ନୀଳାମ୍ବର ସାର୍‌ଙ୍କ ପ୍ରଶଂସନୀୟ ପ୍ରୟାସ; ମେହେରୁଣି ନାଳ ସୃଷ୍ଟି କରୁଛି ଚିଲିକାର ଭ୍ରମ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜ ଅଧୀନସ୍ଥ ବାରଡ଼ୋଲ ଗାଁର ମେହେରୁଣି ନାଳ ଏବେ ଚିଲିକାର ଭ୍ରମ ସୃଷ୍ଟି କରୁଛି। ଦଶଟି କି ପଚାଶଟି ନୁହେଁ, ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆ ପକ୍ଷୀଙ୍କ କିଚିରିମିଚିର ଶବ୍ଦରେ ଫାଟି ପଡୁଛି ଏହି ଅଞ୍ଚଳ। ନିର୍ଭୟରେ ଏ ଡାଳରୁ ସେ ଡାଳକୁ ଉଡ଼ି ବୁଲୁଛନ୍ତି ପକ୍ଷୀମାନେ। ଏ ଅଞ୍ଚଳର ଏମିତି କେହି ଲୋକ ନାହାନ୍ତି, ଯିଏ ସେହି ବାଟ ଦେଇ ଗଲା ବେଳେ ଟିକେ ଅଟକି […]

boudh

boudh

Jyoshna Pradhan
  • Published: Saturday, 02 November 2019
  • Updated: 03 November 2019, 08:57 AM IST

Sports

Latest News

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜ ଅଧୀନସ୍ଥ ବାରଡ଼ୋଲ ଗାଁର ମେହେରୁଣି ନାଳ ଏବେ ଚିଲିକାର ଭ୍ରମ ସୃଷ୍ଟି କରୁଛି। ଦଶଟି କି ପଚାଶଟି ନୁହେଁ, ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆ ପକ୍ଷୀଙ୍କ କିଚିରିମିଚିର ଶବ୍ଦରେ ଫାଟି ପଡୁଛି ଏହି ଅଞ୍ଚଳ। ନିର୍ଭୟରେ ଏ ଡାଳରୁ ସେ ଡାଳକୁ ଉଡ଼ି ବୁଲୁଛନ୍ତି ପକ୍ଷୀମାନେ। ଏ ଅଞ୍ଚଳର ଏମିତି କେହି ଲୋକ ନାହାନ୍ତି, ଯିଏ ସେହି ବାଟ ଦେଇ ଗଲା ବେଳେ ଟିକେ ଅଟକି ଯାଉ ନଥିବେ। ସତରେ ସେ ଦୃଶ୍ୟର ଅବର୍ଣ୍ଣନୀୟ। ଆଉ ଏହାର ଶ୍ରେୟ ଯାଉଛି ପ୍ରକୃତି ପ୍ରେମୀ ଶିକ୍ଷକ ନୀଳାମ୍ବର ଖମାରୀଙ୍କୁ। କାରଣ ସେ ହିଁ ପ୍ରଥମେ ଏ ଦିଗରେ ପଦକ୍ଷେପ ନେଇଥିଲେ।

