ହେ ଭଗବାନ ! ପଥରକୁ ନିଆଁରେ ପୋଡିଲେ ବାହାରୁଛି ୱାଇଫାଇ ସିଗ୍ନାଲ

ପଥର ଅନେକ ପ୍ରକାରର। ଖଣି ବିଜ୍ଞାନ ଏକ ସ୍ୱତନ୍ତ୍ର ପାଠ। ସାଧାରଣ ମାଙ୍କଡା ପଥରଠାରୁ ଆରମ୍ଭ କରି ସୈାଖୀନ ପଥର ଯାଏ କେତେକେତେ ପ୍ରକାର ପଥର ଅଛି ଓ ଏଥିପାଇଁ ଖଣି ବି ଅଛି। କିଛି କିଛି ଜାତିର ପଥର ସିନା ଦେଖିବାକୁ ଭଲ, ହେଲେ କିଛି ପଥର ଅଛି ଯାହାର ବିଶେଷ ଗୁଣ ବି ଅଛି, ଯାହା ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ କରିଦେଇପାରେ। ଆପଣ କେବେ ଏମିତି ଏକ ପଥର ସମ୍ପର୍କରେ ଶୁଣିଛନ୍ତି କି ଯାହାକୁ […]

wifi

Rakesh Mallick
  • Published: Tuesday, 18 July 2017
  • , Updated: 18 July 2017, 02:23 PM IST

ପଥର ଅନେକ ପ୍ରକାରର। ଖଣି ବିଜ୍ଞାନ ଏକ ସ୍ୱତନ୍ତ୍ର ପାଠ। ସାଧାରଣ ମାଙ୍କଡା ପଥରଠାରୁ ଆରମ୍ଭ କରି ସୈାଖୀନ ପଥର ଯାଏ କେତେକେତେ ପ୍ରକାର ପଥର ଅଛି ଓ ଏଥିପାଇଁ ଖଣି ବି ଅଛି। କିଛି କିଛି ଜାତିର ପଥର ସିନା ଦେଖିବାକୁ ଭଲ, ହେଲେ କିଛି ପଥର ଅଛି ଯାହାର ବିଶେଷ ଗୁଣ ବି ଅଛି, ଯାହା ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ କରିଦେଇପାରେ। ଆପଣ କେବେ ଏମିତି ଏକ ପଥର ସମ୍ପର୍କରେ ଶୁଣିଛନ୍ତି କି ଯାହାକୁ ନିଆଁରେ ପୋଡିଲେ ବା ତା’ ପାଖରେ ନିଆଁ ଜାଳିଲେ ସେଥିରୁ ୱାଇପାଇ ସିଗ୍ନାଲ ମିଳୁଥବ। କଥାଟା ଶୁଣି ଆପଣ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ କଥାଟା ସତ। ଏମିତି ଏକ ପଥର ରହିଛି ଜର୍ମାନୀର ଏକ ସଂଗ୍ରହାଳୟରେ। ସଂଗ୍ରହଳୟର ଏହା ଏକ ଭାସ୍କର୍ଯ୍ୟ, ଯାହାକୁ ଏକ ଘାସ ଗାଲିଚା ଭିତରେ ରଖା ଯାଇଛି। କିନ୍ତୁ ଏଥିରେ ଏତେ ଗୁଣ ରହିଛି ବୋଲି କେହି ଜାଣି ନଥିଲେ। ଏହି ପଥରରେ ନିଆଁ ଜାଳିଲେ ଇଣ୍ଟରନେଟ ୱାଇପାଇ ସିଗ୍ନାଲ ମିଳୁଛି।

ପଥରରୁ ୱାଇପାଇ ସିଗନାଲ ମିଳିବାର କାରଣ

ବେଜ୍ଞାନିକଙ୍କ କହିବା କଥା ହେଲା, ଏମିତି ପଥର ଭିତରେ ଏକ ଥର୍ମୋ ଇଲେକ୍ଟ୍ରିକ୍‌ ଜେନେରେଟର ଲଗାଯାଇଛି। ଯହା ଗରମକୁ ବିଜୁଳିରେ ପରିବର୍ତ୍ତନ କରି ଦେଉଛି। ବିଜୁଳି ମିଳିବା କ୍ଷଣୀ ୱାଇଫାଇ ଅନ୍‌ ହେଇଯାଏ ଓ ଅଣ୍ଟରନେଟ ସିଗନାଲ ମିଳିବା ଆରମ୍ଭ ହୋଇଯାଏ। ତେଣୁ ଏ ପଥରଟିକୁ ସେହି ପରି ଭାବରେ ସ୍ୱତନ୍ତ୍ର କରି ପ୍ରସ୍ତୁତ କରାଯାଇଛି।

ପଥରର ବିଶେଷତ୍ୱ

ଏ ପଥରଟିର ଓଜନ 1.5 ଟନ୍‌। ଏହାକୁ ଏରମ ବର୍ଟୋଲ ମାନକ ଜଣେ ବ୍ୟକ୍ତି ତିଆରି କରିଛନ୍ତି। ଏହାର ନାଁ କିପ୍ ଏଲାଇଭ୍ ଦିଆଯାଇଛି। ୱାଇଫାଇ ଜେନେରେଟର ଫଟୋ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଇଛି।

Related story