କୁନି ବିଜ୍ଞାନୀ ପ୍ରିୟବ୍ରତଙ୍କ କମାଲ୍; ଦୃଷ୍ଟିହୀନ ଓ ବଧିରଙ୍କ ଲାଗି ଉଦ୍ଭାବନ କଲେ ସ୍ୱତନ୍ତ୍ର ଚଷମା

ଯାଜପୁର (ଗୁଲାମ ଗସ୍): କୁନି ବାଳକର କମାଲ। ବୟସ ସିନା କମ୍ ହେଲେ ଚିନ୍ତାଧାରା ମହାନ। ଅନ୍ଧ ଓ ବଧିରଙ୍କ ଲାଗି ପ୍ରସ୍ତୁତ କରିଛନ୍ତି ଏକ ସ୍ୱତନ୍ତ୍ର ଚଷମା। ଯାହାଫଳରେ ସେମାନେ ରାସ୍ତାରେ ଭଲଭାବେ ଚାଲିପାରିବେ। ଏହି କୁନି ବିଜ୍ଞାନୀ  ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ଖଇରାବାଦ ପଞ୍ଚାୟତର ପିସିବି ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରିୟବ୍ରତ ସାହୁ। ପ୍ରିୟବ୍ରତ ଅନ୍ଧ ଓ ବଧିରଙ୍କ ପାଇଁ ବୈଷୟିକ ଜ୍ଞାନ କୈାଶଳରେ ଦୁଇଟି ଚଷମା ତିଆରି କରିଛନ୍ତି। ଯାହାକୁ […]

29

Tapaswini Nayak
  • Published: Tuesday, 24 December 2019
  • , Updated: 24 December 2019, 06:02 PM IST

ଯାଜପୁର (ଗୁଲାମ ଗସ୍): କୁନି ବାଳକର କମାଲ। ବୟସ ସିନା କମ୍ ହେଲେ ଚିନ୍ତାଧାରା ମହାନ। ଅନ୍ଧ ଓ ବଧିରଙ୍କ ଲାଗି ପ୍ରସ୍ତୁତ କରିଛନ୍ତି ଏକ ସ୍ୱତନ୍ତ୍ର ଚଷମା। ଯାହାଫଳରେ ସେମାନେ ରାସ୍ତାରେ ଭଲଭାବେ ଚାଲିପାରିବେ। ଏହି କୁନି ବିଜ୍ଞାନୀ  ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ଖଇରାବାଦ ପଞ୍ଚାୟତର ପିସିବି ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରିୟବ୍ରତ ସାହୁ।

ପ୍ରିୟବ୍ରତ ଅନ୍ଧ ଓ ବଧିରଙ୍କ ପାଇଁ ବୈଷୟିକ ଜ୍ଞାନ କୈାଶଳରେ ଦୁଇଟି ଚଷମା ତିଆରି କରିଛନ୍ତି। ଯାହାକୁ ବ୍ୟବହାର କଲେ ଅନ୍ଧ ଓଝ ଲୋକମାନେ ରାସ୍ତାରେ ସୁରୁଖୁରରେ ଚାଲି ଯାଇପାରିବେ।  ଅନ୍ଧମାନଙ୍କ ଲାଗି ଉଦ୍ଦିଷ୍ଟ ଚଷମାରେ ସେନସର ସହ ବଜର ଲଗାଯାଇଛି। ଯାହାକି ୧୦୦ ସେଣ୍ଟିମିଟର ଭିତରେ ଯଦି କିଛି ବିପଦ ବା ପ୍ରତିବନ୍ଧକ ଆସେ ଇଲେକ୍‌ଟ୍ରିକ୍ ବଜର ଜୋରରେ ଶବ୍ଦ କରିବ।

