ସ୍ତ୍ରୀର ଶବ ସହ ଛଅ ଦିନ:  କେଉଁଠି, କେମିତି ଓ କାହିଁକି ?

ଲଣ୍ଡନ: କୌଣସି ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲେ ଆମେ ସଙ୍ଗେ ସଙ୍ଗେ ସଂସ୍କାର କରିଦେଇ ଥାଉ। ହେଲେ ବ୍ରିଟେନ୍‌ର ଜଣେ ଶୋକଗ୍ରସ୍ତ ସ୍ୱାମୀ ତାଙ୍କ ସ୍ତ୍ରୀର ଶବକୁ ୬ ଦିନ ଜଗି ବସିଥିଲେ। ସଂସ୍କାର ପାଇଁ ସେ ଶବକୁ ଶ୍ମଶାନକୁ ନେଇ ନ ଥିଲେ। ଏପରି କରିବାର କାରଣକୁ ନେଇ ସେ ଯେଉଁ ଯୁକ୍ତି ଉପସ୍ଥିପନ କରିଥିଲେ, ତାହା ମଧ୍ୟ ଆଶ୍ଚର୍ଯ୍ୟଜନକ। ମୃତ୍ୟୁକୁ ନେଇ ଥିବା ଚିନ୍ତାଧାରାକୁ ଦୂର କରିବା ପାଇଁ ସେ ଏପରି କରିଥିବା କହିଛନ୍ତି। ବ୍ରିଟେନ୍‌ର […]

wendy-davison

Rakesh Mallick
  • Published: Wednesday, 10 May 2017
  • , Updated: 10 May 2017, 06:14 PM IST

ଲଣ୍ଡନ: କୌଣସି ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲେ ଆମେ ସଙ୍ଗେ ସଙ୍ଗେ ସଂସ୍କାର କରିଦେଇ ଥାଉ। ହେଲେ ବ୍ରିଟେନ୍‌ର ଜଣେ ଶୋକଗ୍ରସ୍ତ ସ୍ୱାମୀ ତାଙ୍କ ସ୍ତ୍ରୀର ଶବକୁ ୬ ଦିନ ଜଗି ବସିଥିଲେ। ସଂସ୍କାର ପାଇଁ ସେ ଶବକୁ ଶ୍ମଶାନକୁ ନେଇ ନ ଥିଲେ। ଏପରି କରିବାର କାରଣକୁ ନେଇ ସେ ଯେଉଁ ଯୁକ୍ତି ଉପସ୍ଥିପନ କରିଥିଲେ, ତାହା ମଧ୍ୟ ଆଶ୍ଚର୍ଯ୍ୟଜନକ। ମୃତ୍ୟୁକୁ ନେଇ ଥିବା ଚିନ୍ତାଧାରାକୁ ଦୂର କରିବା ପାଇଁ ସେ ଏପରି କରିଥିବା କହିଛନ୍ତି।

ବ୍ରିଟେନ୍‌ର ରୁସେଲ୍‌ ଡାଭିସନ୍‌। ଗତ ୧୦ ବର୍ଷ ହେବ ତାଙ୍କ ପତ୍ନୀ ୱେଣ୍ଡି ଡାଭିସନ୍‌ (୫୦) କ୍ୟାନସରରେ ପୀଡ଼ିତ ଥିଲେ। ଗତ ମାସରେ ତାଙ୍କର ମୃତ୍ୟୁ ଘଟିଥିଲା। ରୁସେଲ ଚାହୁଁ ନ ଥିଲେ ତାଙ୍କ ପତ୍ନୀଙ୍କ ଶବ ଶ୍ମଶାନକୁ ଯାଉ।

ମୃତ୍ୟୁକୁ ନେଇ ଲୋକଙ୍କ ମନର ଚିନ୍ତାଧାରାକୁ ସେ ଚ୍ୟାଲେଞ୍ଚ କରିବା ସହ ୬ ଦିନ ଶବକୁ ଘରେ ରଖି ଜଗି ବସିଥିଲେ। ରୁସେଲ୍‌ କହିଛନ୍ତି,“ମୋ ସ୍ତ୍ରୀର ଶବ ଶ୍ମଶାନରେ ଥିବା ମୁଁ ଦେଖିବାକୁ ଚାହୁଁ ନ ଥିଲି । ଘରେ ଶବକୁ ରଖି ମୁଁ ନିଜେ ତାର ଦେଖାଶୁଣା କରିବାକୁ ଚାହୁଁଥିଲି।

ୱାଣ୍ଡିଙ୍କୁ କ୍ୟାନସର ହୋଇଛି ବୋଲି ୪୦ ତମ ଜନ୍ମଦିନ ଉତ୍ସବ ପରେ ଜାଣିବାକୁ ପାଇଥିଲୁ। ପ୍ରାକୃତିକ ଉପାୟରେ କ୍ୟାନସରରେ ଉପଚାର କରିବାକୁ ଆମେ ନିଷ୍ପତ୍ତି ନେଇଥିଲୁ।

ସେ ଆହୁରି କହିଛନ୍ତି,“ୱାଣ୍ଡିଙ୍କୁ ଡାକ୍ତର ଚିକିତ୍ସା କରୁ ବୋଲି ମୁଁ ଚାହୁଁ ନ ଥିଲି। ଶବକୁ ସତେଜ ରଖିବା ପାଇଁ ମୁଁ ନିଜେ କିଛି କରିବାକୁ ନିଷ୍ପତ୍ତି ନେଇଥିଲି।”

Related story