ବୃଥା ଯାଏନା ପରିଶ୍ରମ: ୨ ଟଙ୍କା ମଜୁରୀରୁ ୫୦୦ କୋଟିର ମାଲିକାଣୀ, ପଢ଼ନ୍ତୁ ପଦ୍ମଶ୍ରୀ କଳ୍ପନା ସରୋଜଙ୍କ ସଫଳତାର କାହାଣୀ

କୁହାଯାଏ ପରିଶ୍ରମର ଫଳ କେବେ ବୃଥା ଯାଏନା। କୌଣସି କାର୍ଯ୍ୟକୁ ନିଷ୍ଠାର ସହ କଲେ ଭଗବାନ ବି ଡାକ ଶୁଣନ୍ତି। ଦୃଢ଼ ନିଷ୍ଠାଶକ୍ତି ଓ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ଏ କଥା ପ୍ରମାଣ କରି ଦେଖାଇଛନ୍ତି କମାନି ଟ୍ୟୁବ୍ସ କମ୍ପାନୀର ମାଲିକାଣୀ କଳ୍ପନା ସୋରୋଜ। ଦିନେ ଦୈନିକ ଦୁଇଟଙ୍କା ମଜୁରୀରେ ପେଟ ପୋଷୁଥିବା କଳ୍ପନା ଆଜି କୋଟି କୋଟି ଟଙ୍କାର ମାଲିକାଣୀ। ତାଙ୍କର ଏହି ସଫଳତାର କାହାଣୀ ଜାଣିଲେ ଆପଣ ବି ପ୍ରଶଂସା ନ […]

kalpana-saroj

Rakesh Mallick
  • Published: Friday, 28 July 2017
  • , Updated: 28 July 2017, 10:14 PM IST

କୁହାଯାଏ ପରିଶ୍ରମର ଫଳ କେବେ ବୃଥା ଯାଏନା। କୌଣସି କାର୍ଯ୍ୟକୁ ନିଷ୍ଠାର ସହ କଲେ ଭଗବାନ ବି ଡାକ ଶୁଣନ୍ତି। ଦୃଢ଼ ନିଷ୍ଠାଶକ୍ତି ଓ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ଏ କଥା ପ୍ରମାଣ କରି ଦେଖାଇଛନ୍ତି କମାନି ଟ୍ୟୁବ୍ସ କମ୍ପାନୀର ମାଲିକାଣୀ କଳ୍ପନା ସୋରୋଜ। ଦିନେ ଦୈନିକ ଦୁଇଟଙ୍କା ମଜୁରୀରେ ପେଟ ପୋଷୁଥିବା କଳ୍ପନା ଆଜି କୋଟି କୋଟି ଟଙ୍କାର ମାଲିକାଣୀ। ତାଙ୍କର ଏହି ସଫଳତାର କାହାଣୀ ଜାଣିଲେ ଆପଣ ବି ପ୍ରଶଂସା ନ କରି ରହିପାରିବେନି।

ମହାରାଷ୍ଟ୍ରର ରୂପରଖେଡ଼ା ଗାଁରେ ଏକ ଦଳିତ ପରିବାରରେ ଜନ୍ମ ହୋଇଥିଲେ କଳ୍ପନା। ବାପା ଥିଲେ ୩୦୦ ଟଙ୍କା ବେତନ ପାଉଥିବା ଜଣେ ପୋଲିସ ହାବିଲଦାର। ଗାଁ’ର ସରକାରୀ ସ୍କୁଲରେ ପାଠ ପଢୁଥିଲେ କଳ୍ପନା। ଭଲ ପାଠ ପଢୁଥିଲେ ବି ଦଳିତ ପରିବାରେ ଜନ୍ମ ହୋଇଥିବାରୁ ତାଙ୍କୁ ସ୍କୁଲରେ ଜାତିଆଣ ମନୋଭାବର ଶିକାର ହେବାକୁ ପଡ଼ିଥିଲା। ସେ ଯେଉଁ ପରିବେଶର ରହୁଥିଲେ ସେଠାରେ ଝିଅମାନଙ୍କୁ ପରିବାରର ବୋଝ ବୋଲି ବିଚାର କରା ଯାଉଥିଲା। ସେଥିପାଇଁ ତାଙ୍କ ବାପା ମାତ୍ର ୧୨ ବର୍ଷ ବୟସରେ କଳ୍ପନାଙ୍କ ବାହାଘର କରି ଦେଇଥିଲେ। ତାଙ୍କଠାରୁ ତାଙ୍କ ସ୍ୱାମୀ ଥିଲେ ବୟସରେ ଅନେକ ବଡ଼। ଦୁନିଆ କ’ଣ ଜାଣି ନଥିବା କଳ୍ପନା ସ୍ୱାମୀ, ଶାଶୂ, ଶ୍ୱଶୂର ଓ ପରିବାର ଭିତରେ ଛନ୍ଦି ହୋଇ ପଡୁଥିଲେ। ଏଥିପାଇଁ ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ଅକଥନୀୟ ଅତ୍ୟାଚାର ସହିବାକୁ ପଡୁଥିଲା।

