୧୩ ବର୍ଷ ଧରି ପ୍ରତି ୧୦ ମିନିଟ୍‌ରେ ଥରେ କାନ୍ଥ ଭିତରୁ ଶୁଭୁଛି ଆଲାରାମ୍‌ ଶବ୍ଦ

ଆପଣଙ୍କ ଘରେ ଯଦି ଦିନସାରା ପ୍ରତି ୧୦ ମିନିଟ ବ୍ୟବଧାନରେ ଥରେ ଲେଖାଁ ଘଣ୍ଟାର ଆଲାରାମ୍ ବାଜିବ, ତେବେ ଆପଣଙ୍କୁ କେମିତି ଲାଗିବ। ନିଶ୍ଚିତ ଭାବେ ଆପଣ ପାଗଳ ପରି ଅନୁଭବ କରିବେ। କିନ୍ତୁ ଆମେରିକାର ଜଣେ ବ୍ୟକ୍ତିଙ୍କ ଘରେ ଗତ ୧୩ ବର୍ଷ ହେଲା ଏହିପରି ସମସ୍ୟା ଲାଗି ରହିଛି। ଦିନସାରା ଆଲାରାମ ଘଣ୍ଟାର ଶବ୍ଦ ଶୁଣିଶୁଣି ଘର ଲୋକେ ଅଭ୍ୟସ୍ତ ହୋଇଗଲେଣି। ଆମେରିକାର ପେନାସିଲବୋନିୟା ବାସିନ୍ଦା ଜେରି ଓ ସିଲବିୟା ଲିନଙ୍କ ଲିଭିଂ ରୁମ୍ […]

alaram

Rakesh Mallick
  • Published: Tuesday, 04 July 2017
  • , Updated: 04 July 2017, 04:09 PM IST

ଆପଣଙ୍କ ଘରେ ଯଦି ଦିନସାରା ପ୍ରତି ୧୦ ମିନିଟ ବ୍ୟବଧାନରେ ଥରେ ଲେଖାଁ ଘଣ୍ଟାର ଆଲାରାମ୍ ବାଜିବ, ତେବେ ଆପଣଙ୍କୁ କେମିତି ଲାଗିବ। ନିଶ୍ଚିତ ଭାବେ ଆପଣ ପାଗଳ ପରି ଅନୁଭବ କରିବେ। କିନ୍ତୁ ଆମେରିକାର ଜଣେ ବ୍ୟକ୍ତିଙ୍କ ଘରେ ଗତ ୧୩ ବର୍ଷ ହେଲା ଏହିପରି ସମସ୍ୟା ଲାଗି ରହିଛି। ଦିନସାରା ଆଲାରାମ ଘଣ୍ଟାର ଶବ୍ଦ ଶୁଣିଶୁଣି ଘର ଲୋକେ ଅଭ୍ୟସ୍ତ ହୋଇଗଲେଣି।

ଆମେରିକାର ପେନାସିଲବୋନିୟା ବାସିନ୍ଦା ଜେରି ଓ ସିଲବିୟା ଲିନଙ୍କ ଲିଭିଂ ରୁମ୍ କାନ୍ଥ ଭିତରେ ଏକ ଆଲାରାମ ଘଣ୍ଟା ଝୁଲନ୍ତା ଅବସ୍ଥାରେ ରହିଯାଇଛି। ଯେଉଁଥିରୁ ସକାଳ ୭ରୁ ରାତି ୧୨ ପର୍ଯ୍ୟନ୍ତ ପ୍ରତି ୧୦ ମିନିଟ୍ ଛାଡି ଆଲାରାମ୍ ବାଜିଥାଏ।

୨୦୦୪ରେ ଟିଭି କେବୁଲ ଲଗାଇବା ପାଇଁ ଜେରୀଙ୍କ କାନ୍ଥରେ ଏକ କଣା କରିବାର ଥଇଲା। କଣାଟି କାଳେ ସଠିକ୍ ଜାଗାରେ ନହେବ, ସେଥିପାଇଁ ସେ ଗୋଟେ ଉପାୟ କରିଥିଲେ। କଣା ହେବାକୁ ଥିବା ଜାଗାର ଠିକ୍ ଆରପଟ ଭିତର କାନ୍ଥରେ ଗୋଟେ ତାର ସାହାଯ୍ୟରେ ଆଲାର୍ମ ଘଣ୍ଟାଟିଏ ଝୁଲାଇଥିଲେ ଯୋଜନା ଥିଲା ଘଣ୍ଟାଟି ବାଜିର ଶବ୍ଦ ଯେଉଁଠୁ ବାହାରିବ, ଠିକ୍ ସେଇ ଜାଗାରେ କାନ୍ଥଟି କଣା କରିବେ। ଯୋଜନା ସଫଳ ହେଲା, ହେଲେ ଗୋଟେ ସମସ୍ୟା ଛାଡ଼ିଗଲା କାନ୍ଥରେ। କଣା ତ ଠିକ୍ ଭାବେ ହୋଇଗଲା, କିନ୍ତୁ ଏସି କଣା ମଧ୍ୟରେ ରଖାଯାଇଥିବା ଆଲାର୍ମ ଘଣ୍ଟାଟି ଆଉ ବାହାରି ପାରିଲା ନାହିଁ। ଏଥିପାଇଁ ଘରଲୋକେ ଚିନ୍ତାରେ ପଡ଼ିଥିଲେ। ଭାବିଥିଲେ ଯେ, ଘଣ୍ଟାର ବ୍ୟାଟେରି ସରିଗଲା ପରେ ଆଲାର୍ମ ଆପେ ବନ୍ଦ ହୋଇଯିବ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ଗତ ୧୩ ବର୍ଷ ହେଲା ବ୍ୟାଟେରି ସରୁନି କି ଆଲାର୍ମ ବାଜିବା ବନ୍ଦ ହେଉନି।

Related story