ସାବାସ୍ ଜିଆ ! କୋମଳ ବୟସରେ ସୃଷ୍ଟି କଲେ ଉଦାହରଣ, କ୍ୟାନସର୍ ପୀଡ଼ିତାଙ୍କୁ ଦାନ କଲେ ନିଜ ଚୁଟି

ନୂଆଦିଲ୍ଲୀ: ଆଜିର ସମାଜରେ ଲୋକଙ୍କ ଭିତରୁ ଧୀରେ ଧୀରେ ଉଭେଇ ଗଲାଣି ମଣିଷ ପଣିଆ ।  କେହି ଅସୁବିଧାରେ ପଡ଼ିଲେ ସାହାଯ୍ୟ କରିବା ତ ଦୂରର କଥା। ଆଜିକାଲି ଲୋକେ ଆହା ପଦେ ବି କହୁନାହାଁନ୍ତି । କିନ୍ତୁ କଥାଟି ପୂରା ଠିକ୍ ନୁହେଁ । କେଉଁଠି ନା କେଉଁଠି ମଣିଷ ପଣିଆ ତ ନିଶ୍ଚୟ ରହିଛି । ନହେଲେ ଏ ଦୁନିଆ ଭଲରେ ଚାଲିବା ସମ୍ଭବ ନୁହେଁ । ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି […]

Untitled-1

Rakesh Mallick
  • Published: Tuesday, 08 August 2017
  • , Updated: 08 August 2017, 08:48 PM IST

ନୂଆଦିଲ୍ଲୀ: ଆଜିର ସମାଜରେ ଲୋକଙ୍କ ଭିତରୁ ଧୀରେ ଧୀରେ ଉଭେଇ ଗଲାଣି ମଣିଷ ପଣିଆ ।  କେହି ଅସୁବିଧାରେ ପଡ଼ିଲେ ସାହାଯ୍ୟ କରିବା ତ ଦୂରର କଥା। ଆଜିକାଲି ଲୋକେ ଆହା ପଦେ ବି କହୁନାହାଁନ୍ତି । କିନ୍ତୁ କଥାଟି ପୂରା ଠିକ୍ ନୁହେଁ । କେଉଁଠି ନା କେଉଁଠି ମଣିଷ ପଣିଆ ତ ନିଶ୍ଚୟ ରହିଛି । ନହେଲେ ଏ ଦୁନିଆ ଭଲରେ ଚାଲିବା ସମ୍ଭବ ନୁହେଁ । ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି 16 ବର୍ଷୀୟା କିଶୋରୀ ଜିଆ ମେହେତା।

ଜିଆଙ୍କ ପାଇଁ ଏବେ ସମସ୍ତେ ଗର୍ବିତ ।  ଘର ଲୋକଙ୍କଠାରୁ ଆରମ୍ଭ କରି ସ୍କୁଲ ଶିକ୍ଷକ  କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ।  ଜିଆ ଏବେ ପଢୁଛନ୍ତି ଯୁକ୍ତଦୁଇ ଶ୍ରେଣୀରେ । ଭାରି ଦରଦୀ ମନ ତାଙ୍କର । ଦୁଃଖୀ ଲୋକର କଥା ଶୁଣିଲେ ଭିତରେ ଭିତରେ ତରଳି ଯାଆନ୍ତି । ଗୋଟିଏ ଧାଡ଼ିରେ କହିଲେ, ସେ ଅନ୍ୟର ଦୁଃଖ ପଢ଼ି ପାରନ୍ତି ।

ଘଟଣାଟି ହେଲା, କିଛିଦିନ ପୂର୍ବରୁ ଜିଆ ଜଣେ ମହିଳା କର୍କଟ ରୋଗୀଙ୍କ ସଂପର୍କରେ ଜାଣିବାକୁ ପାଇଲେ । ରୋଗ ଭଲ ହେବାକୁ ମହିଳା ଜଣକ ବାରମ୍ବାର କେମୋ ନେଇଥିବାରୁ ତାଙ୍କର ସବୁ କେଶ ଝଡ଼ି ଯାଇଥିଲା । ଏଥିରେ ସେ ଅତ୍ୟନ୍ତ ଦୁଃଖୀ ହୋଇ ପଡ଼ିଥିଲେ । ଦୁଃଖର ମାତ୍ରା ଏତେ ଯେ, ମହିଳା ଜଣକ ଡିପ୍ରେସନକୁ ଚାଲି ଯାଇଛନ୍ତି । ଜିଆ ଏ ଖବରଟି ଜାଣିବା ପରେ ଖୁବ୍ ମର୍ମାହତ ହୋଇପଡ଼ିଥିଲେ । ମହିଳାଙ୍କ ମୁହଁରେ ଟିକିଏ ସୁଖ ଦେବାକୁ ସେ ଏକ ଚରମ ନିଷ୍ପତ୍ତି ନେଲେ । ସେ ତାଙ୍କର 28 ଇଞ୍ଚ ଲମ୍ବ କେଶକୁ କାଟି ସେହି ମହିଳାଙ୍କୁ ଦାନ କରିବାକୁ ନିଷ୍ପତ୍ତି ନେଲେ। କିନ୍ତୁ ସେ ଜାଣିପାରୁ ନଥିଲେ କେମିତି ମହିଳାଙ୍କୁ ସାହାଯ୍ୟ କରିବେ । ପରେ ସେ ମଦତ ନାମକ ଏକ ସ୍ୱେଚ୍ଛାସେବୀ

ସଂପର୍କରେ ଜାଣିବାକୁ ପାଇଲେ।   ଯାହାକି କ୍ୟାନସର ପିଡିତଙ୍କୁ ସାହାଯ୍ୟ କରିଥାଏ । ସେହି ଏନଜିଓ ସହ ଯୋଗାଯୋଗ କରି ଜିଆ ସଂପୃକ୍ତ ମହିଳାଙ୍କୁ ତା କେଶ ଦାନ କରିଥିଲେ।

Related story