ସେହିଭଳି ପ୍ରିୟବ୍ରତ  ମାନଙ୍କ ଲାଗି ପ୍ରସ୍ତୁତ କରିଥିବା ଚଷମାରେ ସେନସର ସହ ଭାଇବ୍ରେଟର ଲଗାଯାଇଛି। ଯାହାକି ୧୦୦ ସେଣ୍ଟିମିଟର ବ୍ୟବଧାନରେ କିଛି ଅସୁବିଧା ଆସିଲେ ଜୋରରେ ଭାଇବେଟ କରିବ। ଏହା ଅନ୍ଧ ଓ ବଧିରମାନଙ୍କୁ ଦୈନନ୍ଦିନ ଜୀବନରେ ସହୟତା ହେବ ବୋଲି  ପ୍ରିୟବତ କହିଛନ୍ତି। ସରକାରଙ୍କ ପ୍ରୋତ୍ସାହନ ମିଳିଲେ  ଆହୁରି ଅନେକ ଜିନିଷ ଏହି ଚଷମାରେ ଲାଗିପାରିବ ବୋଲି ସେ କହିଛନ୍ତି।

ପ୍ରିୟବ୍ରତ ନିଜ ଗାଁରେ ଜଣେ ଅନ୍ଧ ବ୍ୟକ୍ତିକୁ ଦେଖି ମର୍ମାହତ ହୋଇଥିଲେ। ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚଷମା ତିଆରି କରିବା ପାଇଁ  ଚିନ୍ତା କରିଥିଲେ। ଏଥିପାଇଁ ସେ ସ୍କୁଲରେ ଥିବା ଅଟଳ ଟିଙ୍କରିଙ୍ଗ ବିଜ୍ଞାନ ଗବେଷଣା କେନ୍ଦ୍ରରେ ବିଭିନ୍ନ ପରୀକ୍ଷାନିରୀକ୍ଷା କରିଥିଲେ। ବିଭିନ୍ନ ପରୀକ୍ଷାନିରୀକ୍ଷା କରିବା ପରେ ଦୃଷ୍ଟିହୀନ  ଓ ବଧିରମାନଙ୍କ ପାଇଁ ସ୍ୱତନ୍ତ୍ର ଚଷମା ତିଆରି କରିଥିଲେ। ଏହି ଚଷମା ତିଆରି କରିବା ପାଇଁ ତାଙ୍କୁ ସ୍କୁଲର ବିଜ୍ଞାନ ଶିକ୍ଷକ ତାଙ୍କୁ ସାହାଯ୍ୟ କରିଥିଲେ।

ତେବେ ସରକାର ଏହି ଗବେଷଣାକୁ ମଞ୍ଜୁରୀ ଦେଲେ ଭବିଷ୍ୟତରେ ପ୍ରିୟବ୍ରତ ଆହୁରି ଉନ୍ନତି କରିପାରିବେ ବୋଲି ବିଜ୍ଞାନ ଶିକ୍ଷକ ତୁଷାରକାନ୍ତି ମିଶ୍ର କହିଛନ୍ତି।

 

 

 

 

 

 

 

 

 

 

 

ସେ ଆହୁରି କହିଛନ୍ତି,“ ପ୍ରିୟବତ ଜଣେ ଦୃଷ୍ଟିହୀନ ବ୍ୟକ୍ତିକୁ ଦେଖି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚଷମା ତିଆରି କରିବା ପାଇଁ ମୋତେ କହିଥିଲା। ଅନେକ ପରୀକ୍ଷା ପରେ ସେ ବଧିର ଓ ଅନ୍ଧ ଲୋକଙ୍କ ମାନଙ୍କ ପାଇଁ ସ୍ୱତନ୍ତ୍ର ଚଷମା ତିଆରି କରିଥିଲା। ପ୍ରିୟବ୍ରତକୁ ସାହାଯ୍ୟ କରିବାପାଇଁ ଛୁଟି ଦିନରେ ଆମର ସ୍କୁଲରେ ଥିବା ଗବେଷଣା କେନ୍ଦ୍ର ଖୁଲାରହେ। ସ୍କୁଲ ପକ୍ଷରୁ ତାଙ୍କୁ ସାହାଯ୍ୟ କରାଯାଉଛି। ସରକାରଙ୍କ ପକ୍ଷରୁ କୌଣସି ସାହାଯ୍ୟ ମିଳିଲେ ସେ ଆଗକୁ ଯାଇପାରନ୍ତା।”

Related story