ଭାରତର ୭ ଦୁର୍ଦ୍ଧର୍ଷ ଫୋର୍ସ, ନାଁ ଶୁଣି ଛାନିଆ ହୋଇଯାଆନ୍ତି ଶତ୍ରୁ

ସେନା ସବୁ ଦେଶର ଗୌରବ। ଭାରତୀୟ ସେନା ବି ଭାରତୀୟଙ୍କ ପାଇଁ ଗୌରବ। ବିଶ୍ୱର ୧୦ ଶକ୍ତିଶାଳୀ ସେନା ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ତେବେ ଆଜି ଆମେ ଭାରତର ଏମିତି କିଛି ଫୋର୍ସଙ୍କ ସଂପର୍କରେ ଜାଣିବା ଯେଉଁମାନେ ସହଜରେ ଶତ୍ରୁ ପକ୍ଷଙ୍କୁ ପରାସ୍ତ କରିବାରେ ସକ୍ଷମ। ମାର୍କୋସ ଫୋର୍ସ: ୧୯୮୭ରେ ଗଠନ କରାଯାଇଥିବା ଏହି ଫୋର୍ସରେ ପାଖାପାଖି ୧୨୦୦ କମାଣ୍ଡୋ ଅଛନ୍ତି। ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ପାଣି ମଧ୍ୟରେ ଏମାନେ ଶତ୍ରୁପକ୍ଷର ମୁକାବିଲା କରିବାର […]

pppo

Rakesh Mallick
  • Published: Sunday, 23 April 2017
  • , Updated: 23 April 2017, 11:51 AM IST

ସେନା ସବୁ ଦେଶର ଗୌରବ। ଭାରତୀୟ ସେନା ବି ଭାରତୀୟଙ୍କ ପାଇଁ ଗୌରବ। ବିଶ୍ୱର ୧୦ ଶକ୍ତିଶାଳୀ ସେନା ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ତେବେ ଆଜି ଆମେ ଭାରତର ଏମିତି କିଛି ଫୋର୍ସଙ୍କ ସଂପର୍କରେ ଜାଣିବା ଯେଉଁମାନେ ସହଜରେ ଶତ୍ରୁ ପକ୍ଷଙ୍କୁ ପରାସ୍ତ କରିବାରେ ସକ୍ଷମ।

ମାର୍କୋସ ଫୋର୍ସ: ୧୯୮୭ରେ ଗଠନ କରାଯାଇଥିବା ଏହି ଫୋର୍ସରେ ପାଖାପାଖି ୧୨୦୦ କମାଣ୍ଡୋ ଅଛନ୍ତି। ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ପାଣି ମଧ୍ୟରେ ଏମାନେ ଶତ୍ରୁପକ୍ଷର ମୁକାବିଲା କରିବାର କ୍ଷମତା ରଖନ୍ତି। ଏମାନେ ଭାରତୀୟ ନୌସେନାର ସ୍ପେଶାଲ୍‌ ଫୋର୍ସ।

ଘାତକ ଫୋର୍ସ: ଏହା ଭାରତୀୟ ସେନାର ସ୍ପେଶାଲ୍‌ ଟିମ୍ ମଧ୍ୟରୁ ଅନ୍ୟତମ। ‘ମ୍ୟାନ୍‌ ଟୁ ମ୍ୟାନ୍ ଆସଲ୍ଟ’ ସମୟରେ ଏହି ଫୋର୍ସ ବାଟାଲିୟନ ଆଗରେ ରହେ। ସମ୍ମୁଖ ଯୁଦ୍ଧରେ ଏମାନେ ପାରଙ୍ଗମ। ଶତ୍ରୁପକ୍ଷର ବାରୁଦ ଓ ତୋପଖାନା ଗୁଡ଼ିକ ଉପରେ ହମଲା କରିବାରେ ଏମାନେ ମାହିର। ଏହି ଟିମ୍‌ର ଜଣେ ଜଣେ କମାଣ୍ଡୋ ଏତେ  ଶକ୍ତିଶାଳୀ ଯେ ଏକା ସାଙ୍ଗରେ ୨୦ ଲୋକଙ୍କୁ ପ୍ରତିରୋଧ କରିପାରନ୍ତି।