ଦିନେ ଏହି ଅଞ୍ଚଳରେ ଗେଣ୍ଡାଳିଆ ପକ୍ଷୀଙ୍କ ବଂଶ ନିପାତ ହେବାକୁ ବସିଥିଲା। ଏହା ପଛରେ ଥିଲା ଦୁଇଟି କାରଣ। ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ି ଯାଇଥିଲା ଓ ଲୋକେ ବି ସଚେତନ ନଥିଲେ। ଏହା ଦେଖି ଚିନ୍ତିତ ହୋଇ ପଡ଼ିଥିଲେ ନୀଳାମ୍ବର ସାର୍। ଏହା ପରେ ଆଖପାଖ ଗାଁ ଲୋକଙ୍କୁ ନେଇ ବୈଠକ କରିଥିଲେ ଓ ଗେଣ୍ଡାଳିଆ ପକ୍ଷୀଙ୍କୁ ସୁରକ୍ଷା ଦେଇ ଏକ ସନ୍ତୁଳିତ ପରିବେଶ ଗଢ଼ିବା ପାଇଁ ଅନୁରୋଧ କରିଥିଲେ। ଏହା ସହିତ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିଥିଲେ। ଗେଣ୍ଡାଳିଆ ପକ୍ଷୀଙ୍କ ସୁରକ୍ଷା ପାଇଁ ଲୋକଙ୍କୁ ଶପଥ କରାଇଥିଲେ। ତା’ସହିତ ପକ୍ଷୀମାନଙ୍କ ପ୍ରତି ଲୋକଙ୍କ ଭଲ ପାଇବାକୁ ବଢ଼ାଇଥିଲେ। ଧୀରେ ଧୀରେ ଲୋକେ ସଚେତନ ହୋଇଥିଲେ ଓ ତାଙ୍କ କାର୍ଯ୍ୟକୁ ସହଜ କରି ଦେଇଥିଲେ। ଗ୍ରାମବାସୀମାନେ ଗେଣ୍ଡାଳିଆ ପକ୍ଷୀଙ୍କୁ ସୁରକ୍ଷା ଦେଇଥିଲେ। ଫଳସ୍ୱରୂପ ଏବେ ମେହେରୁଣି ନାଳ ଅଞ୍ଚଳରେ ଗେଣ୍ଡାଳିଆ ପକ୍ଷୀଙ୍କ ବଂଶ ବୃଦ୍ଧି ପାଇଛି। ଦିନେ ଏଠାରେ ଏମାନଙ୍କ ସଂଖ୍ୟା ୩୦୦ ପାଖାପାଖି ରହିଥିବା ବେଳେ ଏବେ ଏହା ୫୦୦୦ରେ ପହଞ୍ଚି ଗଲାଣି।

ମେହେରୁଣି ନାଳ ଅଞ୍ଚଳରେ ଗେଣ୍ଡାଳିଆ ପକ୍ଷୀଙ୍କ ସୁରକ୍ଷା ବ୍ୟତୀତ ନୀଳାମ୍ବର ସାର୍ ରାସବିହାରୀପୁର ଗାଁ ମୁଣ୍ଡରେ ରହୁଥିବା ବାଦୁଡ଼ିଙ୍କ ସୁରକ୍ଷା ପାଇଁ ମଧ୍ୟ କାମ କରୁଛନ୍ତି। ଫଳରେ ସେଠାରେ ବାଦୁଡ଼ିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତାଙ୍କର ଏହି ଉଲ୍ଲେଖନୀୟ କାମ ପାଇଁ ସେ ଅନେକ ପୁରସ୍କାର ପାଇଛନ୍ତି। ବୌଦ୍ଧ ବନବିଭାଗ ପକ୍ଷରୁ ସେ ୨୦୧୫ ମସିହାରେ ‘ପ୍ରକୃତି ବନ୍ଧୁ’ ପୁରସ୍କାର ପାଇଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସେ ଅନେକ ପୁରସ୍କାର ପାଇଛନ୍ତି।

ଶ୍ରୀ ଖମାରୀ କହିଛନ୍ତି, “୧୯୯୬ ମସିହାରେ ମୋର ଚାକିରି କାଳ ଆରମ୍ଭ ହେଲା। ମୋର ପେସା ହେଉଛି ଶିକ୍ଷକତା। ହେଲେ ମୋର ନିଶା ହେଉଛି ପରିବେଶ ସୁରକ୍ଷା, ଜୀବଜନ୍ତୁ ସୁରକ୍ଷା ଓ ସ୍ୱଚ୍ଛତା ରକ୍ଷା। ଏଥିପାଇଁ ମୁଁ ବହୁତ ପରିଶ୍ରମ ବି କରୁଛି। ବାରଡ଼ୋଲ ପାଖରେ ଗେଣ୍ଡାଳିଆ ପକ୍ଷୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ବାଦୁଡ଼ିଙ୍କୁ ମଧ୍ୟ ସୁରକ୍ଷା ଦିଆଯାଇଛି। ଏଥିସହ ସରୀସୃପ ମାନଙ୍କ ସୁରକ୍ଷା ପାଇଁ ମଧ୍ୟ କାମ କରୁଛି। ବନ ବିଭାଗଙ୍କ ହସ୍ତକ୍ଷେପରେ ଅନେକ ସାପକୁ ଜଙ୍ଗଲରେ ଛାଡ଼ିଛୁ।”

ସେ ଆହୁରି କହିଛନ୍ତି, “ପରିବେଶ ସ୍ୱଚ୍ଛ ରହିଲେ ଆମ ମନ ମଧ୍ୟ ସ୍ୱଚ୍ଛ ରହିବ ବୋଲି ମୋର ଧାରଣା। ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଆମେ ପ୍ରତି ବିଦ୍ୟାଳୟ କେମିତି ସ୍ୱଚ୍ଛ ହୋଇପାରିବ ଓ ଆମ ଶୁଣ୍ଡିପଦର ପଞ୍ଚାୟତର ପ୍ରତି ଗାଁ କିପରି ସ୍ୱଚ୍ଛ ହୋଇପାରିବ, ସେନେଇ ଅନେକ ସଚେତନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।”

କେବଳ ଏତିକି ନୁହେଁ, ତାଙ୍କରି ଉଦ୍ୟମ ଯୋଗୁ ସେ ଶିକ୍ଷକତା କରୁଥିବା ସ୍କୁଲ୍‌ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ ହୋଇପାରିଛି। ସ୍କୁଲର ପରିବେଶ ଏତେ ମନୋରମ ହୋଇଛି ଯେ  ଯିଏ ଦେଖିବ ବେଶ୍ କିଛି ସମୟ ପାଇଁ ସେଠାରେ ରହିଯିବ। ଏକ ଛୋଟ ପାର୍କ ଭଳି ସଜେଇ ହୋଇଛି ସ୍କୁଲ୍‌ର ହତା। ବିଭିନ୍ନ ପ୍ରକାରର ଫୁଲ ଗଛ ସହିତ ଔଷଧୀୟ ଗଛ ଲାଗିଛି। କଦଳୀ ଓ ଡାଳିମ୍ୱ ଆଦି ଗଛ ମଧ୍ୟ ଲାଗିଛି। ପିଲାଙ୍କୁ ପାଠ ପଢ଼ାଇବା ସହିତ ସେ ନିଜେ ବି ଗଛରେ ପାଣି ଦିଅନ୍ତି ଓ ସେଗୁଡ଼ିକର ଯତ୍ନ ନିଅନ୍ତି।

ଏ ନେଇ ଶ୍ରୀ ଖମାରୀ କହିଛନ୍ତି, “ଆମ ବିଦ୍ୟାଳୟରେ ସ୍ୱଚ୍ଛତା ଓ ପରିମଳର ସୁବ୍ୟବସ୍ଥା ପଛରେ ସମସ୍ତଙ୍କ ଅବଦାନ ରହିଛି। ସମସ୍ତେ ମୋତେ ସହଯୋଗ କରୁଛନ୍ତି।”

ଏନେଇ ଗ୍ରାମବାସୀ ଲଲିତ କୁମାର ସାହୁ କହିଛନ୍ତି, “ଶିକ୍ଷକ ନିଳାମ୍ୱର ଖମାରୀ ଏହି ସ୍କୁଲକୁ ଆସିବା ପରେ ପୂରା ଢାଞ୍ଚା ପରିବର୍ତ୍ତନ କରି ଦେଇଛନ୍ତି। ମିନି ଗାର୍ଡେନ୍ କରି ବହୁତ ସୁନ୍ଦର ଭାବେ ସ୍କୁଲକୁ ସଜେଇଛନ୍ତି।”

ସ୍କୁଲର ଜଣେ ଛାତ୍ର ସୁଶାନ୍ତ ନାୟକ କହିଛନ୍ତି, “ନୀଳାମ୍ୱର ସାର୍ ଆମକୁ ଭଲ ପଢ଼ାନ୍ତି। ସ୍କୁଲ ବଗିଚାକୁ ସଜେଇବାରେ ଆମେ ସାର୍‌କୁ ସହଯୋଗ କରିଥାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story