ଜାନୁଆର୍ ନା ସଇତାନ: ମଣିଷ ପରି ମୁହଁ, ପଶୁ ପରି ଦେହ

ହଲିଉଡ ହେଉ କି ବଲିଉଡ ମଣିଷ ପରି ମୁହଁ ଦିଶୁଥିବା ପଶୁ ଉପରେ ବହୁ ଫିଲ୍ମ ନିର୍ମାଣ ହୋଇଛି। ଏପରି ଜୀବଙ୍କୁ ସଇତାନଙ୍କ ରୂପ ବୋଲି କୁହାଯାଇଥାଏ। ଏମାନେ ଦେଖିବାକୁ ଯେମିତି ଭୟଙ୍କର କାମ ମଧ୍ୟ ସେମିତି ନୃଶଂସ। ତେବେ ଆମେ ଏଠାରେ ଆପଣଙ୍କୁ କୌଣସି ଫିଲ୍ମର କାହାଣୀ କହୁନାହୁଁ। ଆମେ ଯାହା କହୁଛୁ ପଢିଲେ ଆପଣଙ୍କ ହୋସ୍‌ ଉଡିଯିବ। ଘଟଣାଟି ଘଟିଛି ଦକ୍ଷିଣ ଆଫ୍ରିକାର ଲେଡି ଫେରେରେ ଗାଁରେ। ଗାଁର ଏକ ମେଣ୍ଢା ଜନ୍ମ ଦେଇଥିବା […]

sheep 011

Rakesh Mallick
  • Published: Saturday, 24 June 2017
  • , Updated: 24 June 2017, 06:28 PM IST

ହଲିଉଡ ହେଉ କି ବଲିଉଡ ମଣିଷ ପରି ମୁହଁ ଦିଶୁଥିବା ପଶୁ ଉପରେ ବହୁ ଫିଲ୍ମ ନିର୍ମାଣ ହୋଇଛି। ଏପରି ଜୀବଙ୍କୁ ସଇତାନଙ୍କ ରୂପ ବୋଲି କୁହାଯାଇଥାଏ। ଏମାନେ ଦେଖିବାକୁ ଯେମିତି ଭୟଙ୍କର କାମ ମଧ୍ୟ ସେମିତି ନୃଶଂସ। ତେବେ ଆମେ ଏଠାରେ ଆପଣଙ୍କୁ କୌଣସି ଫିଲ୍ମର କାହାଣୀ କହୁନାହୁଁ। ଆମେ ଯାହା କହୁଛୁ ପଢିଲେ ଆପଣଙ୍କ ହୋସ୍‌ ଉଡିଯିବ। ଘଟଣାଟି ଘଟିଛି ଦକ୍ଷିଣ ଆଫ୍ରିକାର ଲେଡି ଫେରେରେ ଗାଁରେ। ଗାଁର ଏକ ମେଣ୍ଢା ଜନ୍ମ ଦେଇଥିବା ଛୁଆକୁ ନେଇ ଚାରିଆଡେ ଭୟର ବାତାବରଣ ଖେଳି ଯାଇଛି। କାରଣ ଏହି ଛୁଆଟିର ମୁହଁ ଠିକ୍‌ ମଣିଷ ପରି ହୋଇଛି। ଦେଖିବାକୁ ପୂରା ଫିଲ୍ମର ସଇତାନ ପରି।

ଏପରି ଜୀବକୁ ନେଇ ବହୁତ କଥା ଶୁଣିବାକୁ ମିଳୁଛି। ସଇତାନ ମେଣ୍ଢା ପାଖରୁ ଏପରି ଜନ୍ମ ହୋଇଥିବା କେହି କେହି କହୁଥିବା ବେଳେ ଆଉ କିଛି ଏହା ଗୁଣିଗାରେଡିର ପ୍ରଭାବ ବୋଲି କହୁଛନ୍ତି।

ଜନ୍ମ ହେବା ପରେ ଜୀବଟିର ମୃତ୍ୟୁ ଘଟିଥିଲା। ତେବେ କିଛି ସମୟ ପରେ ପୁଣି ଜୀବଟି ଜୀଇଁ ଉଠିଥିଲା। ଏହାପରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। କୌଣସି ସଇତାନ ତାଙ୍କ ଗାଁରେ ଜନ୍ମ ନେଇଥିବା ଓ ସେ କାହାକୁ ଛାଡିବ ନାହିଁ ବୋଲି ଭାବୁଛନ୍ତି।

ଏ ବିଷୟରେ ଖବର ପାଇବା ପରେ ବିଶେଷଜ୍ଞ ଟିମ୍‌ ଗାଁରେ ପହଞ୍ଚି ଜୀବଟିର ପରୀକ୍ଷା କରିଥିଲେ। ପରୀକ୍ଷା ପରେ ବିଶେଷଜ୍ଞ ଟିମ୍‌ ଏହା ମଣିଷ ଛୁଆ ନୁହେଁ ବୋଲି କହିଛନ୍ତି। ବିଶେଷଜ୍ଞ ଟିମ୍‌ଙ୍କ ମତରେ ମଣିଷ ଶରୀରରେ ୨୩ ଯୋଡା କ୍ରୋମୋଜୋମ ଥାଏ। ହେଲେ ଏହି ଜୀବର ମେଣ୍ଢା ପରି ୨୮ ଯୋଡ଼ା କ୍ରୋମୋଜମ ରହିଛି।

ଦକ୍ଷିଣ ଆଫ୍ରିକା ଭେଟନାରୀ ସର୍ବିସ୍‌ର ମୁଖ୍ୟ ଡା. ଲୁବାବାଲୋ ମରୱେବିଙ୍କ କହିବାର ହେଲା, ମେଣ୍ଢାଟି ଗର୍ଭଣି ଥିବା ବେଳେ ହୁଏତ ମଶା କାମୁଡିବା ଯୋଗୁଁ ରିଫ୍ଟ ଜ୍ୱରରେ ଆକ୍ରାନ୍ତ ହୋଇଥିଲା। ଏହାର ପ୍ରଭାବରେ ଜିନ୍‌ରେ ଅସନ୍ତୁଳନ ଘଟି ଏପରି ଜୀବ ଜନ୍ମ ନେଇଛି।

Related story