Advertisment

ଦଉଡ଼ିରେ ତିଆରି ପୋଲରେ ଲୋକେ ଅତିକ୍ରମ କରୁଛନ୍ତି ନଦୀ

ଲିମା: ସିମେଣ୍ଟ, କାଠ ଏବଂ ଲୁହା ପୋଲ ଆପଣ ଦେଖିଥିବେ। ହେଲେ ଆଜିର ଆଧୁନିକ ଯୁଗରେ ଆପଣ ଦଉଡ଼ିରେ ତିଆରି ପୋଲ ଦେଖିଛନ୍ତି କି? ତାହା ପୁଣି ୨ ପାହାଡ ମଧ୍ୟରେ ସଂଯୋଗ ରକ୍ଷା କରୁଛି। ଏପରି ବିପଦସଙ୍କୁଳ ପୋଲ ଉପରେ ସ୍ଥାନୀୟ ଅଞ୍ଚଳବାସୀ କିନ୍ତୁ ବେଶ୍‌ ଆରାମରେ ଯାତାୟତ କରୁଛନ୍ତି। ଆଉ ଗୋଟେ ଆଶ୍ଚର୍ଯ୍ୟ କଥା ହେଲା ପ୍ରତିବର୍ଷ ପୁରୁଣା ଦଉଡି ବଦଳାଇ ନୂଆ ଦଉଡିରେ ନୂଆ ପୋଲ ତିଆରି ହୋଇଥାଏ। ଆଶ୍ଚର୍ଯ୍ୟର କଥା, ଏହାକୁ […]

author-image
Rosalin Rath
ଅଦ୍ୟତନ ହୋଇଛି
ଦଉଡ଼ିରେ ତିଆରି ପୋଲରେ ଲୋକେ ଅତିକ୍ରମ କରୁଛନ୍ତି ନଦୀ

5555

ଲିମା: ସିମେଣ୍ଟ, କାଠ ଏବଂ ଲୁହା ପୋଲ ଆପଣ ଦେଖିଥିବେ। ହେଲେ ଆଜିର ଆଧୁନିକ ଯୁଗରେ ଆପଣ ଦଉଡ଼ିରେ ତିଆରି ପୋଲ ଦେଖିଛନ୍ତି କି? ତାହା ପୁଣି ୨ ପାହାଡ ମଧ୍ୟରେ ସଂଯୋଗ ରକ୍ଷା କରୁଛି। ଏପରି ବିପଦସଙ୍କୁଳ ପୋଲ ଉପରେ ସ୍ଥାନୀୟ ଅଞ୍ଚଳବାସୀ କିନ୍ତୁ ବେଶ୍‌ ଆରାମରେ ଯାତାୟତ କରୁଛନ୍ତି। ଆଉ ଗୋଟେ ଆଶ୍ଚର୍ଯ୍ୟ କଥା ହେଲା ପ୍ରତିବର୍ଷ ପୁରୁଣା ଦଉଡି ବଦଳାଇ ନୂଆ ଦଉଡିରେ ନୂଆ ପୋଲ ତିଆରି ହୋଇଥାଏ। ଆଶ୍ଚର୍ଯ୍ୟର କଥା, ଏହାକୁ ତିଆରି କରିବା ପାଇଁ କୌଣସି ଆଧୁନିକ ଉପକରଣ ବ୍ୟବହାର ହୋଇ ନଥାଏ। ତାହାଲେ ଜାଣନ୍ତୁ ଏହି ପୋଲ ବିଷୟରେ ଅଧିକ କିଛି।

Advertisment

ପେରୁର କୁଷ୍‌କୋ ନାମକ ସ୍ଥାନର ଅପରିମାକ ନଦୀ ଉପରେ ଏପରି ଏକ ପୋଲ ରହିଛି ଯାହା ଘାସର ଦଉଡିରେ ତିଆରି। ଏହାର ଚତୁଃପାର୍ଶ୍ୱରେ ପାହାଡ ପରିବେଷ୍ଟିତ। ତେଣୁ ୨ ପାହାଡକୁ ସଂଯୋଗ କରି ତିଆରି ହୋଇଛି ଏହି ପୋଲ।  ଆଉ ପୋଲକୁ ପ୍ରତି ବର୍ଷ ମରାମତି ମଧ୍ୟ କରାଯାଏ, ତାହା ପୁଣି  ଘାସ ଦଉଡି ସାହାଯ୍ୟରେ । ଏଥିପାଇଁ ଏହାକୁ ରୋପ୍‌ ବ୍ରିଜ୍‌ ମଧ୍ୟ କୁହାଯାଏ।

