ପୁଅର ଦିନକୁ ରୋଜଗାର ୩ କୋଟି, ବାପାମା’ ରହୁଛନ୍ତି ଦୁଇ ବଖରା ଘରେ

ଦୁନିଆର ସବୁଠାରୁ ବଡ ସର୍ଚ ଇଞ୍ଜିନ ଭାବେ ଜଣାଶୁଣା ଗୁଗଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇ ଗତ ବୁଧବାର ତାଙ୍କର ୪୫ ତମ ଜନ୍ମଦିନ ପାଳନ କରିଛନ୍ତି। ୧୯୭୨ ମସିହା ଜୁଲାଇ ୧୨ ତାରିଖରେ ତାମିଲନାଡୁର ମଦୁରାଇରେ ଜନ୍ମ ହୋଇଥିଲେ। ତାଙ୍କର ପ୍ରାରମ୍ଭିକ ପାଠପଢ଼ା ଚେନ୍ନାଇରେ ସଂପନ୍ନ ହୋଥିଲା। ସେ ଆଇଆଇଟି ଖଡ଼ଗପୁରରେ ତାଙ୍କର ବିଟେକ୍ ଶିକ୍ଷା ଶେଷ କରିଥିଲେ। ଏହା ପରେ ପଢ଼ିବା ପାଇଁ ଆମେରିକା ଚାଲି ଯାଇଥିଲେ। ପିଚାଇ ହେଉଛି ଜଣେ […]

sundarpichai

Rakesh Mallick
  • Published: Wednesday, 19 July 2017
  • , Updated: 19 July 2017, 02:04 PM IST

ଦୁନିଆର ସବୁଠାରୁ ବଡ ସର୍ଚ ଇଞ୍ଜିନ ଭାବେ ଜଣାଶୁଣା ଗୁଗଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇ ଗତ ବୁଧବାର ତାଙ୍କର ୪୫ ତମ ଜନ୍ମଦିନ ପାଳନ କରିଛନ୍ତି। ୧୯୭୨ ମସିହା ଜୁଲାଇ ୧୨ ତାରିଖରେ ତାମିଲନାଡୁର ମଦୁରାଇରେ ଜନ୍ମ ହୋଇଥିଲେ। ତାଙ୍କର ପ୍ରାରମ୍ଭିକ ପାଠପଢ଼ା ଚେନ୍ନାଇରେ ସଂପନ୍ନ ହୋଥିଲା। ସେ ଆଇଆଇଟି ଖଡ଼ଗପୁରରେ ତାଙ୍କର ବିଟେକ୍ ଶିକ୍ଷା ଶେଷ କରିଥିଲେ। ଏହା ପରେ ପଢ଼ିବା ପାଇଁ ଆମେରିକା ଚାଲି ଯାଇଥିଲେ। ପିଚାଇ ହେଉଛି ଜଣେ ସେହି ଭାରତୀୟ ଯିଏ ଛୋଟ ଘରେ ବଢ଼ିଛନ୍ତି, କିନ୍ତୁ ନିଜ ସ୍ୱପ୍ନ ପୂରଣ କରିଛନ୍ତି। ତାଙ୍କର ଦୈନିକ ରୋଜଗାର ହେଉଛି ୩.୫୨ କୋଟି ଟଙ୍କା।

ସୁନ୍ଦର ପିଚାଇ ଯେତେବେଳେ ଚେନ୍ନାଇରେ ରହୁଥିଲେ ତାଙ୍କ ପରିବାର ପାଖରେ ଥିଲା ଏକ ନୀଳ ରଙ୍ଗର ଲ୍ୟାମ୍ବ୍ରୋଟା ସ୍କୁଟର। ପରିବାରର ଚାରି ଜଣ ଲୋକ ସେଥିରେ ଯାଉଥିଲେ। ବାପା ରଘୁନାଇ ଡ୍ରାଇଭ୍ କରୁଥିଲେ। ସୁନ୍ଦର ଆଗରେ ଛିଡ଼ା ହେଉଥିଲେ। ତାଙ୍କ ମା’ ସାନ ଭାଇକୁ ଧରି ପଛରେ ବସୁଥିଲେ। ସୁନ୍ଦର ଆମେରିକା ଯିବା ପରେ ଚେନ୍ନାଇରେ ତାଙ୍କ ବାପାମା’ଙ୍କ ପାଇଁ ଏକ ସୁନ୍ଦର ଫ୍ଲାଟ କିଣି ଦେଇଥିଲେ। କିନ୍ତୁ ସେମାନେ ସେଠାରେ ରହିବାକୁ ମନା କରି ଦେଇଥିଲେ। ସେମାନେ ଏବେବି ଚେନ୍ନାଇରେ ତାଙ୍କର ସେହି ପୁରୁଣା ଦୁଇ ବଖରା ଘରେ ରହୁଛନ୍ତି।

ସୁନ୍ଦର ପିଚାଇ ୨୦୧୫ରେ ଆମେରିକାର ବୁକାଲିନରେ ୪୪ କୋଟି ଦେଇ ଏକ ଘର କିଣି ଥିଲେ।

 

Related story