ରିଅଲିଟି ସୋ ନୁହେଁ ବିଗ୍‌ବସ୍ ଡ୍ରାମା: ଜାଣିରଖନ୍ତୁ କଣ୍ଟ୍ରୋଭର୍ସି ସୃଷ୍ଟି କରିବାକୁ କେଉଁ ପ୍ରତିଯୋଗୀ ନିଅନ୍ତି କେତେ ଟଙ୍କା?

କଲର୍ସ ଚ୍ୟାନେଲରେ ପ୍ରସାରଣ ହେଉଥିବା ଲୋକପ୍ରିୟ ସୋ’ ବିଗ୍ ବସକୁ ନେଇ ଏବେ ଖୁବ୍ ଚର୍ଚ୍ଚା। ଦର୍ଶକମାନେ ଏଥିରୁ ଖୁବ୍ ମଜା ଉଠାଉଛନ୍ତି। ଏଥିରେ ସସପେନ୍ସ ଓ ଡ୍ରାମା ଭରପୂର ହୋଇ ରହିଛି। ସବୁଦିନ ଏଥିରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନେ ନିଜ ନିଜର ରଙ୍ଗ ଦେଖାଉଛନ୍ତି। ଯେଉଁଥିପାଇଁ ବିଗ୍‌ବସ୍ ଘରେ ସବୁଦିନ କିଛି ନା କିଛ କଣ୍ଟ୍ରୋଭର୍ସି ଲାଗି ରହିଛି। କିନ୍ତୁ ଆପଣ ବୋଧହୁଏ ଜାଣି ନଥିବେ ଯେ, କଣ୍ଟ୍ରୋଭର୍ସି ସୃଷ୍ଟି କରିବାକୁ ଏହି ପ୍ରତିଯୋଗୀମାନଙ୍କୁ […]

Rakesh Mallick
  • Published: Thursday, 12 October 2017
  • , Updated: 12 October 2017, 10:45 AM IST

କଲର୍ସ ଚ୍ୟାନେଲରେ ପ୍ରସାରଣ ହେଉଥିବା ଲୋକପ୍ରିୟ ସୋ’ ବିଗ୍ ବସକୁ ନେଇ ଏବେ ଖୁବ୍ ଚର୍ଚ୍ଚା। ଦର୍ଶକମାନେ ଏଥିରୁ ଖୁବ୍ ମଜା ଉଠାଉଛନ୍ତି। ଏଥିରେ ସସପେନ୍ସ ଓ ଡ୍ରାମା ଭରପୂର ହୋଇ ରହିଛି। ସବୁଦିନ ଏଥିରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନେ ନିଜ ନିଜର ରଙ୍ଗ ଦେଖାଉଛନ୍ତି। ଯେଉଁଥିପାଇଁ ବିଗ୍‌ବସ୍ ଘରେ ସବୁଦିନ କିଛି ନା କିଛ କଣ୍ଟ୍ରୋଭର୍ସି ଲାଗି ରହିଛି। କିନ୍ତୁ ଆପଣ ବୋଧହୁଏ ଜାଣି ନଥିବେ ଯେ, କଣ୍ଟ୍ରୋଭର୍ସି ସୃଷ୍ଟି କରିବାକୁ ଏହି ପ୍ରତିଯୋଗୀମାନଙ୍କୁ ଖୁବ୍ ଟଙ୍କା ମିଳିଥାଏ। ବିଗ୍‌ବସ୍ ଘରର ସଦସ୍ୟମାନେ ଜାଣିଶୁଣି ଏମିତି ବିବାଦ ଓ ଡ୍ରାମା ସୃଷ୍ଟି କରିଥାନ୍ତି, କେବଳ ଦର୍ଶକଙ୍କ ପାଇଁ। ଏଥିପାଇଁ ଏମାନଙ୍କୁ ମୋଟା ଆକାରର ଟଙ୍କା ମିଳିଥାଏ। ଏହି ସୋ’ର ହୋଷ୍ଟ କରିବାକୁ ଅଭିନେତା ସଲମାନ୍ ଖାନ୍ କେତେ ଟଙ୍କା ନିଅନ୍ତି। ସେ ନେଇଥାନ୍ତି ୧୧ କୋଟି ଟଙ୍କା। ସେହିପରି ପ୍ରତିଯୋଗୀମାନେ ମଧ୍ୟ ଦିନିକିଆ କିମ୍ବା ସାପ୍ତାହିକ ଆକାରରେ ମୋଟା ଅଙ୍କର ଟଙ୍କା ନେଉଛନ୍ତି। ଚାଲନ୍ତୁ ଜାଣିବା କିଏ କେଉଁ କାମ ପାଇଁ ନେଉଛନ୍ତି କେତେ ପାରିଶ୍ରମିକ।

ହିନା ଖାନ୍: ଛୋଟ ପରଦାର ଲୋକପ୍ରିୟ ବୋହୂ ହିନା ଖାନଙ୍କୁ ଦର୍ଶକେ ସବୁବେଳେ ସଂସ୍କାରି ବୋହୂ ଭୂମିକାରେ ଦେଖିଛନ୍ତି। କିନ୍ତୁ ବିଗ୍‌ବସ୍ ଘରେ ସେ ଯେଭଳି ଝଗଡ଼ା କରୁଛନ୍ତି ତାହା ଦେଖି ଦର୍ଶକ ତାଜୁବ। ବାସ୍ତବରେ ସେ ସେମିତିକା ନା ବିଗ୍‌ବସ୍ ଘରେ ତାଙ୍କୁ ଏମିତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ତାହା ତ ଆମେ ଜାଣିନୁ, କିନ୍ତୁ ଏଥିପାଇଁ ସେ ଦିନକୁ ୧ ଲକ୍ଷ ଟଙ୍କା ନେଉଛନ୍ତି। ମାନେ ସପ୍ତାହକୁ ୭ ଲକ୍ଷ।