publive-image

ଘାସର ମୋଟା ରସି ଦ୍ୱାରା ଏହି ପୋଲ ତିଆରି ହୋଇଛି। ଆଉ ଆଶ୍ଚର୍ଯ୍ୟର କଥା ହେଲା ଏହି ପୋଲ ବହୁତ ପୁରୁଣା। ଏଥିରେ ପ୍ରତିଦିନ ଲୋକମାନେ ଯିବା ଆସିବା କରିଥାନ୍ତି। ସହର ସହ ଯୋଡ଼ିବାକୁ ଏହା ପ୍ରକୃଷ୍ଟ ମାଧ୍ୟମ ହୋଇଥାଏ। ୨୦୧୩ ମସିହାରେ ୟୁନେସ୍କୋ  ଏହି ପୋଲକୁ ବିଶ୍ୱ ଐତିହ୍ୟ ନାମରେ ଘୋଷିତ କରିଥିଲା।

Advertisment

publive-image

ପୁରୁଣା ପୋଲକୁ ପ୍ରତିବର୍ଷ ନୂଆ କରି ତିଆରି କରିବା ପରମ୍ପରା ବହୁତ ଦିନରୁ ଏଠାରେ ଚାଲିଆସିଛି। ପୋଲର ଦୁଇ ପାର୍ଶ୍ୱରେ ଥିବା ଅଞ୍ଚଳର ଯୁବକମାନେ ଘାସର ଦଉଡ଼ିରେ ଏହି ପୋଲ ତିଆରି କରିଥାନ୍ତି। ପରମ୍ପରା ଅନୁସାରେ, ପୋଲକୁ କେବଳ ଯୁବକମାନେ ହିଁ ତିଆରି କରିଥାନ୍ତି। ଆଉ ମହିଳାମାନେ ପୋଲର ଦୁଇ ପାର୍ଶ୍ୱରେ ରହି ଘାସର ମୋଟା ମୋଟା ଦଉଡ଼ି ତିଆରି କରିଥାନ୍ତି।

ପୋଲ ତିଆରି ହେବାର ପୂର୍ବଦିନରୁ ମହିଳା ଏବଂ ଯୁବକମାନେ ନଦୀର ଦୁଇ ପାର୍ଶ୍ୱରେ ଏକାଠି ହୋଇ ଛୋଟ ଦଉଡ଼ିକୁ ବଡ଼ କରି ତିଆରି କରିଥାନ୍ତି। ମୁଖ୍ୟ ଦଉଡ଼ିର ମୋଟା ପ୍ରାୟ ଏକ ଫୁଟ୍‌ ହୋଇଥାଏ। ବହୁ ପତଳା ଦଉଡ଼ି ମିଶାଇ ଗୋଟେ ମୋଟା ଦଉଡ଼ି ତିଆରି ହୋଇଥାଏ।

publive-image

ଏହି ଦଉଡିକୁ ପଥରରେ ପିଟାଯାଏ, ତା ପରେ ପାଣିରେ ଭିଜାଯାଇଥାଏ। ଏହା କରିବା ଦ୍ୱାରା ଦଉଡ଼ି ନରମ ହୋଇଥାଏ ଏବଂ ତାହା ବୁଣିବାକୁ ସହଜ ହୋଇଥାଏ। ଦଉଡି ପ୍ରସ୍ତୁତି ସମୟରେ ଏଥିରେ ନିୟୋଜିତ ଲୋକଙ୍କ ନିମନ୍ତେ ବହୁ ଭଲ ଭଲ ଖାଇବା ମଧ୍ୟ ତିଆରି ହୋଇଥାଏ। ସେଥି ମଧ୍ୟରୁ ଚିକେନ୍‌ ଏବଂ ନଦୀରୁ ଧରା ହୋଇଥିବା ମାଛରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ।

publive-image

ନୂଆ ପୋଲ ହେଲା ପରେ ପୁରୁଣା ପୋଲର ଦଉଡ଼ିକୁ କାଟି ଦିଆଯାଏ। ତାହା ନଦୀରେ ପଡ଼ିଯାଇଥାଏ। ଦୁଇ ପାର୍ଶ୍ୱର ରସିକୁ ପୋଲର ଦୁଇ ପାର୍ଶ୍ୱର  ପଥର ସହ ବାନ୍ଧି ଦିଆଯାଇଥାଏ। ଏହାକୁ ତିଆରି କରିବା ପାଇଁ ପୂରା ଦିନ ଲାଗିଯାଏ।

publive-image

ପୋଲ ତିଆରି କରିବାର ପୁରା ପ୍ରକ୍ରୀୟାରେ ଆଧୁନିକ ଜିନିଷର ବ୍ୟବହାର କରାଯାଏ ନାହିଁ। ଏଥିରେ କେବଳ  ଲୋକଙ୍କ ଶ୍ରମ ଆବଶ୍ୟକତା  ପଡିଥାଏ ।