ଝିଅ ଉପରେ ହେଉଥିବା ଅତ୍ୟାଚାରୁକୁ ସହି ନପାରି କଳ୍ପନାଙ୍କୁ ଘରକୁ ନେଇ ଆସିଥିଲେ ତାଙ୍କ ବାପା। ହେଲେ ସେଠି ବି ତାଙ୍କୁ ନିସ୍ତାର ମିଳି ନଥିଲା। ଶାଶୂଘର ଛାଡ଼ି ବାପଘରେ ରହୁଥିବାରୁ ପ୍ରତିଦିନ ତାଙ୍କୁ ସମାଜର ଟାହି ଟାପରା ସହିବାକୁ ପଡୁଥିଲା। ଏଥିରେ ଅତିଷ୍ଠ ହୋଇ ଶେଷରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ କଳ୍ପନା। ବାପା ଠିକ୍ ସମୟରେ ଡାକ୍ତରଖାନା ନେଇଯିବାରୁ ଅଳ୍ପକେ ବଞ୍ଚି ଯାଇଥିଲେ। ଏହି ଘଟଣା ପରେ ତାଙ୍କ ଜୀବନରେ ନୂଆ ମୋଡ଼ ଆସିଥିଲା। ୧୬ ବର୍ଷ ବୟସରେ ଘର ଛାଡ଼ି ମୁମ୍ବାଇରେ ରହୁଥିବା କକାଙ୍କ ପାଖକୁ ଚିଲି ଆସିଥିଲେ କଳ୍ପନା। ଟେଲରିଂ ଶିଖିଥିବାରୁ ତାଙ୍କ କକା ତାଙ୍କୁ ନେଇ ଏକ କପଡା ମିଲରେ ରଖେଇ ଦେଲେ। ସେଠାରେ ଦିନକୁ ଦୁଇ ଟଙ୍କା ମଜୁରୀରେ କାମ କଲେ କଳ୍ପନା। ପରେ ଏକ ଗାର୍ମେଣ୍ଟ କମ୍ପାନୀରେ କାମ ଆରମ୍ଭ କଲେ। କିନ୍ତୁ ଏତିକି ବେଳେ ଏକ ଅଜଣା ରୋଗରେ ତାଙ୍କ ଭଉଣୀଙ୍କର ମୃତ୍ୟୁ ହୋଇଯିବାରୁ କଳ୍ପନା ଭାଙ୍ଗି ପଡ଼ିଲେ। ତଥାପି ହାରି ନଥିଲେ, ଦିନରାତି ପରିଶ୍ରମ କରୁଥିଲେ। ଶେଷରେ ବ୍ୟବସାୟ କରିବାକୁ ନିଷ୍ପତ୍ତି ନେଲେ। ପଚାଶ ହଜାର ଟଙ୍କା ଲୋନ୍ ନେଇ ଆରମ୍ଭ କରିଦେଲେ ଫର୍ଣ୍ଣିଚର ବ୍ୟବସାୟ। ଧୀରେ ଧୀରେ ବ୍ୟବସାୟ ବଢ଼ିବାରେ ଲାଗିଲା। ଏଥିସହ ସେ ବ୍ୟବସାୟର ଅନ୍ୟ କ୍ଷେତ୍ରରେ ପଶିଲେ ଓ ସଫଳ ହେଲେ। ଶେଷରେ କମାନି ଟ୍ୟୁବ୍ସ କମ୍ପାନୀ ନାମକ କମ୍ପାନୀକୁ ଟେକ୍ ଓଭର କରି ତାକୁ ଲାଭଜନକ ସ୍ଥିତିକୁ ଆଣିଲେ।

ଦୁଇ ଟଙ୍କା ମଜୁରୀରୁ ଏବେ କଳ୍ପନା ୫୦୦ କୋଟି ଟଙ୍କାର ମାଲିକାଣୀ। ସେ ଦେଶର ଜଣେ ସଫଳ ମହିଳା ଉଦ୍ୟୋଗୀ। ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ବି ପ୍ରଦାନ କରିଛନ୍ତି।

Related story