Advertisment

୮ବର୍ଷ ହେଲା ସରୁନି ପୋଲ କାମ, ଟ୍ରାନ୍ସଫର୍ମର ବସିବାର ୧୦ ବର୍ଷ ପରେ ବି ଆସିନି ଲାଇନ୍‌

ରେଢାଖୋଲ (ରମାକନ୍ତ ମହାନନ୍ଦ): ସରକାରୀ ଅବହେଳା ଓ ଉଦାସୀନତାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍‌ ଅନ୍ତର୍ଗତ ଚାରମାଳ ପଞ୍ଚାୟତର ଜାମୁଛାଟ ଓ ମୁଚିବାହାଲ ପଞ୍ଚାୟତର ବାଗଦୁଲ ଗାଁରେ। ଗୋଟିଏ ଗାଁରେ ୮ ବର୍ଷ ହେଲା ପୋଲ କାମ ସରୁ ନଥିବା ବେଳେ ଆଉ ଗୋଟିଏ ଗାଁରେ ୧୦ ବର୍ଷ ହେଲାଣି ଟ୍ରାନ୍ସଫର୍ମର ବସିଛି, କିନ୍ତୁ ବିଦ୍ୟୁତ୍ ସଂଯୋଗ ହୋଇନାହିଁ। ଜାମୁଛାଟ ଗାଁକୁ ଭଲ ରାସ୍ତାଟି ନାହିଁ। ମୁଖ୍ୟ ରାସ୍ତାକୁ ଯିବା ପୂର୍ବରୁ […]

ଅଦ୍ୟତନ ହୋଇଛି
୮ବର୍ଷ ହେଲା ସରୁନି ପୋଲ କାମ, ଟ୍ରାନ୍ସଫର୍ମର ବସିବାର ୧୦ ବର୍ଷ ପରେ ବି ଆସିନି ଲାଇନ୍‌

Redhakhol

Advertisment

ରେଢାଖୋଲ (ରମାକନ୍ତ ମହାନନ୍ଦ): ସରକାରୀ ଅବହେଳା ଓ ଉଦାସୀନତାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍‌ ଅନ୍ତର୍ଗତ ଚାରମାଳ ପଞ୍ଚାୟତର ଜାମୁଛାଟ ଓ ମୁଚିବାହାଲ ପଞ୍ଚାୟତର ବାଗଦୁଲ ଗାଁରେ। ଗୋଟିଏ ଗାଁରେ ୮ ବର୍ଷ ହେଲା ପୋଲ କାମ ସରୁ ନଥିବା ବେଳେ ଆଉ ଗୋଟିଏ ଗାଁରେ ୧୦ ବର୍ଷ ହେଲାଣି ଟ୍ରାନ୍ସଫର୍ମର ବସିଛି, କିନ୍ତୁ ବିଦ୍ୟୁତ୍ ସଂଯୋଗ ହୋଇନାହିଁ।

Advertisment

ଜାମୁଛାଟ ଗାଁକୁ ଭଲ ରାସ୍ତାଟି ନାହିଁ। ମୁଖ୍ୟ ରାସ୍ତାକୁ ଯିବା ପୂର୍ବରୁ ଗ୍ରାମବାସୀଙ୍କୁ ସୁରୁବାଲି ନାଳ ପାର ହେବାକୁ ପଡ଼େ। ହେଲେ ଏହି ନାଳ ଉପରେ ପୋଲଟିଏ ନାହିଁ। ୮ ବର୍ଷ ତଳେ ଏଠାରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ତାହା ଶେଷ ହୋଇ ପାରିଲାନି। ପୋଲ କାମ ଅଧାରେ ଅଟକି ଯାଇଛି। ଫଳରେ ଗ୍ରାମବାସୀ  ବିପଦସଙ୍କୁଳ ଅବସ୍ଥାରେ ନାଳ ଦେଇ ଯିବା ଆସିବା କରୁଛନ୍ତି।

[caption id="attachment_709615" align="aligncenter" width="650"]redhakhol ଆଠ ବର୍ଷ ହେବ ପୋଲ ନିର୍ମାଣ କାମ ଅଧ ଖଣ୍ଡିଆ ହୋଇ ପଡ଼ିଛି[/caption]

Advertisment

ଏହି ଗାଁରେ ବିଦ୍ୟୁତ୍ ସଂଯୋଗ ନାହିଁ। ବର୍ଷେ ତଳେ ଗାଁର କିଛି ଲୋକଙ୍କୁ ସୋଲାର ଲାଇଟ ଯୋଗାଇ ଦିଆଯାଇଥିଲା। କିନ୍ତୁ ଚାରିରୁ ପାଞ୍ଚ ମାସ ହେଲାଣି ତାହା ଅଚଳ ହୋଇ ପଡ଼ିଛି। ସୋଲାର ଲାଇଟର ବ୍ୟାଟେରି  ଓ ଇନଭରଟର ଖରାପ ହୋଇ ପଡ଼ିଛି।

