ଠେଲକୋମୁଣ୍ଡାରେ ପାଣି ପାଇଁ ହାହାକାର; ଅଧପନ୍ତରିଆ ହୋଇ ପଡ଼ିଛି ଜଳଯୋଗାଣ ପ୍ରକଳ୍ପ

ବଲାଙ୍ଗିର: ଲୋକଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦେବା ପାଇଁ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ୍ ଅଧୀନ ଠେଲକୋମୁଣ୍ଡା ଗାଁରେ ୪ ବର୍ଷ ତଳେ ଆରମ୍ଭ କରାଯାଇଥିଲା ଏକ ଜଳ ଯୋଗାଣ ପ୍ରକଳ୍ପ। ତେବେ କୂଅ ଖୋଳା ଓ ଟ୍ରାନ୍ସଫର୍ମର ବସାଇବା ପରେ ଅଟକି ଯାଇଛି ଏହି ପ୍ରକଳ୍ପ କାମ। ଆଉ ଆଗେଇ ପାରିନି। ଫଳରେ ଗାଁ ଲୋକେ ପାନୀୟ ଜଳ ପାଇଁ ଭାରି ହନ୍ତସନ୍ତ ହେଉଛନ୍ତି। ଦୁଇଟି ୱାର୍ଡ ବିଶିଷ୍ଟ ଠେଲକୋମୁଣ୍ଡାରେ ବାସ କରନ୍ତି […]

thelkomundaproject

thelkomundaproject

Rakesh Mallick
  • Published: Thursday, 26 May 2016
  • Updated: 26 May 2016, 11:47 AM IST

Sports

Latest News

ବଲାଙ୍ଗିର: ଲୋକଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦେବା ପାଇଁ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ୍ ଅଧୀନ ଠେଲକୋମୁଣ୍ଡା ଗାଁରେ ୪ ବର୍ଷ ତଳେ ଆରମ୍ଭ କରାଯାଇଥିଲା ଏକ ଜଳ ଯୋଗାଣ ପ୍ରକଳ୍ପ। ତେବେ କୂଅ ଖୋଳା ଓ ଟ୍ରାନ୍ସଫର୍ମର ବସାଇବା ପରେ ଅଟକି ଯାଇଛି ଏହି ପ୍ରକଳ୍ପ କାମ। ଆଉ ଆଗେଇ ପାରିନି। ଫଳରେ ଗାଁ ଲୋକେ ପାନୀୟ ଜଳ ପାଇଁ ଭାରି ହନ୍ତସନ୍ତ ହେଉଛନ୍ତି।

ଦୁଇଟି ୱାର୍ଡ ବିଶିଷ୍ଟ ଠେଲକୋମୁଣ୍ଡାରେ ବାସ କରନ୍ତି ପ୍ରାୟ ୩,୫୦୦ ଲୋକ। ଏତେ ସଂଖ୍ୟକ ଲୋକଙ୍କ ପାଇଁ ଗାଁରେ ଅଛି ମାତ୍ର ଚାରୋଟି ନଳକୂପ। ପୁଣି ଚାରୋଟି ନଳକୂପ ମଧ୍ୟରୁ ତିନୋଟି ଅଚଳ ହୋଇ ପଡ଼ିରହିଛି। ବାକି ଗୋଟିଏ ନଳକୂପରୁ ଠିକ୍ ଭାବେ ପାଣି ବାହାରୁ ନାହିଁ। ଏଣୁ ଗାଁ ଲୋକଙ୍କ ଏକମାତ୍ର ଭରସା ହେଉଛି ଗାଁ ମଝିରେ ଥିବା କୂଅ। ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି କୂଅରୁ ଦଉଡ଼ି ଓ ବାଲ୍‌ଟି ସାହାଯ୍ୟରେ ପାଣି ସଂଗ୍ରହ କରନ୍ତି। ତେବେ ଖରାଦିନ ହୋଇଥିବାରୁ କୂଅ ପାଣି ବି ଶୁଖି ଯାଇଛି। କୂଅରେ ଯେତିକି ପାଣି ରହୁଛି ତାହାକୁ ଅଳ୍ପ ଅଳ୍ପ କରି ବଡ଼ କଷ୍ଟରେ ସଂଗ୍ରହ କରୁଛନ୍ତି। ସେଥିରେ ବାଲି ମଧ୍ୟ ଆସୁଛି। ସେହି ପାଣିକୁ ଲୋକେ ଛାଣି ବ୍ୟବହାର କରୁଛନ୍ତି।

bolangir1

ଗାଁର ସୁଶୀଲା ହାତୀ କହିଛନ୍ତି,“ବନ୍ଧ ପାଣି ଖରା ଯୋଗୁଁ ଶୁଖି ଯାଇଛି। ସେଠାରେ ଗାଧୋଇ ହେଉନି କି ଖାଇବା ପାଇଁ ପାଣି ସଂଗ୍ରହ କରି ହେଉନି। କୂଅ ବି ଶୁଖି ