ଫୋନ ଉଠାଇବା ମାତ୍ରେ ପାଟିରୁ ବାହାରିଥାଏ ‘ହେଲୋ’, ହେଲେ କାହିଁକି?

ଭୁବନେଶ୍ୱର:  ଆଜିର ଦୁନିଆରେ ଫୋନ ଏପରି ଅପରିହାର୍ଯ୍ୟ ହୋଇଗଲାଣି, ଯାହା ବିନା ଆମେ ଗୋଟିଏ ମୁହୂର୍ତ୍ତର ବି କଳ୍ପନା କରି ପାରୁ ନାହୁଁ। ଆଉ ଫୋନ ରିସିଭ କରିବା ମାତ୍ରେ ଆମ ପାଟିରୁ ସ୍ୱତଃପ୍ରବୃତ୍ତ ଭାବେ ସର୍ବପ୍ରଥମେ ‘ହେଲୋ’  ଶବ୍ଦ ହିଁ ବାହାରିଥାଏ। ବଡ ଲୋକଙ୍କ କଥା ଛାଡନ୍ତୁ, ଛୋଟ ଛୁଆଟେ ବି ଯଦି ଫୋନରେ କଥା ହେଉଛି, ତେବେ ପ୍ରଥମେ ଖଣ୍ଡି ଭାଷାରେ ‘ହେଲୋ’ ହିଁ କହୁଛି। କିନ୍ତୁ ଆପଣ କେବେ ଭାବିଛନ୍ତି ଯେ, ସମସ୍ତେ […]

hello-1..

Niharika Rout
  • Published: Sunday, 09 June 2019
  • , Updated: 09 June 2019, 01:04 PM IST

ଭୁବନେଶ୍ୱର:  ଆଜିର ଦୁନିଆରେ ଫୋନ ଏପରି ଅପରିହାର୍ଯ୍ୟ ହୋଇଗଲାଣି, ଯାହା ବିନା ଆମେ ଗୋଟିଏ ମୁହୂର୍ତ୍ତର ବି କଳ୍ପନା କରି ପାରୁ ନାହୁଁ। ଆଉ ଫୋନ ରିସିଭ କରିବା ମାତ୍ରେ ଆମ ପାଟିରୁ ସ୍ୱତଃପ୍ରବୃତ୍ତ ଭାବେ ସର୍ବପ୍ରଥମେ ‘ହେଲୋ’  ଶବ୍ଦ ହିଁ ବାହାରିଥାଏ।

ବଡ ଲୋକଙ୍କ କଥା ଛାଡନ୍ତୁ, ଛୋଟ ଛୁଆଟେ ବି ଯଦି ଫୋନରେ କଥା ହେଉଛି, ତେବେ ପ୍ରଥମେ ଖଣ୍ଡି ଭାଷାରେ ‘ହେଲୋ’ ହିଁ କହୁଛି। କିନ୍ତୁ ଆପଣ କେବେ ଭାବିଛନ୍ତି ଯେ, ସମସ୍ତେ ଫୋନ ଉଠାଇବା ମାତ୍ରେ କ’ଣ ପାଇଁ ‘ହେଲୋ’ କହିଥାନ୍ତି? ଏହାବ୍ୟତୀତ ଅନ୍ୟ କିଛି ଶବ୍ଦ କ’ଣ ପାଇଁ କେହି କହି ନ ଥାନ୍ତି।  ଆଜି ଆସନ୍ତୁ ଜାଣିବା ‘ହେଲୋ’ ଶବ୍ଦର ଊତ୍ପତି କେଉଁଠି ହୋଇଛି।

ଟେଲିଫୋନର ଆବିଷ୍କାର ଅଲେକଜାଣ୍ଡର ଗ୍ରାହମ ବେଲ୍‌ କରିଥିଲେ। ୧୮୭୬ ମସିହା ମାର୍ଚ୍ଚ ୧ ୦ ତାରିଖରେ ତାଙ୍କୁ ଟେଲିଫୋନର ଆବିଷ୍କାର କରିଥିବା ନେଇ ପେଣ୍ଟେଣ୍ଟ ମିଳିଥିଲା। ଆବିଷ୍କାର ପରେ ସେ ସର୍ବପ୍ରଥମେ ନିଜ ସାଥୀଙ୍କ ଲାଗି ଏକ ବାର୍ତ୍ତା ପ୍ରେରଣ କରିଥିଲେ। ହେଲେ ପ୍ରଥମ ଶବ୍ଦ ଭାବେ ସେ ‘ହେଲୋ’ ନ କହି ‘Ahoy’ କହିଥିଲେ ।

ଧିରେ ଧିରେ ଲୋକଙ୍କ ମଧ୍ୟରେ ଟେଲିଫୋନ ବ୍ୟବହାର ଆରମ୍ଭ ହେବା ପରେ ସର୍ବପ୍ରଥମେ ଫୋନ କରିଥିବା ବ୍ୟକ୍ତି ଅପରପକ୍ଷଙ୍କୁ ପଚାରୁଥିଲେ ‘Are you there’।   ଏଥିପାଇଁ ଏପରି କହୁଥିଲେ, ଯାହାଦ୍ୱାରା ଅପରପାର୍ଶ୍ୱରେ ଥିବା ବ୍ୟକ୍ତି ତାଙ୍କୁ ଶୁଣି ପାରୁଛନ୍ତି ନା ନାହିଁ ଜାଣି ପାରିବେ। କିନ୍ତୁ ଥରେ ଥାମଁସନ୍‌ ଏଡିସନ ନାମକ ବ୍ୟକ୍ତି  Ahoy କୁ ଭୁଲ ଭାବେ ଶୁଣିଥିଲେ।

ଏହାପରେ ୧୮୭୭ ମସିହାରେ ସେ ଟେଲିଫୋନ ବାର୍ତ୍ତାଳପ ସମୟରେ ‘Hello’ କହିବାର ପ୍ରସ୍ତାବ ଦେଲେ। ଏହି ପ୍ରସ୍ତାବକୁ ସେ ପିଟର୍ସବର୍ଗର ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ଆଣ୍ଡ ପ୍ରିଣ୍ଟିଂଙ୍ଗ ଟେଲିଗ୍ରାଫ୍‌ କମ୍ପାନୀର ଅଧ୍ୟକ୍ଷଙ୍କ ନିକଟକୁ ପତ୍ର ଲେଖି ଅନୁମତି ଲୋଡିଥିଲେ। ଟେଲିଫୋନ ବାର୍ତ୍ତାଳପ ବେଳେ ପ୍ରଥମ ଶବ୍ଦ ‘ହେଲୋ’ ହେବା ଉଚିତ ବୋଲି ସେ କହିଥିଲେ।  ଏଥିନିମନ୍ତେ ଅନୁମତି ମିଳିବା ପରଠାରୁ ‘ହେଲୋ’ ଶବ୍ଦର ପ୍ରଚଳନ ଚାଲିଛି।  ଫଳରେ ଆଜି ବି ଫୋନ ଉଠାଇବା ମାତ୍ରେ ଆମ ପାଟିରୁ ଆପେ ଆପେ ‘ହେଲୋ’ ଶବ୍ଦ ବାହାରି ଯାଇଥାଏ।

Related story