ଶାନ୍ତି ସନ୍ଧାନରେ ‘ମହାଭାରତ’ର ଶ୍ରୀକୃଷ୍ଣ

ନୂଆଦିଲ୍ଲୀ: ସେ ମହାଭାରତ ହେଉ କି ଓମ ନମଃ ଶିବାୟ॥ ପୌରାଣିକ କଥାବସ୍ତୁକୁ ନେଇ ତିଆରି ହୋଇଥିବା ଧାରାବାହିକରେ ତାଙ୍କର ଅଭିନୟ ଥିଲା ବେଶ ଚମତ୍କାର। ସବୁଥିରେ ସେ ମୁଖ୍ୟ ଭୂମିକାରେ ଆସୁଥିଲେ। ମହାଭାରତ ସିରିଏଲରେ ଶ୍ରୀକୃଷ୍ଣଙ୍କ ଅଭିନୟ ଏତେ ବଳିଷ୍ଟ ଥିଲା ଯେ, ଦର୍ଶକଙ୍କ ପାଇଁ ଭଗବାନ ପାଲଟିଯାଇଥିଲେ। ହେଲେ କାଲି ଯିଏ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ଇଶ୍ୱର ସାଜିଥିଲେ ଆଜି ସେ ଅଖୋଜା। ସମୟ ସୁଅରେ ରଙ୍ଗିନ ପରଦାରୁ ହଜିଯିବା ପରେ ସେ […]

Untitled-2

Rakesh Mallick
  • Published: Tuesday, 01 August 2017
  • , Updated: 01 August 2017, 10:19 PM IST

ନୂଆଦିଲ୍ଲୀ: ସେ ମହାଭାରତ ହେଉ କି ଓମ ନମଃ ଶିବାୟ॥ ପୌରାଣିକ କଥାବସ୍ତୁକୁ ନେଇ ତିଆରି ହୋଇଥିବା ଧାରାବାହିକରେ ତାଙ୍କର ଅଭିନୟ ଥିଲା ବେଶ ଚମତ୍କାର। ସବୁଥିରେ ସେ ମୁଖ୍ୟ ଭୂମିକାରେ ଆସୁଥିଲେ। ମହାଭାରତ ସିରିଏଲରେ ଶ୍ରୀକୃଷ୍ଣଙ୍କ ଅଭିନୟ ଏତେ ବଳିଷ୍ଟ ଥିଲା ଯେ, ଦର୍ଶକଙ୍କ ପାଇଁ ଭଗବାନ ପାଲଟିଯାଇଥିଲେ। ହେଲେ କାଲି ଯିଏ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ଇଶ୍ୱର ସାଜିଥିଲେ ଆଜି ସେ ଅଖୋଜା। ସମୟ ସୁଅରେ ରଙ୍ଗିନ ପରଦାରୁ ହଜିଯିବା ପରେ ସେ ନିଜକୁ ମାନବ ସେବାରେ ହଜେଇ ଦେଇଛନ୍ତି। ଆଉ ସେହି ମହାନ କଳାକାର ହେଉଛନ୍ତି  ସର୍ବଦମନ ଡି ବାନାର୍ଜୀ ।

