ଦେହ ସାରା ଶ୍ରୀରାମଙ୍କ ନାମ; ଜଣଙ୍କର ନୁହେଁ ଗାଁ ଯାକ ଲୋକଙ୍କର

ଭିନ୍ନତାରେ ଏକତାର ଦେଶ ହେଉଛି ଭାରତ। ଏଠାରେ ଅନେକ ଜାତି, ଅନେକ ଧର୍ମ। ସମସ୍ତେ ନିଜ ନିଜ ଧର୍ମକୁ ନେଇ ସଚେତନ। ଆମ ଦେଶରେ ଏମିତି ଏକ ଗାଁ ଅଛି ଯେଉଁଠି କେବଳ ଲୋକଙ୍କ ହୃଦୟରେ ନୁହେଁ ପୂରା ଶରୀରରେ ଭଗବାନ ଶ୍ରୀରାମ ବାସ କରନ୍ତି। କେମିତି? ବୁଝିପାରିଲେନି? ଏବେ ପୂରା କଥାଟା କହି ରଖୁଛୁ। ଏ ଗାଁଟିର ନାଁ ଜଗଗାହନ। ଛତିଶଗଡ଼ରେ ଅଛି ଏହି ଗାଁରେ। ଏଠାରେ ଗାଁର ସମସ୍ତ ଲୋକଙ୍କ ଶରୀରରେ ‘ଶ୍ରୀରାମ’ ଲେଖା […]

Ramnam

Rakesh Mallick
  • Published: Wednesday, 28 June 2017
  • , Updated: 28 June 2017, 02:40 PM IST

ଭିନ୍ନତାରେ ଏକତାର ଦେଶ ହେଉଛି ଭାରତ। ଏଠାରେ ଅନେକ ଜାତି, ଅନେକ ଧର୍ମ। ସମସ୍ତେ ନିଜ ନିଜ ଧର୍ମକୁ ନେଇ ସଚେତନ। ଆମ ଦେଶରେ ଏମିତି ଏକ ଗାଁ ଅଛି ଯେଉଁଠି କେବଳ ଲୋକଙ୍କ ହୃଦୟରେ ନୁହେଁ ପୂରା ଶରୀରରେ ଭଗବାନ ଶ୍ରୀରାମ ବାସ କରନ୍ତି। କେମିତି? ବୁଝିପାରିଲେନି?

ଏବେ ପୂରା କଥାଟା କହି ରଖୁଛୁ। ଏ ଗାଁଟିର ନାଁ ଜଗଗାହନ। ଛତିଶଗଡ଼ରେ ଅଛି ଏହି ଗାଁରେ। ଏଠାରେ ଗାଁର ସମସ୍ତ ଲୋକଙ୍କ ଶରୀରରେ ‘ଶ୍ରୀରାମ’ ଲେଖା ହୋଇଛି। ପୁଣି ଗୋଟିଏ ଜାଗାରେ ନୁହେଁ। ଦେହ ସାରା ଲେଖା ହୋଇଛି ଶ୍ରୀରାମଙ୍କ ନାମ। ୧୦୦ ବର୍ଷ ହେଲାଣି ଏହି ପରମ୍ପରା ରହି ଆସିଛି ଏହି ଗାଁରେ।

ଏ ପରମ୍ପରା ଗାଁରେ କିଏ ଆରମ୍ଭ କରିଥିଲା ତାହା କେହି ସ୍ପଷ୍ଟ କହି ପାରୁ ନାହାନ୍ତି। ଶୁଣିବାକୁ ମିଳେ ଉଚ୍ଚବର୍ଗର ଲୋକେ ନିମ୍ନବର୍ଗର ଲୋକଙ୍କୁ ମନ୍ଦିରରେ ପୂରାଇ ନ ଦେବାରୁ ଏହି ପରମ୍ପରା ଆରମ୍ଭ ହୋଇଛି। ଗାଁର ଲୋକଙ୍କ କହିବା ଅନୁଯାୟୀ କେବଳ ଶରୀରରେ ଶ୍ରୀରାମଙ୍କ ନାଁ ଲେଖି ଦେଲେ କିଛି ହୁଏ ନାହିଁ, ମନରେ ଶୁଦ୍ଧତା ରହିବା ଦରକାର।

Related story