ଗାଁ ଲୋକଙ୍କ ନିଦ ହଜାଇ ଦେଇଛି ‘ସ୍ୱର୍ଣ୍ଣ’

ନୀଳଗିରି (ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ସ୍ୱର୍ଣ୍ଣ ନଈ କୂଳରେ ତୋଟାପଡ଼ା, ପୁନ୍ଦାଳ, ପୁରୁଖି, ଦୁବାଟି, ଡୁମଗଣ୍ଡିରା, ପଥରଗଡ଼, ବେଗୁନିଆ ଓ ନୈଚନପୁର ସମେତ ୨୦ ଊର୍ଦ୍ଧ୍ୱ ଗାଁ ରହିଛି। ଏ ନଈ ପାଣି ଗାଁରେ ପଶିଯିବାରୁ ସରକାର କୂଳରେ ପଥର ପ୍ୟାକିଂ କରିଥିଲେ। ହେଲେ ନିମ୍ନମାନର କାମ ଯୋଗୁ ମାତ୍ର ତିନି ମାସ ମଧ୍ୟରେ ଏହି ପଥରଗୁଡ଼ିକ ଖସି ପଡ଼ିଲାଣି ଓ ତା’ସହିତ ନଈ ପାଣି ପୁଣି କୂଳ ଖାଇବାରେ ଲାଗିଲାଣି। ଏମିତି ଦୃଶ୍ୟ ଦେଖିବାକୁ […]

7888000

Tapaswini Nayak
  • Published: Thursday, 24 October 2019
  • , Updated: 24 October 2019, 03:36 PM IST

ନୀଳଗିରି (ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ସ୍ୱର୍ଣ୍ଣ ନଈ କୂଳରେ ତୋଟାପଡ଼ା, ପୁନ୍ଦାଳ, ପୁରୁଖି, ଦୁବାଟି, ଡୁମଗଣ୍ଡିରା, ପଥରଗଡ଼, ବେଗୁନିଆ ଓ ନୈଚନପୁର ସମେତ ୨୦ ଊର୍ଦ୍ଧ୍ୱ ଗାଁ ରହିଛି। ଏ ନଈ ପାଣି ଗାଁରେ ପଶିଯିବାରୁ ସରକାର କୂଳରେ ପଥର ପ୍ୟାକିଂ କରିଥିଲେ। ହେଲେ ନିମ୍ନମାନର କାମ ଯୋଗୁ ମାତ୍ର ତିନି ମାସ ମଧ୍ୟରେ ଏହି ପଥରଗୁଡ଼ିକ ଖସି ପଡ଼ିଲାଣି ଓ ତା’ସହିତ ନଈ ପାଣି ପୁଣି କୂଳ ଖାଇବାରେ ଲାଗିଲାଣି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସ୍ୱର୍ଣ୍ଣ ନଈ କୂଳରେ ଥିବା ତୋଟାପଡ଼ା ଗାଁରେ।

ତୋଟାପଡ଼ା ଗାଁକୁ ଯେପରି ସ୍ୱର୍ଣ୍ଣ ନଈ ପାଣି ପଶି ନପାରିବ ସେଥିପାଇଁ କୂଳରେ ପଥର ପ୍ୟାକିଂ କରାଯାଇଥିଲା। ପଥର ପ୍ୟାକିଂ ହେବା ପରେ ଗାଁ ଲୋକେ ଭାରି ଖୁସି ହୋଇଯାଇଥିଲେ। ହେଲେ ସେମାନଙ୍କର ଏ ଖୁସି ଅଧିକ ଦିନ ରହିଲା ନାହିଁ। ତିନି ମାସ ନ ଯାଉଣୁ ସେମାନଙ୍କ ଖୁସି ଦୁଃଖରେ ପରିଣତ ହୋଇଗଲା। ନଈ କୂଳରେ ପ୍ୟାକିଂ ହୋଇଥିବା ପଥର ସବୁ ଖସିବାରେ ଲାଗିଲାଣି। ତା’ସହିତ ଧୀରେ ଧୀରେ ନଈ କୂଳ ଖାଇ ଗାଁ ଆଡ଼କୁ ମାଡ଼ି ଆସିଲାଣି। ଏନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ପୁଣି ଥରେ ପଥର ପ୍ୟାକିଂ କରିବାକୁ ସେମାନେ ଦାବି କରିଛନ୍ତି। ନିମ୍ନମାନର କାମ ଯୋଗୁ ତିନି ମାସ ମଧ୍ୟରେ ପଥର ଧୋଇ ହୋଇଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗାଁର ଗାୟତ୍ରୀ ନାମକ ଜଣେ ମହିଳା କହିଛନ୍ତି, “ନଦୀ ପାଖରେ ଆମ ଘର। ଗାଁରେ ନଦୀ ପାଣି ନ ପଶିବା ପାଇଁ ପଥର ପ୍ୟାକିଂ କରାଗଲା। ହେଲେ ନିମ୍ନମାନର କାମ ଯୋଗୁ ଏହା ଧୋଇ ଗଲାଣି। ନଈ କୂଳ ଖାଇ ଆମ ଗାଁ ଆଡୁ ମାଡ଼ି ଆସିଲାଣି।”

ସେହିପରି ରେଣୁକା ବାଳା ସାଂମନ୍ତରାୟ କହିଛନ୍ତି, “ପଥର ପ୍ୟାକିଂ କାମ ନିମ୍ନମାନର ହୋଇଥିବା ଯୋଗୁ ଆମ ଘରେ ନଦୀ ପାଣି ପଶୁଛି। ଆମେ ପରିବାର ନେଇ ରହିବୁ କେମିତି?”

ସେ ଆହୁରି କହିଛନ୍ତି, “ନଈରେ ବନ୍ୟା ପାଣି ଆସିଲେ ଭୟ ଲାଗୁଛି। ସେଥିପାଇଁ ଗାଁ ଛାଡି ଆମେ ବେଗୁନିଆ ଯାଇ ରହୁଛୁ।”

ଏହି ଅଭିଯୋଗ ସଂପର୍କରେ ନୀଳଗିରି ଉପଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, “ଏବିଷୟରେ ମୁଁ ତଦନ୍ତ କରିବି। ଏହି ଘଟଣାକୁ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ନିଆଯିବ। ତା’ସହିତ ଇରି ଗେସନ ଡିପାର୍ଟମେଣ୍ଟ ମାଧ୍ୟମରେ ଏହାର ସମାଧାନ କରାଯିବ।”

ଅନ୍ୟପକ୍ଷରେ ସରକାର ତୁରନ୍ତ ଏ ଦିଗ ପ୍ରତି ଧ୍ୟାନ ନ ଦେଲେ ଗ୍ରାମବାସୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

Related story