ନବରାତ୍ରରେ କାହିଁକି ରାତିରେ ପୂଜା ପାଇଥାନ୍ତି ମା’ ଦୂର୍ଗା

ସେପ୍ଟେମ୍ୱର ୨୧ ରୁ ନବରାତ୍ର ଆରମ୍ଭ ହେଉଛି। ଏହି ୯ଦିନ ମା’ଙ୍କ ପୂଜା କଲେ ସବୁ ମନଷ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ କେବଳ ରାତି ସମୟରେ ହିଁ ମା’ଙ୍କ ପୂଜା କରାଯାଇଥାଏ। କାହିଁକି ରାତିରେ ମା’ଙ୍କ ପୂଜା କରାଯାଏ ? କିପରି ହୋଇଥାଏ ଏହି ପୂଜା ଓ ଏହି ସମୟରେ କ’ଣ ଭୋଜନ କରିବେ ତାକୁ ନେଇ ଆମର ଏହି ବିଶେଷ ଉପସ୍ଥାପନା। ନବରାତ୍ରୀର ମହତ୍ୱ ନବରାତ୍ର ଶଦ୍ଧର ଅର୍ଥ ନୂତନ ଅହରାତ୍ରର […]

Rakesh Mallick
  • Published: Tuesday, 19 September 2017
  • , Updated: 19 September 2017, 11:32 AM IST

ସେପ୍ଟେମ୍ୱର ୨୧ ରୁ ନବରାତ୍ର ଆରମ୍ଭ ହେଉଛି। ଏହି ୯ଦିନ ମା’ଙ୍କ ପୂଜା କଲେ ସବୁ ମନଷ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ କେବଳ ରାତି ସମୟରେ ହିଁ ମା’ଙ୍କ ପୂଜା କରାଯାଇଥାଏ। କାହିଁକି ରାତିରେ ମା’ଙ୍କ ପୂଜା କରାଯାଏ ? କିପରି ହୋଇଥାଏ ଏହି ପୂଜା ଓ ଏହି ସମୟରେ କ’ଣ ଭୋଜନ କରିବେ ତାକୁ ନେଇ ଆମର ଏହି ବିଶେଷ ଉପସ୍ଥାପନା।

ନବରାତ୍ରୀର ମହତ୍ୱ

ନବରାତ୍ର ଶଦ୍ଧର ଅର୍ଥ ନୂତନ ଅହରାତ୍ରର ଉପଲବ୍ଧି। ନବରାତ୍ରରେ ଶକ୍ତିଙ୍କୁ ନୂତନ ରୂପରେ ଉପାସନା କରାଯାଇଥାଏ। ରାତି ହେଉଛି ସିଦ୍ଧିର ପ୍ରତୀକ। ଉପାସନା ଓ ସିଦ୍ଧି ପାଇଁ ରାତିକୁ ଦିନ ଅପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଇଥାଏ। ତେଣୁ ଏହି ପୂଜା କେବଳ ରାତିରେ ହିଁ ହୋଇଥାଏ।

କ’ଣ ଭୋଜନ କରିବେ

ନବରାତ୍ରରେ ହାଲକା ଶୁଦ୍ଧ ଓ ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରିବା ଜରୁରୀ। କାରଣ ଋତୁ ପରିବର୍ତ୍ତନର ସମୟ ହୋଇଥିବାରୁ ଏ ସମୟରେ ହାଲକା ଭୋଜନ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ। ସେହିପରି ଯେଉଁ ଭକ୍ତ ବ୍ରତ ରଖିଥାନ୍ତି ସେମାନେ  ଫଳ ଏବଂ ଦେବୀଙ୍କୁ ଚଢାଯାଇଥିବା ଭୋଗକୁ ପ୍ରସାଦ ଭାବେ ଗ୍ରହଣ କରିବା ଜରୁରୀ।

କାହିଁକି ରାତିରେ ହୁଏ ମା’ଙ୍କ ପୂଜା

ଧ୍ୟାନ, ପୂଜା ଓ ଆଧ୍ୟାତ୍ମିକ ଚିନ୍ତନ ଲାଗି ଶାନ୍ତ ବାତାବରଣ ଜରୁରୀ। ରାତିରେ ବାତାବରଣ ଶାନ୍ତ ରହିଥାଏ। ଏହି ସମୟରେ ମା’ଙ୍କ ପୂଜା କଲେ ଧ୍ୟାନ ଭଙ୍ଗ ହେବାର ଆଶଙ୍କା ନଥାଏ। ଏହାସହ ଶାନ୍ତ ବାତାବରଣରେ ମା’ଙ୍କ ଉପାସନା ଓ ମନ୍ତ୍ର ଜପ କରିବା ଦ୍ୱାରା ମା’ଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।

Related story