ଜାମଛାଟ ଗ୍ରାମବାସୀ କିଶୋର କାଣ୍ଡୋଲିନା କହିଛନ୍ତି, ନାଳରେ ପୋଲ ନଥିବାରୁ ବହୁତ ହଇରାଣ ହେଉଛୁ। ଯେଉଁ ପୋଲ ତିଆରି ହୋଇଛି, ତାହା ଅଧା ଖଣ୍ଡିଆ ହୋଇ ପଡ଼ି ରହିଛି। ବର୍ଷା ଦିନେ ଆମେ ବେଶି ହଇରାଣ ହେଇଥାଉ। ନାଳରେ ପାଣି ଜମି ଯାଉଥିବାରୁ ବଜାର ହାଟକୁ ଯାଇ ପାରି ନ ଥାଉ। ନିର୍ବାଚନ ସମୟରେ ସମସ୍ତେ କରି ଦେବେ ବୋଲି ପ୍ରତିଶ୍ରୁତି ଦିଅନ୍ତି। ପରେ କେହି କିଛି କାମ କରନ୍ତି ନାହିଁ।

ଏହିପରି କିଛି ଅବସ୍ଥା ମୁଚିବାହାଲ ପଞ୍ଚାୟତର ବାଗଦୁଲି ଗାଁର। ଏହି ଗାଁକୁ ଯିବା ପାଇଁ ହେଲେ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼ିଥାଏ। ଏହି ଗାଁରେ ପ୍ରାୟ ଦୁଇ ଶହ ଆଦିବାସୀ ପରିବାର ବସବାସ କରନ୍ତି। ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ଯେଉଁ ମାଟି ରାସ୍ତାଟିଏ ଅଛି ତାହା ଖାଲ, ଢିପ ଓ ଖାଲଖମାରେ ଭର୍ତ୍ତି। ଗାଁକୁ ଆମ୍ବୁଲାନ୍ସ ଆସିପାରେ ନାହିଁ। ରୋଗୀ ହୁଅନ୍ତୁ କି ଗର୍ଭବତୀ- ସମସ୍ତଙ୍କୁ ଖଟିଆରେ ବୋହି ନେବାକୁ ପଡ଼ିଥାଏ।

[caption id="attachment_709646" align="aligncenter" width="650"]Village ଟ୍ରାନ୍ସଫର୍ମର ବସିଛି, ହେଲେ ଲାଇନ ନାହିଁ[/caption]

ଏହି ଗାଁକୁ ମଧ୍ୟ ବିଜୁଳି ଆସିନାହିଁ। କିନ୍ତୁ ଗାଁକୁ ବିଦ୍ୟୁତ୍ ସଂଯୋଗ ଦେବାକୁ ୧୦ ବର୍ଷ ତଳେ ବିଦ୍ୟୁତ୍ ଖୁଣ୍ଟ ପୋତା ଯିବା ସହିତ ଟ୍ରାନ୍ସଫର୍ମର ବସା ଯାଇଥିଲା। ହେଲେ ସେତିକିରେ ଅଟକିଗଲା କାମ। ଏପର୍ଯ୍ୟନ୍ତ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇପାରିଲା ନାହିଁ।

ପ୍ୟାରୀ କୁଜୁରୁ କହିଛନ୍ତି, ଆମ ଗାଁକୁ ଭଲ ରାସ୍ତାଟିଏ ନ ଥିବାରୁ ବଡ଼ ଗାଡି ଗାଁକୁ ଆସିପାରେ ନାହିଁ। ଆମ ଗାଁକୁ କରେଣ୍ଟ ମଧ୍ୟ ଆସି ନାହିଁ। ପିଲାମାନେ ଡିବିରି ଓ ଲଣ୍ଠନ ଜାଳି ପାଠ ପଢ଼ୁଛନ୍ତି। ଆମ ଗାଁରେ ପିଇବା ପାଣିର ସମସ୍ୟା ରହିଛି। ଏହାସହ ଆମ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ମଧ୍ୟ ନାହିଁ। ନେତାମାନେ ଭୋଟ୍‌ ସମୟରେ ସବୁ କରିଦେବେ କହୁଛନ୍ତି, ହେଲେ କିଛି କେହି କରୁ ନାହାନ୍ତି।  ଅଫିସର ମାନେ ଆସି  ଫଟୋ ଉଠାଇ ଯାଉଛନ୍ତି, ହେଲେ କେହି କିଛି କରୁ ନାହାନ୍ତି।

ରେଢ଼ାଖୋଲ ଉପ-ଜିଲ୍ଲାପାଳ ପବିତ୍ର ବେହେରା କହିଛନ୍ତି, ଏହି ଦୁଇଟି ଗାଁର ସମସ୍ୟା ନେଇ ମୋ ପାଖକୁ ଆଗରୁ କିଛି ଅଭିଯୋଗ ଆସି ନାହିଁ। ସମସ୍ୟାର ସମ୍ପର୍କରେ ଜାଣିଲା ପରେ ପର୍ଯ୍ୟାୟ କ୍ରମେ ସେଗୁଡ଼ିକର ସମାଧାନ କରିବାକୁ  ଚେଷ୍ଟା କରବି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe