ବାହାଘର ନୁହେଁ ପିଲାଖେଳ: ଜାଗା ଗୋଟେକୁ ପ୍ରଥା ଗୋଟେ, କେଉଁଠି କୁକୁଡ଼ା ଚିଆଁ ହତ୍ୟା ତ କେଉଁଠି କାନ୍ଦ ପ୍ରାକ୍ଟିସ୍

ବିବାହ କେବଳ ଦୁଇଟି ମନର ମିଳନ ନୁହେଁ, ଏହା ଦୁଇଟି ପରିବାର ଭିତରେ ଯୋଡ଼ିଥାଏ ନୂଆ ସମ୍ପର୍କ। ଜାଗା ଜାଗାରେ ବିବାହକୁ ନେଇ ରହିଛି ବହୁ ରୀତିନୀତି। ଭିନ୍ନଭିନ୍ନ ସମାଜରେ ବାହାଘର ସଂପର୍କରେ ଚଳି ଆସୁଛି ଭିନ୍ନ ପ୍ରଥା ଓ ପରମ୍ପରା। ପଢ଼ନ୍ତୁ ଏମିତି କିଛି ପ୍ରଥା ସମ୍ପର୍କରେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବା ନିଶ୍ଚିତ। କାନ୍ଦ ପ୍ରାକ୍ଟିସ୍: ବିବାହ ସମୟରେ କାନ୍ଦ ଏକ ସାଧାରଣ କଥା। ଝିଅଟିଏ ନିଜ ପରିବାରକୁ ଛାଡି ନୂଆ ସଂସାର ଗଢିବାକୁ […]

crying

crying

Rakesh Mallick
  • Published: Thursday, 15 June 2017
  • Updated: 15 June 2017, 07:49 PM IST

Sports

Latest News

ବିବାହ କେବଳ ଦୁଇଟି ମନର ମିଳନ ନୁହେଁ, ଏହା ଦୁଇଟି ପରିବାର ଭିତରେ ଯୋଡ଼ିଥାଏ ନୂଆ ସମ୍ପର୍କ। ଜାଗା ଜାଗାରେ ବିବାହକୁ ନେଇ ରହିଛି ବହୁ ରୀତିନୀତି। ଭିନ୍ନଭିନ୍ନ ସମାଜରେ ବାହାଘର ସଂପର୍କରେ ଚଳି ଆସୁଛି ଭିନ୍ନ ପ୍ରଥା ଓ ପରମ୍ପରା। ପଢ଼ନ୍ତୁ ଏମିତି କିଛି ପ୍ରଥା ସମ୍ପର୍କରେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବା ନିଶ୍ଚିତ।

କାନ୍ଦ ପ୍ରାକ୍ଟିସ୍: ବିବାହ ସମୟରେ କାନ୍ଦ ଏକ ସାଧାରଣ କଥା। ଝିଅଟିଏ ନିଜ ପରିବାରକୁ ଛାଡି ନୂଆ ସଂସାର ଗଢିବାକୁ ଅନ୍ୟର ଘରକୁ ଚାଲି ଯାଇଥାଏ। ଝିଅ ବିଦା ସମୟରେ ପରିବାର ଓ ସମ୍ପର୍କୀୟ ବହୁତ କାନ୍ଦିଥାନ୍ତି। ହେଲେ କେବେ ଶୁଣିଛନ୍ତି ବିବାହର ମାସେ ପୂର୍ବରୁ ଝିଅ ଓ ତାଙ୍କ ପରିବାର ଲୋକଙ୍କୁ ପ୍ରତିଦିନ ଘଣ୍ଟାଏ ଲେଖାଏଁ କାନ୍ଦିବା ପ୍ରାକ୍ଟିସ୍ କରିବାର। ଆଜ୍ଞା ହଁ ଏପରି ପ୍ରଥା ରହିଛି ଚୀନ୍‌ର ତୁଜିଆ ସଂପ୍ରଦାୟରେ। ବିବାହର ଠିକ୍‌ ମାସେ ପୂର୍ବରୁ ଝିଅକୁ ପ୍ରତିଦିନ ଘଣ୍ଟାଏ ଲେଖାଁ କାନ୍ଦିବାକୁ ପଡିଥାଏ। କେବଳ ଝିଅ ନୁହେଁ ଝିଅର ମାଆ ଓ ଜେଜେମାଆ ମଧ୍ୟ ୧୦ ଦିନି ଲେଖାଏଁ ଘଣ୍ଟାଏ ଘଣ୍ଟାଏ କାନ୍ଦିଥାନ୍ତି। ବିବାହର କିଛିଦିନ ଆଗରୁ ପରିବାରର ଅନ୍ୟ ମହିଳାମାନଙ୍କୁ ବି ଏମିତି କାନ୍ଦ ପ୍ରକ୍ଟିସ୍ କରିବାକୁ ପଡିଥାଏ। ନହେଲେ ବିବାହ ବେଳେ କାନ୍ଦିବେ କେମିତି।

