଦା ଗୟାଧର ଜେନା କହିଛନ୍ତି- “ପଡିଆଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ପିଲାଙ୍କ କିଛି କାମରେ ଲାଗୁନାହିଁ। ଯାହାକିଛି ସମସ୍ୟା ଥିଲା ଆମେ ଗ୍ରାମବାସୀ ବସି ତାହାର ସମାଧାନ କରିଦେଇଛୁ। ହେଲେ ପ୍ରଶାସନର ଅବହେଳାରୁ ଏହାର ଉନ୍ନତୀକରଣ କରାଯାଇପାରୁନାହିଁ।”

ବିଦ୍ୟାଳୟ ଖେଳ ପଡିଆକୁ ନେଇ ଥିବା ସମସ୍ୟାକୁ ମାର୍ଶାଘାଇ ବିଡିଓ ଶୁଭେନ୍ଦ୍ର କୁମାର ସାମଲ  ସ୍ୱୀକାର କରିଛନ୍ତି। ଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି।

Related story