ଅଞ୍ଚଳବାସୀଙ୍କ ଆଦର୍ଶ- ଭାମା ଅପା

ଆନନ୍ଦପୁର (ମୁନା ସିଂହ): ତାଙ୍କର ଦୃଢ଼ ଇଚ୍ଛାଶକ୍ତି ଆଗରେ ହାରମାନିଛି ଶାରୀରିକ ଅକ୍ଷମତା। ଚାଲି ପାରୁ ନଥିବା ମଣିଷ ଜଣଙ୍କ ଆଜି ନିଜ ଅଞ୍ଚଳବାସୀଙ୍କ ପାଇଁ ପାଲଟି ଯାଇଛନ୍ତି ଆଦର୍ଶ। ସେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ଭାମା ଅପା ଓରଫ୍‌ ସତ୍ୟଭାମା ସାହୁ। ୬୪ ବର୍ଷରେ ପାଦ ଥାପି ସାରିଥିବା ଭାମା ଅପାଙ୍କ ଜନ୍ମ ହୋଇଥିଲା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକ୍ ଯଶବନ୍ତପୁର ଗାଁରେ। ଜନ୍ମର ୧୧ ମାସ ପରେ ସେ ପୋଲିଓ ରୋଗରେ […]

bhama1

Tapaswini Nayak
  • Published: Tuesday, 15 October 2019
  • , Updated: 15 October 2019, 04:36 PM IST

ଆନନ୍ଦପୁର (ମୁନା ସିଂହ): ତାଙ୍କର ଦୃଢ଼ ଇଚ୍ଛାଶକ୍ତି ଆଗରେ ହାରମାନିଛି ଶାରୀରିକ ଅକ୍ଷମତା। ଚାଲି ପାରୁ ନଥିବା ମଣିଷ ଜଣଙ୍କ ଆଜି ନିଜ ଅଞ୍ଚଳବାସୀଙ୍କ ପାଇଁ ପାଲଟି ଯାଇଛନ୍ତି ଆଦର୍ଶ। ସେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ଭାମା ଅପା ଓରଫ୍‌ ସତ୍ୟଭାମା ସାହୁ।

୬୪ ବର୍ଷରେ ପାଦ ଥାପି ସାରିଥିବା ଭାମା ଅପାଙ୍କ ଜନ୍ମ ହୋଇଥିଲା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକ୍ ଯଶବନ୍ତପୁର ଗାଁରେ। ଜନ୍ମର ୧୧ ମାସ ପରେ ସେ ପୋଲିଓ ରୋଗରେ ଅକ୍ରାନ୍ତ ହୋଇଥିଲେ। ତେବେ ସେଇଠି ତାଙ୍କ ଦୁଃଖ ସରି ନ ଥିଲା। ଅଢ଼େଇ ବର୍ଷ ବୟସରେ ତାଙ୍କ ବାପା ଚାଲି ଯାଇଥିଲେ। ଆଉ ଯେତେବେଳେ ତାଙ୍କୁ ୫ ବର୍ଷ ହୋଇଥିଲା ତାଙ୍କ ମା’ଙ୍କର ବି ମୃତ୍ୟୁ ହୋଇଥିଲା। ତା’ପରେ ସେ ଓ ତାଙ୍କ ସାନ ଭଉଣୀ ସେମାନଙ୍କ ଦାଦାଖୁଡ଼ିଙ୍କ ଘରେ ବଢ଼ିଥିଲେ। ଚାଲିପାରୁ ନଥିବା ଯୋଗୁ ସେ ଛୋଟ ବେଳେ ସ୍କୁଲ୍ ଯାଇ ପାରି ନଥିଲେ। ତେବେ ୨୦ ବର୍ଷ ବୟସରେ ସେ ଘରେ ପାଠପଢ଼ା ଆରମ୍ଭ କରିଥିଲେ। ସେ ଅଷ୍ଟମ ଯାଏ ପଢ଼ିଛନ୍ତି। ପଢ଼ିବା ସହିତ ସେ ଟେଲରିଂ କାମ ବି ଶିଖିଥିଲେ।

୧୯୮୦ ମସିହାରେ ଭାମା ଅପା ଘର ଛାଡ଼ି କଟକ ସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମକୁ ଚାଲି ଯାଇଥିଲେ। ବେଶ୍ ବର୍ଷ ସେ ସେଠାରେ ରହିଥିଲେ। ତା’ପରେ ସେଠାରୁ ଆସି ଯଶବନ୍ତପୁର ସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମରେ ରହୁଛନ୍ତି। ସେ ନିଜର ସାଙ୍ଗଠନିକ ଦକ୍ଷତାବଳରେ ଆଶ୍ରମର ପରିଚାଳିକା ହୋଇପାରିଛନ୍ତି। ଦୀର୍ଘ ବର୍ଷ ହେଲା ସେ ଆଶ୍ରମର ସମସ୍ତ ବିଷୟ ବୁଝାସୁଝା କରୁଛନ୍ତି ସତ୍ୟଭାମା। ଏହାସହ ସେ ଆଶ୍ରମରେ ୨୦ ଜଣ ମହିଳାଙ୍କୁ ନେଇ ‘ଶ୍ରୀଅରବିନ୍ଦ ନାଁରେ’ ଏକ ଏସ୍‌ଏଚ୍‌ଜି ଗଠନ କରିଛନ୍ତି। ସେଠାରେ ସେ ମହିଳା ମାନଙ୍କୁ ନେଇ ଧୂପକାଠି ଓ ହଳଦୀଗୁଣ୍ଡ ଆଦି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏହି ସାମଗ୍ରୀକୁ ନେଇ ବିଭିନ୍ନ ମେଳାରେ ବିକ୍ରି କରୁଛନ୍ତି। ଏବେ ବି ସେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ଆଶ୍ରମରେ ସତ୍ୟଭାମା ନିଜ ହାତରେ ରୋଷେଇ କରି ସମସ୍ତଙ୍କୁ ଖାଇବାକୁ ଦିଅନ୍ତି।

ସ୍ଥାନୀୟ ବାସିନ୍ଦା ଲକ୍ଷ୍ମୀଧର ଜେନା କହିଛନ୍ତି,“ଭାମା ଆପାଙ୍କୁ ସମସ୍ତେ ଜାଣନ୍ତି। ସେ ଭିନ୍ନକ୍ଷମ ହେଲେ ମଧ୍ୟ ସମାଜ ପ୍ରତି ତାଙ୍କର ଅବଦାନ ରହିଛି। ନିଜେ ଗୋଡ଼ରେ ସେ ନିଜେ ଠିଆ ହେବା ସହ ଆହୁରି ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି।”

Related story