ମାତ୍ର ୧୪୫ ଟଙ୍କାରେ ଚଲାନ୍ତୁ ଦାମୀ କାର, ୯୦ ଟଙ୍କାରେ ସ୍କର୍ପିଓ

ଦାମୀ କାରଟିଏ ଦେଖିଲେ ମନରେ ଇଚ୍ଛା ହୁଏ କାରଟିକୁ ଚଳାଇ ଘେରାଏ ବୁଲି ଆସିବାକୁ। ଏପରି ଇଚ୍ଛା ପ୍ରାୟ ସମସ୍ତଙ୍କ ମନରେ ରହିଥାଏ। ପାଖରେ କାର ନଥିବାରୁ ମନର ଇଚ୍ଛା ମନରେ ହିଁ ରହିଯାଏ।  ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣ ଚାହିଁଲେ ମନପସନ୍ଦର କାରକୁ ଭଡ଼ା ସୂତ୍ରରେ ନେଇ ନିଜ ସ୍ୱପ୍ନ ସାକାର କରିପାରିବେ। ଭାରତର ଜୁମ କାର, ମାଇଲେଜ, ମାଇଁ ଚଏସ୍, କାର ଅନ ରେଣ୍ଟ ଭଳି କମ୍ପାନୀ ଗ୍ରାହକଙ୍କୁ ଏଭଳି ସେବା ଯୋଗାଇ […]

Mercedes-Benz-

Rakesh Mallick
  • Published: Saturday, 14 October 2017
  • , Updated: 14 October 2017, 05:44 PM IST

ଦାମୀ କାରଟିଏ ଦେଖିଲେ ମନରେ ଇଚ୍ଛା ହୁଏ କାରଟିକୁ ଚଳାଇ ଘେରାଏ ବୁଲି ଆସିବାକୁ। ଏପରି ଇଚ୍ଛା ପ୍ରାୟ ସମସ୍ତଙ୍କ ମନରେ ରହିଥାଏ। ପାଖରେ କାର ନଥିବାରୁ ମନର ଇଚ୍ଛା ମନରେ ହିଁ ରହିଯାଏ।  ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣ ଚାହିଁଲେ ମନପସନ୍ଦର କାରକୁ ଭଡ଼ା ସୂତ୍ରରେ ନେଇ ନିଜ ସ୍ୱପ୍ନ ସାକାର କରିପାରିବେ।

ଭାରତର ଜୁମ କାର, ମାଇଲେଜ, ମାଇଁ ଚଏସ୍, କାର ଅନ ରେଣ୍ଟ ଭଳି କମ୍ପାନୀ ଗ୍ରାହକଙ୍କୁ ଏଭଳି ସେବା ଯୋଗାଇ ଦେଉଛନ୍ତି। ଏହି ଅଫର ମାଧ୍ୟମରେ ଆପଣ BMW, Mercedes ଭଳି ଦାମୀ କାର ଠାରୁ ଆରମ୍ଭ କରି ସିଲେରିଓ ଫିଗୋ ଭଳି କାର ଚଳାଇ ପାରିବେ। ଏଥିପାଇଁ କିଲୋମିଟର , ଏବଂ ପ୍ରତିଘଣ୍ଟା ହିସାବରେ ଆପଣଙ୍କୁ ନିର୍ଦ୍ଦାରିତ ଭଡ଼ା ଦେବାକୁ ପଡ଼ିବ। ଏଥିରେ ଟ୍ୟାକ୍ସ, ଫୁଏଲ ଓ ଇନ୍‌ସୁରାନ୍ସ ପାଇଁ ମଧ୍ୟ ଭଡ଼ା ସାମିଲ୍ କରାଯାଇଥାଏ।

ଜୁମକାର ୱେବସାଇଟ୍‌ରେ ତିନୋଟି ବିଭାଗରେ ଯଥା- ଜୁମ ଲାଇଟ,ଜୁମ କ୍ଲାସିକି, ଜୁମ ଏକ୍ସେଲ୍ ଯଥାକ୍ରମେ ୫ କିମି ପ୍ରତିଘଣ୍ଟା,୧୦ କିମି ପ୍ରତିଘଣ୍ଟା, ୨୦ କିମି ପ୍ରତିଘଣ୍ଟା ହିସାବରେ ଗାଡ଼ି ଚଳାଇବାକୁ ଅଫର ଦିଆଯାଇଥାଏ। ନିର୍ଦ୍ଧାରିତ ସମୟରୁ ଅଧିକ ସମୟ ଧରି କାର ଚଳାଇଲେ ଅତିରିକ୍ତ ଭଡ଼ା ଦେବାକୁ ପଡ଼ିଥାଏ। କାର ଭଡ଼ାରେ ନେବା ବେଳେ ଏ ସମସ୍ତ ସୂଚନା ବିଷୟରେ ଅବଗତ କରାଇ ଦିଆଯିବ। ଏବେ ଆସନ୍ତୁ ଜାଣିବା କେଉଁ କାର ପାଇଁ କେତେ ଭଡ଼ା ଦେବାକୁ ପଡ଼ିବ।

ଜୁମକାର କମ୍ପାନୀରେ  ଆପଣଙ୍କୁ  Ecosport  ଓ , Scorpio କାର ପାଇଁ ୯୦, କ୍ରେଟା କାର ପାଇଁ ୧୦୦, Endeavor କାର ପାଇଁ ୨୧୦ ଟଙ୍କା ପ୍ରତି ଘଣ୍ଟା ହିସାବରେ ଦେବାକୁ ପଡ଼ିବ ସେହିଭଳି ମାଲେଜ କମ୍ପାନୀ Safari କାର ପାଇଁ ୧୪୫, Scorpio ପାଇଁ ୧୭୬, XUV-500 କାର ପାଇଁ ୧୮୪, Fortune କାର ପାଇଁ ୨୬୨ ଟଙ୍କା ପ୍ରତି ଘଣ୍ଟା ହିସାବରେ ଗାଡ଼ି ଚଳାଇବାକୁ ଅଫର ଦେଉଛି।

Related story