marrageକୁକୁଡା ଚିଆଁ ହତ୍ୟା: ଚୀନ୍‌ର ଦୋରଙ୍ଗ ଜାତିରେ ରହିଛି ଏକ ଅଜବ ପ୍ରଥା। ଏହି ଜାତିର ଲୋକେ ଚୀନ୍‌ର ମଙ୍ଗୋଲିୟା ସହରରେ ବାସ କରନ୍ତି। ବିବାହ ସ୍ଥିର ହେବା ପରେ ସଂପ୍ରଦାୟର ପୁଅ ଓ ଝିଅ କୁକୁଡା ଚିଆଁ ମାରି, ତା ଲିଭର୍‌ ବା ଯକୃତକୁ ବାହାର କରିଥାନ୍ତି। ଲିଭର୍‌ର ସ୍ଥିତି ଦେଖି ହିଁ ସେମାନଙ୍କ ବିବାହ ତାରିଖ ସ୍ଥିର ହୋଇଥାଏ।

ଗଛ ସହ ବିବାହ: ଭାରତରେ ଏମିତି କିଛି ପ୍ରଥା ପ୍ରଚଳିତ ଅଛି। ଝିଅ ମାଙ୍ଗଳିକ ଥିଲେ ପ୍ରଥମେ ତା’ର ବିବାହ ଏକ ଗଛ ସହ କରିଦିଆ ଯାଇଥାଏ। ଏହାପରେ ସ୍ଥିର ହୋଇଥିବା ପୁଅ ସହ ବିବାହ ହୋଇଥିଏ। ବିଶ୍ୱାସ ରହିଛି ମଙ୍ଗୁଳା ଝିଅର ସ୍ୱାମୀ ଅଳ୍ପଦିନରେ ମୃତ୍ୟୁବରଣ କରିଥାଏ। ତେଣୁ ପୁଅ ସହ ବିବାହ ପୂର୍ବରୁ ତା ବାହାଘର ଗଛ ସହ କରାଇଲେ ମୃତ୍ୟୁଦୋଷ କଟିଯାଇ ତାହା ଗଛ ପାଖକୁ ଚାଲିଯାଏ।

ଆଖୁରେ ମାଡ଼: କୋରିଆରେ ରହିଛି ଏହି ଅଜବ-ଗଜବ ପ୍ରଥା। ବିବାହର ପୂର୍ବଦିନ ରାତିରେ ପୁଅର ପାଦକୁ ଆଖୁ ବାଡ଼ିରେ ବହୁତ ମାଡ଼ ମରା ଯାଇଥାଏ। ଯେଉଁ ପୁଅ ହସି ହସି ଏହି ମାଡ଼ ସହି ଯାଇଥାଏ ସେ ତା’ର ପତ୍ନୀକୁ ଖୁସି ରଖିଥାଏ ବୋଲି ବିଶ୍ୱାସ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos