ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକସଭା ନିର୍ବାଚନ ୨୦୧୯ ପାଖେଇ ଆସିଲାଣି। ଭିନ୍ନ ଭିନ୍ନ ପାର୍ଟିର ନେତାମାନେ ପ୍ରଚାର-ପ୍ରସାରରେ ଲାଗିପଡ଼ିଲେଣି। ସାଧାରଣ ଜନତା ବି ଆଗାମୀ ନିର୍ବାଚନକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଏଥର ନିର୍ବାଟନ ମୋଟ ୭ଟି ପର୍ଯ୍ୟାୟରେ ହେବ। ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏପ୍ରିଲ୍ ୧୧ରେ ଆରମ୍ଭ ହେଉଥିବାବେଳେ ଅନ୍ତିମ ପର୍ଯ୍ୟାୟ ମେ ୧୯ରେ ଶେଷ ହେବ। ୨୩ ମେରେ ଭୋଟ୍ ଗଣତି ହେବ। ଚଳିତ ବର୍ଷ ନିର୍ବାଚନରେ ମୋଟ ଭୋଟର୍ଙ୍କ ସଂଖ୍ୟା ହେଉଛି ୯୦ କୋଟି। ସେମାନଙ୍କ ମଧ୍ୟରୁ ୧.୫୦ କୋଟି ୧୮ ଓ ୧୯ ବର୍ଷୀୟ ମତଦାତା ଅଛନ୍ତି।
କେମିତି କରିବେ?
୧) ସର୍ବପ୍ରଥମେ ଆପଣଙ୍କୁ www.nvsp.in ସାଇଟ୍କୁ ଯିବାକୁ ପଡ଼ିବ। ଯଦି ଆପଣ ନୂଆ ଭୋଟର ଓ ନିଜର ନିର୍ବାଚନ କ୍ଷେତ୍ର ବଦଳାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ Form 6 ଉପରେ କ୍ଲିକ୍ କରିବାକୁ ହେବ।
୨) ଆପଣ ହିନ୍ଦୀ, ଇଂରାଜୀ ଓ ମଲାୟଲମ ଆଦି ୩ଟି ଭାଷାରେ ଭୋଟ୍ ଦେଇପାରିବେ। ଭାଷାର ଚୟନ ପରେ ଆପଣ ଯେଉଁ ରାଜ୍ୟରେ ଅଛନ୍ତି କିମ୍ବା ଆପଣଙ୍କ ଆଖପାଖର ବିଧାନସଭା ସମ୍ପର୍କରେ ସୂଚନା ଦେବେ।
୩) ଏହା ପରେ ନିର୍ବାଚନ କ୍ଷେତ୍ର ସିଫ୍ଟ କରୁଥିବା ଅପଶନ୍ ଉପରେ କ୍ଲିକ କରନ୍ତୁ।
୫) ଆପଣଙ୍କୁ ନିଜର ଜନ୍ମ ତାରିଖ ଓ ଲିଙ୍ଗ ଲେଖିବାକୁ ପଡ଼ିବ।
୬) ଆପଣ ଯେଉଁଠି ରହୁଛନ୍ତି ସେଠାକାର ସମ୍ପୂର୍ଣ୍ଣ ଠିକଣା ଦେବାକୁ ହେବ। ଏହାପରେ ନିଜର ସ୍ଥାୟୀ ଠିକଣା ଦେବେ।
୭) ବର୍ତ୍ତମାନ ଆପଣଙ୍କୁ ନିଜର ଇମେଲ ଆଇଡି ଓ ମୋବାଇଲ ନମ୍ବର ଦେବାକୁ ପଡ଼ିବ।
୮) ଏବେ ଆପଣଙ୍କୁ ନିଜର ଫଟୋ, ଆଇଡି ପ୍ରୁଫ୍, ଆଡ୍ରେସ୍ ପ୍ରୁଫ୍ ଫଟୋ ଅପଲୋଡ଼ କରିବାକୁ କୁହାଯିବ।
୯) ଡିକ୍ଲାରେସନ୍ରେ ନିଜର ଜନ୍ମ ସ୍ଥାନ ଦେବେ। ଶେଷରେ କ୍ୟାପଚାରେ ଯେଉଁ ନମ୍ବର ଆସିବ ତାହାକୁ ଲେଖି ସବ୍ମିଟ୍ କରିବାକୁ ହେବ।
ମନେ ରଖନ୍ତୁ ଯଦି ଆପଣଙ୍କ ପାଖରେ ଭୋଟର ପରିଚୟ ପତ୍ର ନାହିଁ ତେବେ ବି ଆପଣ ସରକାରଙ୍କ ଅଧିକୃତ ଯେ କୌଣସି ପରିଚୟପତ୍ର ଦେଖାଇ ମତଦାନ କରିପାରିବେ।