ମା ହାତରୁ ମଶାଣି: କଅଁଳ ଆଉଁଷା କେମିତି ହେଲା ପୁଅ ପାଇଁ କାଳ?  

ନୂଆଦିଲ୍ଲୀ:ଆଗରୁ ତା’ର ପିଲାର ବେଦମ୍‌ ପାଦ କେତେ ଥର ଝୁଣ୍ଟିଥିବ। ଖେଳୁ ଖେଳୁ କେତେଥର ପଡ଼ି ଆହତ ହୋଇଥିବ । ଏମିତି କେତେଥର ଦରଦ ହୋଇଥିବ । ଆଉ ସବୁ ବିପଦରେ ରକ୍ଷାକବଚ ସାଜିଥିବ ସେହି ମା’।  ଥରେ ନୁହେଁ  ହଜାର ବାର ଆଉଁଷି ପିଲାର ଦରଦକୁ ଲାଘବ କରିଥିବ। ନିଜ ପଣତକାନିରେ ଲୁହ ପୋଛି ଦେଇଥିବ। ଆଉ ଯନ୍ତ୍ରଣାରୁ ଉପଶମ ପାଇ ପୁଣି ପିଲା ହସିଥିବ। ହେଲେ ଦିନେ ଯେ, ସେହି କଂଅଳ ହାତର ସ୍ପର୍ଶରେ […]

Untitled-1

Rakesh Mallick
  • Published: Tuesday, 02 May 2017
  • , Updated: 02 May 2017, 09:38 PM IST

ନୂଆଦିଲ୍ଲୀ:ଆଗରୁ ତା’ର ପିଲାର ବେଦମ୍‌ ପାଦ କେତେ ଥର ଝୁଣ୍ଟିଥିବ। ଖେଳୁ ଖେଳୁ କେତେଥର ପଡ଼ି ଆହତ ହୋଇଥିବ । ଏମିତି କେତେଥର ଦରଦ ହୋଇଥିବ । ଆଉ ସବୁ ବିପଦରେ ରକ୍ଷାକବଚ ସାଜିଥିବ ସେହି ମା’।  ଥରେ ନୁହେଁ  ହଜାର ବାର ଆଉଁଷି ପିଲାର ଦରଦକୁ ଲାଘବ କରିଥିବ। ନିଜ ପଣତକାନିରେ ଲୁହ ପୋଛି ଦେଇଥିବ। ଆଉ ଯନ୍ତ୍ରଣାରୁ ଉପଶମ ପାଇ ପୁଣି ପିଲା ହସିଥିବ।

ହେଲେ ଦିନେ ଯେ, ସେହି କଂଅଳ ହାତର ସ୍ପର୍ଶରେ ପିଲାର ଜୀବନ ଚାଲିଯିବ ସେ କଥା କିନ୍ତୁ ତାକୁ ଜଣା ନଥିଲା। ଯନ୍ତ୍ରଣାର ଉପଶମ ପାଇଁ ଭେଣ୍ଡିଆ ପୁଅକୁ ମସାଜ୍‌ କରୁ କରୁ ମା’ ହାତରେ  ଚାଲିଗଲା ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀରେ।

ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ଜଣେ୨୩ ବର୍ଷୀୟ ଯୁବକ ବ୍ୟାଡମିଣ୍ଟନ ଖେଳୁ ଖେଳୁ ପଡି ଯାଇଥିଲେ। ଆଣ୍ଠୁରେ ଆଘାତ ଲାଗିଥିଲା। ତେବେ ଝଟକା ଏତେ ଜୋର ଥିଲା ଯେ ସମ୍ପୃକ୍ତ ଯୁବକର ଆଣ୍ଠୁର ନର୍ଭରୁ ରକ୍ତ ଝରିବା ଆରମ୍ଭ ହୋଇଥିଲା।  ପରେ ଯୁବକ ଜଣକୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା।  ମେଡିକାଲରେ ତାଙ୍କ ଆଣ୍ଠୁରେ ପ୍ଲାଷ୍ଟର କରାଯାଇଥିଲା। କିଛିଦିନ ମେଡିକାଲରେ ରହିବା  ପରେ  ପରିସ୍ଥିତିରେ କିଛିଟା ସୁଧାର ଆସିଥିଲା।

ପରେ ଯୁବକଙ୍କ ଆଣ୍ଠୁରୁ ଏହି ପ୍ଲାଷ୍ଟରକୁ ହଟାଇ ଦିଆଯାଇଥିଲା। ତା’ପରେ ସେ ଧିରେ ଧିରେ ଚାଲିବାକୁ ଆରମ୍ଭ  କରିଥିଲା। କିନ୍ତୁ ପରେ ଯୁବକ ଜଣକ ପୁଣି ସେହି ସ୍ଥାନରେ ଯନ୍ତ୍ରଣା ଅନୁଭବ କରିଥିଲେ। ପୁଣି ସେହି ସ୍ଥାନରେ ରକ୍ତ ଜମାଟ ବାନ୍ଧି ଫୁଲିଯାଇଥିଲା।  ସେହି ଫୁଲା ସ୍ଥାନରେ ଯୁବକ ଜଣକର ମା’ ହାଲୁକା ମସାଜ କରିଥିଲେ।  ହେଲେ ଏହି ମସାଜ ଯୋଗୁ ତା’ର ଦେହରେ ରିଆକ୍ସନ ହୋଇଥିଲା। ଏପରିକି ଯୁବକ ଜଣକ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଆଉ ଶେଷରେ ପୁଅର ଜୀବନ ଦୀପ ଲିଭି ଯାଇଥିଲା।

Related story