ଅଭିନୟ ଦୁନିଆରୁ ସନ୍ନ୍ୟାସ  ନେଇଥିବା ସେହି କଳାକାର ଏବେ ଭିନ୍ନ ପଥରେ ପଥିକ। ଯେଉଁଠି ଲାଇଟ୍, ଆକ୍ସନ୍‌, କ୍ୟାମେରା କି କୋଳାହଳ ନାହିଁ। କେବଳ  ଶାନ୍ତି। ସର୍ବଦମନ ଡି ବାନାର୍ଜୀ ଦୀର୍ଘଦିନ ହେବ ଉତ୍ତରାଖଣ୍ଡରେ ଲୋକଙ୍କୁ ଯୋଗ ଶିକ୍ଷା ଦେଇ ଆସୁଛନ୍ତି। ପିଲା ବେଳରୁ ସର୍ବଦମନ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ। ତାଙ୍କୁ  ବିବେକାନନ୍ଦଙ୍କ ବ୍ୟକ୍ତିତ୍ୱ  ବେଶ ପ୍ରଭାବିତ କରିଥିଲା। ଆଉ ବିବେକାନନ୍ଦଙ୍କ ଭୂମିକାରେ ଅଭିନୟ କରିବା ତାଙ୍କର ଡ୍ରିମ୍‌ ପ୍ରୋଜେକ୍ଟ ଥିଲା। ତେବେ ପୌରାଣିକ ଚରିତ୍ରରେ ଶ୍ରୀକୃଷ୍ଣଙ୍କ ଅବତାର ତାଙ୍କୁ ବେଶ ପରିଚୟ ଦେଇଥିଲା। ସେହିପରି ଅର୍ଜୁନ, ଜୟ ଗଙ୍ଗା ମାୟା, ଓମଃ ନମ ଶିବାୟ ସିରିଏଲରେ ସେ ଅଭିନୟ କରିଛନ୍ତି।  କେବଳ ସେତିକନି ନୁହେଁ  ସ୍ୱାମୀ ବିବେକାନନ୍ଦ ଏବଂ ଆଦି ଶଙ୍କରାଚାର୍ଯ୍ୟ ଭଳି ଧାର୍ମିକ ସିନେମାରେ ସେ ନିଜ ଯାଦୁ ଦେଖାଇ ଜାତୀୟ ଚଳଚ୍ଚିତ୍ର ପୁରସ୍କାର  ପାଇଛନ୍ତି।

ତେବେ ହଠାତ୍ ସେ ଅଭିନୟ ଜଗତରୁ ବିଦାୟ ନେଇଯାଇଥିଲେ। ଆଉ ଶାନ୍ତିର ସନ୍ଧାନରେ ବାହାରିପଡ଼ିଥିଲେ। ସର୍ବଦମନ ଡି ବାନାର୍ଜୀ ଏବେ ଉତ୍ତରାଖଣ୍ଡର ଋସିକେଶରେ ଅବସ୍ଥାନ କରୁଛନ୍ତି।  ଯେଉଁଠି ସେ ଏକ ଯୋଗାଶ୍ରମ ଖୋଲି ଲୋକମାନଙ୍କୁ ଯୋଗ ବିଦ୍ୟା ଶିଖାଉଛନ୍ତି। ଏଥିସହ ସେ ‘ପଙ୍ଖ’ ନାମକ ଏକ ଏନଜିଓ ସଂସ୍ଥା ସହ ଯୋଡ଼ି ହୋଇଯାଇଛନ୍ତି।  ଏହି ଏନ୍‌ଜିଓ ଉତ୍ତରାଖଣ୍ଡର ୨୦୦ ବସ୍ତି ପିଲାମାନଙ୍କୁ ମାଗଣା ଶିକ୍ଷା ଦେଉଛି। ଅଭିନୟ ଜଗତରୁ ସେ କାହିଁକି ଦୂରେଇଗଲେ ବୋଲି ସର୍ବଦମନଙ୍କୁ ପଚରାଯିବାରୁ ତାଙ୍କ ଉତ୍ତର ବେଶ ସ୍ପଷ୍ଟ ଥିଲା।  କହିଥିଲେ ମଣିଷ ଜୀବନରେ ସବୁଥିରେ ମନ ଭରିଗଲେ  ଶେଷରେ ସେ ଶାନ୍ତିର ପଥ ଅନ୍ୱେଶଣରେ ବାହାରିପଡ଼େ। ଯେଉଁ ରାସ୍ତାରେ ସେ ଏବେ ଜଣେ ପଥିକ । ମଣିଷ ସେବାରେ ତାଙ୍କୁ ବେଶ ଆନନ୍ଦ ମିଳୁଛି ବୋଲି ସେ କହିଛନ୍ତି।

Related story