Advertisment

କଳ୍ପନା କହିଲେ ସେହି କାଳ ରାତିର କାହାଣୀ, ସବୁ କିଛି ଲୁଟି ନେଲା ୯୯ ବାତ୍ୟା

କୋଣାର୍କ(ସଞ୍ଜୟ ପତି): ୧୯୯୯ ମହାବାତ୍ୟାରେ ଉଜୁଡି ଯାଇଥିଲା ପୂରା ଗାଁ। ଆଖି ଆଗରେ ଭାସିଯାଇଥିଲା ପୂରା ପରିବାର। ସମୁଦ୍ରର ଉଚ୍ଚ ଢେଉରେ ନିଜେ ଭାସି ଯାଇ ଗଛରେ ଲାଖି ଯାଇଥିଲେ କଳ୍ପନା ବେହେରା। ଦୁଇଦିନ ପରେ ପାଇଥିଲେ ନୂଆ ଜୀବନ। ମହାବାତ୍ୟାରେ ପୂରା ପରିବାର ହରାଇ ୨୨ ବର୍ଷ ହେଲା  ନିଃସଙ୍ଗ ଜୀବନ କାଟୁଛନ୍ତି କଳ୍ପନା ମାଉସୀ। ପୁରୀ ଜିଲ୍ଲା ଅସ୍ତରଙ୍ଗ ମଧୁପୁରୁ ଗାଁର କଳ୍ପନା ବେହେରା। ପରିବାରରେ ଥିଲେ ସ୍ୱାମୀ ବୁଦ୍ଧେଶ୍ୱର, ଶ୍ୱଶୁର, ଦୁଇବର୍ଷର ଝିଅ, […]

ଅଦ୍ୟତନ ହୋଇଛି
କଳ୍ପନା କହିଲେ ସେହି କାଳ ରାତିର କାହାଣୀ, ସବୁ କିଛି ଲୁଟି ନେଲା ୯୯ ବାତ୍ୟା

Kalpana

Advertisment

କୋଣାର୍କ(ସଞ୍ଜୟ ପତି): ୧୯୯୯ ମହାବାତ୍ୟାରେ ଉଜୁଡି ଯାଇଥିଲା ପୂରା ଗାଁ। ଆଖି ଆଗରେ ଭାସିଯାଇଥିଲା ପୂରା ପରିବାର। ସମୁଦ୍ରର ଉଚ୍ଚ ଢେଉରେ ନିଜେ ଭାସି ଯାଇ ଗଛରେ ଲାଖି ଯାଇଥିଲେ କଳ୍ପନା ବେହେରା। ଦୁଇଦିନ ପରେ ପାଇଥିଲେ ନୂଆ ଜୀବନ। ମହାବାତ୍ୟାରେ ପୂରା ପରିବାର ହରାଇ ୨୨ ବର୍ଷ ହେଲା  ନିଃସଙ୍ଗ ଜୀବନ କାଟୁଛନ୍ତି କଳ୍ପନା ମାଉସୀ।

Advertisment

ପୁରୀ ଜିଲ୍ଲା ଅସ୍ତରଙ୍ଗ ମଧୁପୁରୁ ଗାଁର କଳ୍ପନା ବେହେରା। ପରିବାରରେ ଥିଲେ ସ୍ୱାମୀ ବୁଦ୍ଧେଶ୍ୱର, ଶ୍ୱଶୁର, ଦୁଇବର୍ଷର ଝିଅ, ଆଠ ମାସର ପୁଅ, ଦେଢଶୁର, ଯାଆ ଓ ପୁତୁରା। ମାଛ ମାରି ଗାଈ ଗୋରୁ ରଖି ଜୀବିକା ନିର୍ବାହ କରୁଥିଲେ। କିନ୍ତୁ ୧୯୯୯ ମସିହା  ଅକ୍ଟୋବର ୨୯ ତାରିଖର ସେହି କାଳ ରାତି ପରେ ସବୁ ଓଲଟପାଲଟ ହୋଇଯାଇଥିଲା। ସେହି ରାତିରେ ପ୍ରବଳ ବର୍ଷା ହେଲା। ପରେ ପ୍ରବଳ ବେଗରେ ପବନ ବୋହିଲା। ସମସ୍ତେ ବିଚଳିତ ହୋଇଥିଲେ- ବର୍ଷା ଓ ପବନ ହେଉଛି କଣ କରିବା? ସେହି ଚିନ୍ତାରେ ରାତିରେ ଅନିଦ୍ରା ରହିଥିଲେ। କଳ୍ପନାଙ୍କ କୁନି ପୁଅ ଓ ଝିଅ କିଛି ବୁଝି ପାରୁନଥିଲେ। ଧୀରେ ଧୀରେ ପବନର ବେଗ ବଢ଼ିଥିଲା। ଭୟଙ୍କର ଗର୍ଜନ କରୁଥିଲା ସମୁଦ୍ର। ରାତିରେ ଜୀବନ ବିକଳରେ ଘର ଛାଡ଼ିବା ପାଇଁ ସମସ୍ତେ ନିଷ୍ପତ୍ତି ନେଇଥିଲେ। ହେଲେ ସମ୍ଭବ ହେଲା ନାହିଁ। ଅତି କଷ୍ଟରେ ରାତି ବିତିଗଲା।

