ବଡ଼ ଦେଉଳରେ ଲୁଚି ରହିଛି ବଡ଼ ରହସ୍ୟ: ଜାଣନ୍ତୁ କିଛି ଅଲୌକିକ କଥା

ବିଶ୍ୱ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର। ଜଗତର ନାଥ ଜଗନ୍ନାଥ ଅବସ୍ଥାନ କରୁଥିବା ଏହି ବଡ଼ ଦେଉଳକୁ ନେଇ ରହିଛି କେତେ କଥା କେତେ ଗାଥା। ଭଉଣୀ ସୁଭ୍ରଦା, ବଡ଼ ଭାଇ ବଳଭଦ୍ରଙ୍କ ସହ ପୂଜା ପାଉଥିବା ଏହି କାଳିଆ ଠାକୁର ହେଉଛି  କୋଟିପ୍ରାଣର ଦେବତା। ତା’ର ମହିମା ଅପାର ପୁଣି ଲୀଳା ବି ଅପାର।  କୋଟି କୋଟି ଭକ୍ତଙ୍କ ବିଶ୍ୱାସ ଏବଂ ଆସ୍ଥାର ପ୍ରାଣକେନ୍ଦ୍ର ଏହି ପୁରୀ ଦେଉଳକୁ ନେଇ ରହିଛି ଅନେକ ଅଲୌକିକତା। ତେବେ […]

puri

Rakesh Mallick
  • Published: Tuesday, 23 May 2017
  • , Updated: 23 May 2017, 07:47 PM IST

ବିଶ୍ୱ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର। ଜଗତର ନାଥ ଜଗନ୍ନାଥ ଅବସ୍ଥାନ କରୁଥିବା ଏହି ବଡ଼ ଦେଉଳକୁ ନେଇ ରହିଛି କେତେ କଥା କେତେ ଗାଥା। ଭଉଣୀ ସୁଭ୍ରଦା, ବଡ଼ ଭାଇ ବଳଭଦ୍ରଙ୍କ ସହ ପୂଜା ପାଉଥିବା ଏହି କାଳିଆ ଠାକୁର ହେଉଛି  କୋଟିପ୍ରାଣର ଦେବତା। ତା’ର ମହିମା ଅପାର ପୁଣି ଲୀଳା ବି ଅପାର।  କୋଟି କୋଟି ଭକ୍ତଙ୍କ ବିଶ୍ୱାସ ଏବଂ ଆସ୍ଥାର ପ୍ରାଣକେନ୍ଦ୍ର ଏହି ପୁରୀ ଦେଉଳକୁ ନେଇ ରହିଛି ଅନେକ ଅଲୌକିକତା। ତେବେ ଆସନ୍ତୁ ପୁରୀ ମନ୍ଦିରର କିଛି ଅଲୌକିକତାର ରହସ୍ୟ ଜାଣିବା।

୧-ମନ୍ଦିର ଚୂଳିରେ ବାନା ସବୁବେଳେ ପବନ ବୋହୁଥିବା ବିପରୀତ ଦିଗରେ ଉଡ଼ିଥାଏ।

୨-ପୁରୀର ଯେକୌଣସି ସ୍ଥାନରେ ରହି ନୀରିକ୍ଷଣ କଲେ ବି ସୁଦର୍ଶନଚକ୍ର ଆପଣଙ୍କ ମୁହାଁ ହୋଇଥିବା ଲକ୍ଷ୍ୟ କରିପାରିବେ।

୩- ସାଧାରଣତଃ ପବନ ଦିନ ବେଳା ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ବୋହିଥାଏ ଏବଂ ସନ୍ଧ୍ୟାରେ ଏହାର ବିପରୀତ କ୍ରିୟା ସୃଷ୍ଟି ହୋଇଥାଏ। କିନ୍ତୁ ପୁରୀରେ ସମ୍ପୂର୍ଣ୍ଣ ଓଲଟା ଅନୁଭୂତ ହୋଇଥାଏ।

୪-ମନ୍ଦିର ଉପରେ ପକ୍ଷୀ କିମ୍ବା ବିମାନ ଉଡ଼ନ୍ତି ନାହିଁ।

୫- ମନ୍ଦିରରର ମୁଖ୍ୟ ଗମ୍ଭୁଜର ଛାଇ ଦିନର ଯେକୌଣସି ସମୟରେ ପରିଲକ୍ଷିତ ହୁଏ ନାହିଁ।

୬- ମନ୍ଦିରରେ ରନ୍ଧା ହେଉଥିବା ପ୍ରସାଦର ପରିମାଣ ବର୍ଷଯାକ ସମାନ ରୁହେ। ଭକ୍ତଙ୍କ ସଂଖ୍ୟା ଯେତେ ହେଉ ନା କାହିଁକି ଏହି ପ୍ରସାଦର ପରିମାଣ ସମାନ ରହିଥାଏ। ହେଲେ କେହି ବି ଭକ୍ତ ଉପାସରେ ଫେରନ୍ତି ନାହିଁ।

୭-ମନ୍ଦିର ରୋଷଶାଳାରେ ତଳ ଉପର ହୋଇ ୭ଟି ପାତ୍ର ପ୍ରସାଦ ପ୍ରସ୍ତୁତ ହୋଇଥାଏ।  ଏହି ପ୍ରକ୍ରିୟାରେ ସବୁଠୁ ଉପରେ ଥିବା ପାତ୍ରର  ପ୍ରସାଦ ଆଗେ ପ୍ରସ୍ତୁତ ହୋଇଥାଏ। ସେହି ଅନୁଯାୟୀ ସବୁଠୁ ନିମ୍ନରେ ଥିବା ପ୍ରସାଦ ଶେଷରେ ହୋଇଥାଏ।

୮-ସିଂହଦ୍ୱାରରେ ପ୍ରବେଶ ମାତ୍ରେ ଆଉ ସମୁଦ୍ର ଗର୍ଜନ ଶୁଭେ ନାହିଁ। ହେଲେ ସିଂହଦ୍ୱାରରୁ ବାହାରିବା ମାତ୍ରେ ସମୁଦ୍ରର ଗର୍ଜନକୁ ଅନୁଭବ କରିହେବ।

Courtesy –Times of india (speaking tree, published on 3 nov 2015)

Related story