ଗଣେଶ ଚତୁର୍ଥୀରେ ଚନ୍ଦ୍ର ଦର୍ଶନ ହୋଇପାରେ ଅଶୁଭ

ଆଜି ଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀଗଣେଶ ଆଜି ପୂଜା ପାଉଛନ୍ତି।  ଏଥିପାଇଁ ସାରାଦେଶ ଉତ୍ସବମୁଖର। ଭାଦ୍ରବ ମାସ ଶୁକ୍ଲ ପକ୍ଷ ଚତୁର୍ଥୀରେ ବିଘ୍ନରାଜ ଶ୍ରୀଗଣେଶ ପୂଜା ପାଇଥାନ୍ତି। ଏହି ଦିନରେ ଶ୍ରୀଗଣେଶ ଜନ୍ମ ହୋଇଥିଲେ। ଏହିଦିନରେ ଶ୍ରଦ୍ଧା ଓ ଭକ୍ତିରେ ଗଣେଶଙ୍କୁ ପୂଜା କଲେ ତାଙ୍କର କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଜାଣିଛନ୍ତି, ଏହି ଦିନରେ ଆପଣଙ୍କର ଛୋଟ ଭୁଲ ଆପଣଙ୍କୁ ଅସୁବିଧାରେ ପକାଇପାରେ। ଶାସ୍ତ୍ର ଅନୁସାରେ ଗଣେଶ ଚତୁର୍ଥୀ ଦିନ କିଛି […]

ganeshmoon

Rakesh Mallick
  • Published: Friday, 25 August 2017
  • , Updated: 25 August 2017, 11:54 AM IST

ଆଜି ଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀଗଣେଶ ଆଜି ପୂଜା ପାଉଛନ୍ତି।  ଏଥିପାଇଁ ସାରାଦେଶ ଉତ୍ସବମୁଖର। ଭାଦ୍ରବ ମାସ ଶୁକ୍ଲ ପକ୍ଷ ଚତୁର୍ଥୀରେ ବିଘ୍ନରାଜ ଶ୍ରୀଗଣେଶ ପୂଜା ପାଇଥାନ୍ତି। ଏହି ଦିନରେ ଶ୍ରୀଗଣେଶ ଜନ୍ମ ହୋଇଥିଲେ। ଏହିଦିନରେ ଶ୍ରଦ୍ଧା ଓ ଭକ୍ତିରେ ଗଣେଶଙ୍କୁ ପୂଜା କଲେ ତାଙ୍କର କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଜାଣିଛନ୍ତି, ଏହି ଦିନରେ ଆପଣଙ୍କର ଛୋଟ ଭୁଲ ଆପଣଙ୍କୁ ଅସୁବିଧାରେ ପକାଇପାରେ। ଶାସ୍ତ୍ର ଅନୁସାରେ ଗଣେଶ ଚତୁର୍ଥୀ ଦିନ କିଛି ସମୟ ଚନ୍ଦ୍ର ଦେଖିବା ଉଚିତ୍ ନୁହେଁ। ଏହା ଅଶୁଭ ବୋଲି କୁହାଯାଇଥାଏ। ତାହାହେଲେ ଜାଣନ୍ତୁ ଆଜି କେଉଁ ସମୟରେ ଚନ୍ଦ୍ରଙ୍କୁ ଦେଖିବା ଉଚିତ ନୁହେଁ।

ଆଜି ଦିନ ସକାଳ ୯ଟା ୧୦ମିନିଟରୁ ରାତି ୯ଟା ୧୯ ମଧ୍ୟରେ ଚନ୍ଦ୍ରଙ୍କୁ ଦର୍ଶନ କରିବା ଉଚିତ ନୁହେଁ। ଏହି ସମୟରେ ଚନ୍ଦ୍ରଙ୍କୁ ଦେଖିଲେ ମିଥ୍ୟା ଦୋଷ ଓ ମିଥ୍ୟା କଳଙ୍କ ଲାଗିଥାଏ। ଏହାସହ ଆଗାମୀ ସମୟରେ ଚୋରି କରିଥିବାର ମିଥ୍ୟା ଅଭିଯୋଗ ଲାଗିପାରେ।

ଏପରି ବିଶ୍ୱାସ ପଛରେ ଏକ କାହାଣୀ ରହିଛି। ଥରେ ଶ୍ରୀଗଣେଶ ଚନ୍ଦ୍ରଲୋକରେ ଭୋଜନ କରି ଫେରୁଥିଲେ। ତାଙ୍କ ହାତରେ ଅଧିକ ଲଡୁଥିଲା। ଫଳରେ ଲଡୁଗୁଡ଼ିକ ତଳେ ପଡ଼ିଯାଇଥିଲା। ଗଣେଶଙ୍କ ହାତରୁ ଲଡୁ ପଡ଼ିବାର ଦେଖି ଚନ୍ଦ୍ରଦେବ ହସି ଦେଇଥିଲେ। ତାଙ୍କର ହସି ଦେଖି ଗଣେଶ ରାଗି ଯାଇଥିଲେ ଓ ତାଙ୍କୁ ଅଭିଶାପ ଦେଇଥିଲେ। ଶ୍ରୀଗଣେଶ କହିଥିଲେ, ଏହି ଦିନରେ ଯେଉଁବ୍ୟକ୍ତି ଚନ୍ଦ୍ରଙ୍କର ଦର୍ଶନ କରିବେ, ତାଙ୍କ ଉପରେ ଚୋରି କରିବାର ଅଭିଯୋଗ ଲାଗିବ। ଏହା ସହ ତାଙ୍କ ରଙ୍ଗ କଳା ହୋଇଯିବ।

ଆହୁରି ପଢ଼ନ୍ତୁ- ଘରେ ଅବା ଦୋକାନରେ ଗଣେଶଙ୍କ ମୂର୍ତ୍ତି ରଖୁଥିଲେ କେଉଁ ଜିନିଷ ପ୍ରତି ଦେବେ ଧ୍ୟାନ?

Related story