ସକାଳ ସ୍ଥିତି ଆହୁରି ଭୟଙ୍କର ହେଲା। ସମସ୍ତେ ଡଙ୍ଗାରେ ପଳାଇବାକୁ ଚେଷ୍ଟା କରୁଥିଲେ। ହଠାତ୍‌ ତାଳଗଛ ଉଚ୍ଚର ଜୁଆଡ଼ ମାଡି ଆସିଲା। ଆଉ ଡଙ୍ଗାଟି ଓଲଟି ପଡ଼ିଲା। ସମସ୍ତେ ସେହି ପାଣିରେ ଭାସିଗଲେ। ସ୍ୱାମୀ, ପୁଅ, ଝିଅ, ଦେଢ଼ଶୁର, ଯାଆ, ପୁତୁରା ଓ ଶ୍ୱଶୁର ସମସ୍ତେ ସମୁଦ୍ର ପାଣିରେ ଭାସିଗଲେ। କଳ୍ପନା ମଧ୍ୟ ଭାସି ଯାଇଥିଲେ। କିନ୍ତୁ ସେ ଭାସି ଯାଇ ଗୋଟିଏ ଗଛରେ ଅଟକି ରହିଥିଲେ। ଦୁଇ ଦିନ ପରେ ତାଙ୍କୁ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଦଳ। ସେତେବେଳେ ତାଙ୍କର ଚେତା ନଥିଲା। ଚେତା ଫେରିଲା ବେଳକୁ ନିଜକୁ ମେଡିକାଲ୍‌ ବେଡ୍‌ରେ ପାଇଥିଲେ।

Advertisment

ମହାବାତ୍ୟାର ଆଁ’ରୁ ଜୀବନ ପାଇବା ପରେ ପରିବାର ଓ ଆତ୍ମୀୟୟସ୍ୱଜନକୁ ଖୋଜିଥିଲେ କଳ୍ପନା। ହେଲେ କାହାକୁ ପାଇନଥିଲେ। ସ୍ୱାମୀ, ପୁଅ, ଝିଅ, ଦେଢ଼ଶୁର, ଯାଆ, ପୁତୁରା ଓ ଶ୍ୱଶୁରଙ୍କ ଖୋଜଖବର ପାଇ ନଥିଲେ। ସାହି ପଡ଼ିଶାଙ୍କର ମଧ୍ୟ ଦେଖା ମିଳି ନଥିଲା। ମାଟିରେ ମିଶି ଯାଇଥିଲା ପୂରା ଗାଁ। ତାଙ୍କ ଝାଟି ମାଟିର କୁଡ଼ିଆଟି ନିଶ୍ଚିହ୍ନ ହୋଇଯାଇଥିଲା। ଖୋଲା ଆକାଶ ତଳେ ପୁଣି ଥରେ ନୂଆ ଜୀବନ ଆରମ୍ଭ କରିଥିଲେ କଳ୍ପନା। ଗଢ଼ିଥିଲେ ଆଉ ଏକ ଝାଟିମାଟି ଘର।

ପ୍ରତିବର୍ଷ ଅକ୍ଟୋବର ମାସ ଆସିଲେ କଳ୍ପନା ମାଉସୀଙ୍କର ମନେ ପଡେ ମହାବାତ୍ୟାର ସେହି କରାଳ ରୂପ। ଆଉ ନିଶବ୍ଦ ରାତିରେ ସମୁଦ୍ରର ସେହି ଭୟଙ୍କର ଶବ୍ଦ ଆଜି ବି ତାଙ୍କ କାନ ଓ ମନ ଭିତରେ ଗୁଞ୍ଜରିତ ହୋଇଉଠେ। ୨୯ ତାରିଖରେ ଅଥୟ ହୋଇପଡ଼ନ୍ତି କଳ୍ପନା ମାଉସୀ। ରାତିରେ ତାଙ୍କର ନିଦ ହୁଏ ନାହିଁ। ୨୨ ବର୍ଷର ନିଃସଙ୍ଗ ଜୀବନରେ ଏକ ପୋଷା କୁକୁର ଓ ଗାଈ ତାଙ୍କର ସାଥୀ ପାଲଟିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe