ବାଲେଶ୍ୱରର ଶୁଭମଙ୍କ ପାଇଁ ଗୀତ ଗାଇଲେ ଏଆର୍‌ ରହମାନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନିଆରା କଣ୍ଠସ୍ୱର ଏବଂ ଭରପୂର ପ୍ରତିଭା ପାଇଁ ଚର୍ଚ୍ଚାକୁ ଆସିଛନ୍ତି କଣ୍ଠଶିଳ୍ପୀ ଶୁଭମ ପ୍ରଧାନ। ଷ୍ଟାର ପ୍ଲସ୍‌ର ସିଙ୍ଗିଙ୍ଗ୍‌ ରିୟଲିଟି ଶୋ’ ‘ଦି ଭଏସ୍‌’ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପ୍ରଦର୍ଶନ କରି ସମସ୍ତଙ୍କ ମନ କିଣିପାରିଛନ୍ତି ଶୁଭମ। ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଶୁଭମଙ୍କ ସଙ୍ଗୀତ ଯାଦୁରେ ମୁଗ୍ଧ ହୋଇ ଲୋକପ୍ରିୟ ସିଙ୍ଗର ଅଦନାନ୍‌ ସାମି ତାଙ୍କୁ ନିଜ ଟିମ୍‌ରେ ସାମିଲ ପାଇଁ ଚୟନ କରିଛନ୍ତି।  ଖାଲି ସେତିକି ନୁହଁ ନିଜର ନିଆରା ଗାୟନଶୈଳୀ ଓ ଜବରଦସ୍ତ […]

Ar-rehman-Edit

Tapas Behera
  • Published: Monday, 04 February 2019
  • , Updated: 04 February 2019, 04:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନିଆରା କଣ୍ଠସ୍ୱର ଏବଂ ଭରପୂର ପ୍ରତିଭା ପାଇଁ ଚର୍ଚ୍ଚାକୁ ଆସିଛନ୍ତି କଣ୍ଠଶିଳ୍ପୀ ଶୁଭମ ପ୍ରଧାନ। ଷ୍ଟାର ପ୍ଲସ୍‌ର ସିଙ୍ଗିଙ୍ଗ୍‌ ରିୟଲିଟି ଶୋ’ ‘ଦି ଭଏସ୍‌’ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପ୍ରଦର୍ଶନ କରି ସମସ୍ତଙ୍କ ମନ କିଣିପାରିଛନ୍ତି ଶୁଭମ।

ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଶୁଭମଙ୍କ ସଙ୍ଗୀତ ଯାଦୁରେ ମୁଗ୍ଧ ହୋଇ ଲୋକପ୍ରିୟ ସିଙ୍ଗର ଅଦନାନ୍‌ ସାମି ତାଙ୍କୁ ନିଜ ଟିମ୍‌ରେ ସାମିଲ ପାଇଁ ଚୟନ କରିଛନ୍ତି।  ଖାଲି ସେତିକି ନୁହଁ ନିଜର ନିଆରା ଗାୟନଶୈଳୀ ଓ ଜବରଦସ୍ତ ଅନ୍ଦାଜର ଗୀତ ପାଇଁ ମ୍ୟୁଜିକ୍‌ ମାଷ୍ଟର କୁହାଯାଉଥିବା ଏଆର୍‌ ରହମାନ୍‌ଙ୍କୁ ଫିଦା କରିଦେଇଛନ୍ତି ଶୁଭମ। ଆଉ ଶୁଭମଙ୍କ ପାଇଁ ଗୀତ ଗାଇଥିଲେ ଏଆର୍‌ ରହମାନ୍‌।

ଏହି ଶୋ’ରେ ଶୁଭମଙ୍କୁ ରହମାନ୍‌ ଆଲିଙ୍ଗନ କରିବା ସହ  ରଙ୍ଗଦେ ବସନ୍ତୀର ‘ମା’ ଗୀତ ଗାଇଥିଲେ। ନିଜର ଯାଦୁକାରୀ କଣ୍ଠରେ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିପାରିଛନ୍ତି ଶୁଭମ। ବଲିଉଡ୍ର ସୁପରହିଟ୍ ଗୀତ ପରିବେଷଣ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ଆଉ ସେ ଗୋଟିଏ ପରେ ଗୋଟିଏ ସଫଳତାର ପଥ ଅତିକ୍ରମ କରି ଚାଲିଛନ୍ତି।

Related story