ଶିଳ୍ପା ସିନ୍ଦେ: ବିଗ୍‌ବସ୍ ଘରେ ସବୁଠୁ କଣ୍ଟ୍ରୋଭର୍ସିଆଲ୍ ପ୍ରତିଯୋଗୀ ହେଲେ ଶିଳ୍ପା ସିନ୍ଦେ। ନାନା ବିବାଦରେ ସେ ରହୁଥିବା ଦେଖିବାକୁ ମିଳୁଛି। ବିଗ୍‌ବସ୍ ଘରେ ରହିବାକୁ ସେ ଦିନକୁ ନେଉଛନ୍ତି ୧ ଲକ୍ଷ ଟଙ୍କା। ଅର୍ଥାତ ସପ୍ତାହକୁ ୭ ଲକ୍ଷ ଟଙ୍କା ନେଇଥାନ୍ତି।

ହିତେନ: ଟିଭି ଅଭିନେତା ହିତେନ ଛୋଟ ପରଦାରେ ମଧ୍ୟମ ଧରଣର ଲୋକପ୍ରିୟ। ନିଜର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ବିଗ୍‌ବସ୍ କର୍ତ୍ତୃପକ୍ଷ ତାଙ୍କୁ ଦୈନିକ ପାରିଶ୍ରମିକ ଦେଉଛନ୍ତି ୬୦ ହଜାର ଟଙ୍କା।

ଶିବାନୀ ଦୁର୍ଗା: ବିଗ୍‌ବସ୍ ଘରେ ବିଭିନ୍ନ ରକମର ଲୋକ ଅତିଥି ହୋଇଥାନ୍ତି। ସେହି କ୍ରମରେ ଜଣେ ଆଧ୍ୟାତ୍ମିକ ଗୁରୁ ମଧ୍ୟ ଆସିଛନ୍ତି। ତାଙ୍କ ନାଁ ହେଲା ଶିବାନୀ ଦୁର୍ଗା, ଯିଏକି ସପ୍ତାହକୁ ନେଇଥାନ୍ତି ୩ ଲକ୍ଷ ଟଙ୍କା।

ପ୍ରିୟଙ୍କ ଓ ବେନାଫ୍ସ : ପ୍ରିୟଙ୍କ ଶର୍ମା ଓ ବେନାଫ୍ସ ବିଗ୍‌ବସ୍ ଘରେ ଏ ପର୍ଯ୍ୟନ୍ତି ନିଜର କିଛି ରଙ୍ଗ ଦେଖେଇ ନାହାଁନ୍ତି।  ଆଗକୁ ବୋଧେ ଦେଖେଇ ପାରନ୍ତି। କାରଣ ସେମାନେ ମଧ୍ୟ ସପ୍ତାହକୁ ୩ ଲକ୍ଷ ଟଙ୍କା ନେବାକୁ ଚୁକ୍ତିବଦ୍ଧ ହୋଇଛନ୍ତି।

ସବ୍ୟସାଚୀ ଶତପଥୀ: ବିଗବସରେ ସ୍ଥାନ ପାଇଛନ୍ତି ଜଣେ ଓଡ଼ିଆ। ସେ ହେଲେ ସବ୍ୟସାଚୀ ଶତପଥୀ, ଯିଏକି ନ୍ୟୁଜ୍ ଚ୍ୟାନେଲ ଓଟିଭିର ଟେଷ୍ଟ ଅଫ୍ ଓଡ଼ିଶାରେ ଆଙ୍କରିଂ କରୁଥିଲେ। ବିଗବସ୍ ଘରେ ସେ ପଡ଼ୋଶୀ ହୋଇଛନ୍ତି। ତାଙ୍କ କାମ ହେଲା ବିଗବସ୍ ଘର ଲୋକଙ୍କୁ ହଇରାଣ କରିବା। ଏଥିପାଇଁ ସେ ସପ୍ତାହକୁ ନେଉଛନ୍ତି ୧ ଲକ୍ଷ ୩୫ ଟଙ୍କା।

ବିକାଶ ଗୁପ୍ତା: ବିଗ୍‌ବସ୍ ଘରେ ଶିଲ୍ପା ସିନ୍ଦେଙ୍କ ସହ ଝଗଡାକୁ ନେଇ ଚର୍ଚ୍ଚାରେ ଥିବା ବିକାଶ ଗୁପ୍ତା ସପ୍ତାହକୁ ନିଅନ୍ତି ୨ ଲକ୍ଷ ଟଙ୍କା।

ସ୍ୱପ୍ନା ଚୌଧୁରୀ: ସେହିପରି ସ୍ୱପ୍ନା ଚୌଧୁରୀ ଓ ବିକାଶ ଦଦଲାନୀ ମଧ୍ୟ ସପ୍ତାହକୁ ନେଇଥାନ୍ତି ୧ ଲକ୍ଷ ୫୦ ହଜାର ଟଙ୍କା।

Related story