ବୈଜ୍ଞାନିକ ମାନିଲେ: ମୃତ୍ୟୁ ପରେ ବି ଜୀବନ ଅଛି, ଆତ୍ମା ଅମର

ଭୂତପ୍ରେତ କଥା ଶୁଣିଲେ ଭୟରେ ଦେହ ଟାଙ୍କୁରି ଉଠେ। ମନ ଭିତରେ ଏକ ଅଜଣା ଭୟ ସଂଚାର ହୋଇଥାଏ। ଅଧିକାଂଶ ଲୋକ ଭୂତଙ୍କ ଅସ୍ତିତ୍ୱକୁ ସ୍ୱୀକାର କରିଥିବା ବେଳେ କିଛି ଲୋକ ଏହାକୁ ଏକ ଭ୍ରାନ୍ତ ଧାରଣା ବୋଲି କହିଥାନ୍ତି। କେବଳ ଭାରତ ନୁହେଁ ସାରା ବିଶ୍ୱରେ ରହିଛି ଏପରି ଧାରଣା। ଭୂତକୁ ନେଇ ସବୁ ଦେଶରେ ନିର୍ମାଣ ହୋଇଛି ଏକାଧିକ ଫିଲ୍ମ। ହେଲେ ପ୍ରକୃତରେ ଭୂତପ୍ରେତ ବୋଲି କିଛି ଅଛି କି ଏହା ଏକ ବିଶ୍ୱାସ […]

ghost

Rakesh Mallick
  • Published: Tuesday, 22 August 2017
  • , Updated: 22 August 2017, 02:36 PM IST

ଭୂତପ୍ରେତ କଥା ଶୁଣିଲେ ଭୟରେ ଦେହ ଟାଙ୍କୁରି ଉଠେ। ମନ ଭିତରେ ଏକ ଅଜଣା ଭୟ ସଂଚାର ହୋଇଥାଏ। ଅଧିକାଂଶ ଲୋକ ଭୂତଙ୍କ ଅସ୍ତିତ୍ୱକୁ ସ୍ୱୀକାର କରିଥିବା ବେଳେ କିଛି ଲୋକ ଏହାକୁ ଏକ ଭ୍ରାନ୍ତ ଧାରଣା ବୋଲି କହିଥାନ୍ତି। କେବଳ ଭାରତ ନୁହେଁ ସାରା ବିଶ୍ୱରେ ରହିଛି ଏପରି ଧାରଣା। ଭୂତକୁ ନେଇ ସବୁ ଦେଶରେ ନିର୍ମାଣ ହୋଇଛି ଏକାଧିକ ଫିଲ୍ମ। ହେଲେ ପ୍ରକୃତରେ ଭୂତପ୍ରେତ ବୋଲି କିଛି ଅଛି କି ଏହା ଏକ ବିଶ୍ୱାସ ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଧାର୍ମୀକ ଭାବନା ରଖୁଥିବା ଲୋକେ ଭୂତପ୍ରେତଙ୍କ ଅସ୍ତିତ୍ୱକୁ ସ୍ୱୀକାର କରୁଥିବା ବେଳେ ବୈଜ୍ଞାନିକମାନେ ଭିନ୍ନ ମତ ପୋଷଣ କରିଥାନ୍ତି। ଆସନ୍ତୁ ଜାଣିବା ଭୂତପ୍ରେତଙ୍କୁ ନେଇ ବୈଜ୍ଞାନିକମାନେ କ’ଣ କହିଥାନ୍ତି।

ଭୂତପ୍ରେତଙ୍କ ଉପରେ ବୈଜ୍ଞାନିକମାନେ ଏକାଧିକ ଅଧ୍ୟୟନ କରିଛନ୍ତି। ହେଲେ ଏଥିରେ ସେମାନଙ୍କୁ କିଛି ସଫଳତା ମିଳିନାହିଁ। ଭୂତପ୍ରେତଙ୍କ ଉପସ୍ଥିତିକୁ ନେଇ ସେମାନେ କିଛି ସଫଳତା ପାଇନାହାନ୍ତି। ଏହାସତ୍ତ୍ୱେ ପ୍ରାୟ ସବୁ ବୈଜ୍ଞାନିକଙ୍କ ମତ ହେଲା ୧୦ରୁ ୬ ଜଣ ଲୋକ ଭୂତପ୍ରେତ ଥିବା ବିଶ୍ୱାସ କରିଥାନ୍ତି। ୧୦ରୁ ୪ ଜଣ ଭୂତଙ୍କୁ ଦେଖିଥିବା କୁହନ୍ତି। କିଛି ବୈଜ୍ଞାନିକ ଏହାକୁ ମନର ଏକ ଭ୍ରାନ୍ତ ଧାରଣା କହିଥିବା ବେଳେ ଆଉ କିଛି ଏହାକୁ ନେଗେଟିଭ୍‌ ଏନର୍ଜି ବୋଲି କହିଛନ୍ତି। ହେଲେ ପ୍ରାୟ ସବୁ ବୈଜ୍ଞାନିକଙ୍କ ମତ ହେଲା, ‘ମୃତ୍ୟୁ ପରେ ବି ଜୀବନ ଅଛି। ଆତ୍ମା ଅମର, ଏହାର ମୃତ୍ୟୁ ଘଟି ନଥାଏ’।

ଭୂତକୁ ନେଇ ବୈଜ୍ଞାନିକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅଲଗା ଅଲଗା ମତ ରହିଥାଇ ପାରେ। ହେଲେ ଏହା ମଧ୍ୟ ଦେଖିବାକୁ ମିଳିଥାଏ, ବିଶ୍ୱରେ ଯେତେ ବି ଧର୍ମର ଲୋକେ ଅଛନ୍ତି ସବୁଠି ଭୂତପ୍ରେତଙ୍କୁ ନେଇ ବିଶ୍ୱାସ ରହିଛି ଓ ସେମାନଙ୍କ ଧର୍ମଗ୍ରନ୍ଥରେ ଏହା ସ୍ଥାନ ପାଇଛି।

Related story