ବିଚିତ୍ର ବାହାଘର: କନ୍ୟା ପିନ୍ଧିଥିଲେ ୩ କିମି ଲମ୍ବର ଶାଢ଼ି, ଧରିଥିଲେ ଅଢେଇ ଶହ ଛାତ୍ରୀ

ଦୁନିଆରେ କଛି ନା କିଛି ଘଟଣା ସବୁବେଳେ ଘଟିଥାଏ। ସେଥିମଧ୍ୟରୁ କିଛି ସାମାନ୍ୟ ହୋଇଥିବା ବେଳେ ଆଉ କିଛି ଅସାଧରଣ ହୋଇଥାଏ। ଏମିତି ଏକ ଅସାଧାରଣ ବିବାହ ଉତ୍ସବ ଶ୍ରୀଙ୍କଲାରେ ଦେଖିବାକୁ ମିଳିଛି। ଯେଉଁଠି ଏକ ସରକାରୀ ସ୍କୁଲର ପାଖପାଖି ୨୫୦ ଜଣ ଛାତ୍ରୀ ୩.୨ କିଲୋମିଟରର ଏକ ଲମ୍ବା ଶାଢ଼ି ସମ୍ଭାଳିଛନ୍ତି। ଏହି ଶାଢୀକୁ ଜଣେ କନ୍ୟା ପିନ୍ଧିଥିଲେ। ଯିଏ ନିଜ ସ୍ୱାମୀଙ୍କ ସହ ଚାଲି ଚାଲି ଯିବା ସମୟରେ ଛାତ୍ରୀମାନେ ଲମ୍ବା ଶାଢ଼ିକୁ ଧରିଥିବା […]

Rakesh Mallick
  • Published: Monday, 25 September 2017
  • , Updated: 25 September 2017, 02:37 PM IST

ଦୁନିଆରେ କଛି ନା କିଛି ଘଟଣା ସବୁବେଳେ ଘଟିଥାଏ। ସେଥିମଧ୍ୟରୁ କିଛି ସାମାନ୍ୟ ହୋଇଥିବା ବେଳେ ଆଉ କିଛି ଅସାଧରଣ ହୋଇଥାଏ। ଏମିତି ଏକ ଅସାଧାରଣ ବିବାହ ଉତ୍ସବ ଶ୍ରୀଙ୍କଲାରେ ଦେଖିବାକୁ ମିଳିଛି। ଯେଉଁଠି ଏକ ସରକାରୀ ସ୍କୁଲର ପାଖପାଖି ୨୫୦ ଜଣ ଛାତ୍ରୀ ୩.୨ କିଲୋମିଟରର ଏକ ଲମ୍ବା ଶାଢ଼ି ସମ୍ଭାଳିଛନ୍ତି। ଏହି ଶାଢୀକୁ ଜଣେ କନ୍ୟା ପିନ୍ଧିଥିଲେ। ଯିଏ ନିଜ ସ୍ୱାମୀଙ୍କ ସହ ଚାଲି ଚାଲି ଯିବା ସମୟରେ ଛାତ୍ରୀମାନେ ଲମ୍ବା ଶାଢ଼ିକୁ ଧରିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାଟି ୱାକୟା କେଣ୍ଡିର ସେଣ୍ଟ୍ରାଲ ଜିଲ୍ଲାର ମେନ୍‌ରୋଡରେ ଘଟିଛି। ମିଡିଆ ରିପୋର୍ଟ ଅନୁସାରେ ଏଭଳି ଏକ ଅଦ୍ଭୁତ ବିବାହରେ ଏହି ୨୫୦ ଛାତ୍ରୀଙ୍କୁ ବାଦ୍‌ ଦେଲେ ଆହୁରି ୧୦୦ ଜଣ ଛାତ୍ରୀଙ୍କୁ ନିୟୋଜିତ କରାଯାଇଥିଲା। ଏହି ଛାତ୍ରୀମାନେ ଫ୍ଲାୱାର ଗର୍ଲ ଭାବେ ଛିଡା ହୋଇଥିଲେ।

୩.୨ କିଲୋମିଟର ଲମ୍ବା ଶାଢ଼ିକୁ ଧରିଥିବା ଏହି ଛାତ୍ରମାନେ କେଣ୍ଡି ସ୍ଥିତ ଏକ ସରକାରୀ ସ୍କୁଲର ଛାତ୍ରୀ। ଏହି ବିବାହ ଉତ୍ସବରେ ଶ୍ରୀଲଙ୍କାର କେନ୍ଦ୍ରୀୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ସାରଥ ଏକ୍କାୟକା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ବିବାହ ଉତ୍ସବରେ ସାମିଲ ହୋଇଥିବା ଛାତ୍ରୀଙ୍କ ସ୍କୁଲର ନାଁ ମୁଖ୍ୟମନ୍ତ୍ରୀଙ୍କ ନାମ ଅନୁସାରେ ରହିଥିବା ଜଣାପଡିଛି। ଛାତ୍ରୀଙ୍କୁ ଏକ ବିବାହ ଉତ୍ସବରେ ସାମିଲ କରି ଶାଢ଼ି ଧରାଇବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କିଛି କହିବା ବଦଳରେ ଶ୍ରୀଲଙ୍କାରେ କୌଣସି କନ୍ୟା ଏତେ ଲମ୍ବା ଶାଢ଼ି ପିନ୍ଧିଥିବାର ଏହା ପ୍ରଥମ ଘଟଣା ବୋଲି ପ୍ରକାଶ କରିଥିଲେ। ଯାହାକୁ ନେଇ ସେଠାରେ ରାଜନୀତି ସରଗରମ ହେବାରେ ଲାଗିଛି।

ଜାତୀୟ ଶିଶୁ ସଂରକ୍ଷଣ ପ୍ରାଧିକରଣ (ଏନ୍‌ସିପିଏ) ପକ୍ଷରୁ କୁହାଯାଇଛି, ଘଟଣାର ଯାଞ୍ଚ କରାଯାଉଛି। ଏନ୍‌ସିପିଏ ଅଧ୍ୟକ୍ଷ ମାରିନି ଡି ଲିୱାରା କହିଛନ୍ତି, ଏପରି ବିବାହ କୌଣସି ଟ୍ରେଣ୍ଡରେ ପରିଣତ ହେଉ ଆମେ ତାହା ଚାହୁଁନାହୁଁ। ସ୍କୁଲ ଛାତ୍ରୀଙ୍କୁ ଘଣ୍ଟା ଘଣ୍ଟା ଧରି କୌଣସି କାର୍ଯ୍ୟକ୍ରମରେ ସାମିଲ କରିବା ଏକ ଅପରାଧ। ଦୋଷ ସାବ୍ୟସ୍ତ ହେଲେ ଦୋଷୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ହୋଇପାରେ।

Related story