କେବେ ଚେତିବ ପ୍ରଶାସନ; ବିପଦସଙ୍କୁଳ ଅବସ୍ଥାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ

ଖୋର୍ଦ୍ଧା(ବଳରାମ ଲେଙ୍କା): ସ୍କୁଲ ପରିସର ଭଗ୍ନ ସ୍ତୁପରେ ପରିଣତ ହୋଇଛି।  ଅନେକ ଶ୍ରେଣୀଗୃହର ଆଜବେଷ୍ଟସ୍ ଉଡ଼ିଯାଇଛି। ଆଉ ଯାହା କିଛି ଅଛି ଭଗ୍ନ ଅବସ୍ଥାରେ, କେତେବେଳେ ଯେ ତଳକୁ ଖସିବ କହିହେବନି। ଏହି ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ସହର ଉପକଣ୍ଠରେ ଥିବା ତରତୁଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର। ଗତ ‘ଫୋନି’ ବାତ୍ୟାରେ ଏହି ସ୍କୁଲ କ୍ଷତିଗ୍ରସ୍ତ ହୋଇଥିଲା। ହେଲେ ବାତ୍ୟା  ‘ଫୋନି’କୁ ୬ମାସ ବିତିଥିଲେ ମଧ୍ୟ ସ୍କୁଲ ପରିସରରେ ଥିବା ଶ୍ରେଣୀ ଗୃହର ମରାମତି କରାଯାଇନାହିଁ। ଶ୍ରେଣୀ […]

khurdh

khurdh

Jyoshna Pradhan
  • Published: Monday, 21 October 2019
  • Updated: 21 October 2019, 10:17 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ସ୍କୁଲ ପରିସର ଭଗ୍ନ ସ୍ତୁପରେ ପରିଣତ ହୋଇଛି।  ଅନେକ ଶ୍ରେଣୀଗୃହର ଆଜବେଷ୍ଟସ୍ ଉଡ଼ିଯାଇଛି। ଆଉ ଯାହା କିଛି ଅଛି ଭଗ୍ନ ଅବସ୍ଥାରେ, କେତେବେଳେ ଯେ ତଳକୁ ଖସିବ କହିହେବନି। ଏହି ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ସହର ଉପକଣ୍ଠରେ ଥିବା ତରତୁଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର। ଗତ ‘ଫୋନି’ ବାତ୍ୟାରେ ଏହି ସ୍କୁଲ କ୍ଷତିଗ୍ରସ୍ତ ହୋଇଥିଲା। ହେଲେ ବାତ୍ୟା  ‘ଫୋନି’କୁ ୬ମାସ ବିତିଥିଲେ ମଧ୍ୟ ସ୍କୁଲ ପରିସରରେ ଥିବା ଶ୍ରେଣୀ ଗୃହର ମରାମତି କରାଯାଇନାହିଁ। ଶ୍ରେଣୀ ଗୃହର ଭଙ୍ଗା ଆଜବେଷ୍ଟସ୍ ଗୁଡ଼ିକ ଝୁଲି ରହିଛି। ଏଥିସହ ବିପଦସଙ୍କୁଳ କୋଠରୀ ନିକଟରେ ବୁଲୁଛନ୍ତି ଛୋଟ ଛୋଟ ପିଲା। କେତେବେଳେ କିଛି ଦୁର୍ଘଟଣାର ସମ୍ଭାବନା ଥିବା ସତ୍ତ୍ୱେ ସ୍କୁଲ କର୍ତ୍ତୃପକ୍ଷ ବେପରୁଆ ହୋଇ ରହିଛନ୍ତି।

ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢ଼ନ୍ତି। ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦୦ରୁ ଅଧିକ ହେବ। ହେଲେ ଏବେ ଛାତ ଥିବା ତିନୋଟି ଶ୍ରେଣୀ ଗୃହରେ ଚାଲିଛି ପାଠ ପଢ଼ା।

ଏନେଇ ଛାତ୍ରୀ ନର୍ଗିସ ଅଫ୍ରୁର କହିଛନ୍ତି,“ଆମ ସ୍କୁଲ ପୂର୍ବରୁ  ଭଲ ଥିଲା। ଫୋନି ବାତ୍ୟା ପରେ ସ୍କୁଲ ଭାଙ୍ଗି ଯାଇଛି। ଆଜବେଷ୍ଟସ୍ ଗୁଡ଼ିକ ଓହଳିକି ରହିଛି। ଆମେ ଚାହୁଁଛୁ ଭଙ୍ଗା ହୋଇ ଥିବା ଆଜବେଷ୍ଟସକୁ ବାହାର କରି ନୂଆ ଲଗାଯାଉ।”

ତରତୁଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଜେଶ୍ୱରୀ ରାଓ କହିଛନ୍ତି,“ସ୍କୁଲ ମରାମତି ପାଇଁ ପଞ୍ଚାୟତକୁ ଟଙ୍କା ଆସିଛି ବୋଲି ଆମେ ଶୁଣିଛୁ। ସ୍କୁଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ତେଣୁ ଆମେ ପିଲାମାନଙ୍କୁ ଜଗୁଛୁ। ସ୍କୁଲ ସମ୍ପର୍କରେ ଡିପିସି ପକ୍ଷରୁ ପଞ୍ଚାୟତକୁ ଲେଖିକି ଦିଆଯାଇଛି।”

କେବଳ ତରତୁଆ ପ୍ରାଥମିକ ବିଦ୍ୟାଳୟ ନୁହେଁ, ଏହି ଜିଲ୍ଲାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜାଗଳିପାଟଣାର ଶ୍ରେଣୀ ଗୃହର ମଧ୍ୟ ସମାନ ଅବସ୍ଥା। ଏଠି ମଧ୍ୟ ‘ଫୋନି’ ପ୍ରଭାବରେ ଶ୍ରେଣୀ ଗୃହ ଭାଙ୍ଗିରୁଜି ଯାଇଛି। ଶ୍ରେଣୀ ଗୃହରେ ଭଙ୍ଗା ଆଜବେଷ୍ଟ ସାଙ୍ଗକୁ ଉଇ ଲାଗିଥିବା ବଡ଼ ବଡ଼ କାଠ ଝୁଲି ରହିଛି। ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଚିନ୍ତିତ ଥିବା ଭଳି ମନେ ହେଉ ନଥିବା ବେଳେ ଅଭିଭାବକମାନେ କିନ୍ତୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ରହିଛି। ଏଠାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୧୧୦ ହେବେ। ଛାତ ଥିବା ୪ଟି ଶ୍ରେଣୀ ଗୃହରେ ଏବେ ଚାଲିଛି  ପାଠପଢ଼ା।

ଜାଗୁଳେଇପାଟଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ସାହୁ କହିଛନ୍ତି, “ଆମ ସ୍କୁଲରେ ଏବେ ପିଲା ସଂଖ୍ୟା କମ୍ ଅଛନ୍ତି। ଯେଉଁଠି ପିଲା ସଂଖ୍ୟା ଅଧିକ ଅଛି ସେହି ସ୍କୁଲର ମରାମତି ଆଗ ହେଉଛି। ସ୍କୁଲର ଅବସ୍ଥାକୁ ଦେଖି ପିଲାଙ୍କୁ ଠିକ୍ ଭାବେ ଜଗାରଖା କରୁଛୁ।”

ଅଭିଭାବକ ରାମଚନ୍ଦ୍ର ପ୍ରଧାନ କହିଛନ୍ତି,“ସ୍କୁଲର ଆଜବେଷ୍ଟସ୍‌ ଫାଟି ଓହଳିକି ରହିଛି। କାନ୍ଥ ମଧ୍ୟ ଭୁଶୁଡ଼ିକି ରହିଛି। କେତେବେଳେ ଆଜବେଷ୍ଟସ୍‌ ଖସି ପଡ଼ିବ କହିହେବନି।”

ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବୃନ୍ଦାବନ ଶତପଥୀ କହିଛନ୍ତି,“ଫୋନି ପ୍ରଭାବରେ ସ୍କୁଲଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ସେତେବେଳେ ଯୁଦ୍ଧକାଳୀନ ଭିତ୍ତିରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ତା’ପରେ ବି ଅନ୍ୟ କୌଣସି ସ୍କୁଲର ମରାମତି ହୋଇ ପାରି ନାହିଁ । ଏବାବଦରେ ଆମେ ବାରମ୍ୱାର ପ୍ରଧାନଶିକ୍ଷକମାନଙ୍କୁ ସଚେତନ କରାଇଥିଲୁ। ତଥାପି କୌଣସି ସ୍କୁଲ୍‌ରେ ଅବ୍ୟବସ୍ଥା ରହିଥାଏ, ତୁରନ୍ତ ତାକୁ ସମାଧାନ କରିବାକୁ ଚେଷ୍ଟା କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story