ପାରା କମାଣ୍ଡୋ ଫୋର୍ସ: ୧୯୬୫ରେ ପାକିସ୍ତାନ ସହ ଯୁଦ୍ଧ ସମୟରେ ଏହି ଫୋର୍ସ ଗଠନ ହୋଇଥିଲା। ଏହାକୁ ସେନାର ସବୁଠାରୁ ଅଧିକ ପ୍ରଶିକ୍ଷିତ ସ୍ପେଶାଲ୍ ଫୋର୍ସ କୁହାଯାଏ। ଏହି ଫୋର୍ସର କମାଣ୍ଡୋମାନେ ୩୦୦୦ ଫୁଟ ଉପରୁ ଡେଇଁବାରେ ସିଦ୍ଧହସ୍ତ। ୧୯୭୧  ଏବଂ ୧୯୯୧ କାରଗିଲ୍ ଯୁଦ୍ଧରେ ପାରା କମାଣ୍ଡୋମାନେ ପାକିସ୍ତାନକୁ ପରାଜୟର ରାସ୍ତା ଦେଖାଇଥିଲେ। ଏହି ଫୋର୍ସ ଭାରତୀୟ ସେନାର ଏକ ପ୍ରମୁଖ ଅଂଶ।

ଗରୁଡ଼ କମାଣ୍ଡୋ ଫୋର୍ସ: ଏହି ଫୋର୍ସକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି। ଏଥିରେ ୨୦୦୦ କମାଣ୍ଡୋ ଅଛନ୍ତି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି କମାଣ୍ଡୋମାନେ ଆକାଶ ମାର୍ଗରୁ ଆକ୍ରମଣ କରିବାରେ ସିଦ୍ଧହସ୍ତ। ରେସ୍‌କ୍ୟୁ ଅପରେସନ୍ ପାଇଁ ସେମାନେ ବିଶେଷ ତାଲିମ ନେଇଛନ୍ତି ଓ ଏଥିପାଇଁ ସେମାନଙ୍କୁ ସଦାବେଳେ ପ୍ରସ୍ତୁତ କରି ରଖାଯାଇଥାଏ।

ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ(ଏନ୍‌ଏସ୍‌ଜି): ଏନ୍‌ଏସ୍‌ଜି ଭାରତୀୟ ସେନାର ପ୍ରମୁଖ ଅଙ୍ଗ ଭାବେ ପରିଚିତ। ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବା ଏବଂ ଦେଶର ଆଭ୍ୟନ୍ତରୀଣ ଅଶାନ୍ତିକୁ ନିୟନ୍ତ୍ରଣ କରିବା ପାଇଁ ଏମାନଙ୍କୁ ନିୟୋଜିତ କରାଯାଏ। ୧୯୮୪ରେ ଅପରେସନ୍ ବ୍ଲୁଷ୍ଟାର ପରେ ଏହାର ଗଠନ କରାଯାଇଥିଲା। ଏନ୍‌ଏସ୍‌ଜିର ଯବାନମାନଙ୍କୁ ଆମେ ବ୍ଳାକ୍‌ କ୍ୟାଟ୍‌ ଓ କମାଣ୍ଡୋ ଆଦି କହି ଥାଉ।

ସ୍ପେଶାଲ୍‌ ପ୍ରୋଟେକ୍‌ସନ୍‌ ଫୋର୍ସ(ଏସ୍‌ପିଜି): ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ୧୯୮୮ରେ ଏହି ଫୋର୍ସର ଗଠନ କରାଯାଇଥିଲା। ଏମାନେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ସେମାନଙ୍କ ପରିବାରକୁ ସୁରକ୍ଷା ଦେଇ ଥାଆନ୍ତି।

କୋବ୍ରା ଫୋର୍ସ: ଏହା ବିଶ୍ୱର ସବୁଠୁ ଭଲ ପାରାମିଲିଟାରୀ ଫୋର୍ସ ମଧ୍ୟରୁ ଅନ୍ୟତମ। ୨୦୦୮ରେ ଏହାର ଗଠନ ହୋଇଥିଲା। ଏମାନଙ୍କୁ ଗରିଲା ଟ୍ରେନିଂ ଦିଆଯାଇଥାଏ। ଏମାନେ ବେଶ ବଦଳାଇ ଆକ୍ରମଣ କରିବାରେ ମାହିର।  ରାଷ୍ଟ୍ରପତି ଓ ସଂସଦର ସୁରକ୍ଷା ଦାୟିତ୍ୱ ମଧ୍ୟ ଏମାନଙ୍କ ଉପରେ ନ୍ୟସ୍ତ ହୋଇଛି।

Related story