କୁନି ଝିଅକୁ ଝାମ୍ପି ନେଲା ସମୁଦ୍ର ସିଂହ: ଭିଡିଓ ହେଲା ଭାଇରାଲ

Ordigital Desk
  • Published: Monday, 22 May 2017
  • , Updated: 22 May 2017, 11:06 PM IST
<p>ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଦେଖିଲେ ଯେକେହି ଆଚମ୍ବିତ ହୋଇଯିବ। ଘଟଣାଟି ହେଉଛି କାନାଡ଼ା ବନ୍ଦରରେ ଜଣେ ଅଳ୍ପ ବୟସ ଯୁବତୀ ସମୁଦ୍ର କୂଳରେ ବସିଥିବା ବେଳେ ଏକ ଜଳ ସିଂହ ଆସି ତାକୁ ଝାମ୍ପି ନେଉଛି। ୱାସିଂଟନପୋଷ୍ଟର ଖବର ମୁତାବକ କାନାଡ଼ା ବନ୍ଦରରେ ଲୋକମାନେ କୂଳରେ ଥାଇ ସାମୁଦ୍ରିକ ଜୀବକୁ ଖାଇବାକୁ ଦେଇ ମଜାନେଇଥାନ୍ତି।</p> <p>ତେବେ ଏହି ସମୟରେ ଜଣେ ଯୁବତୀ ସମୁଦ୍ର କୂଳରେ ବସିଥିବା ବେଳେ ହଠାତ ଏକ ସମୁଦ୍ର ସିଂହ (ସି-ଲାୟନ)ଆସି ତାଙ୍କୁ ଟାଣିନେଇଥିଲା। ପରେ ସେଠାରେ ଉପସ୍ଥିତ ଥିବା ଜଣେ ଯୁବକ ସମୁଦ୍ରକୁ ଡେଇଁ ଯୁବତୀ ଜଣକୁ ଉଦ୍ଧାର କରିଥିଲେ। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଆପଣଙ୍କ ଦେହ ଶିତେଇ ଯିବ।</p>

Related story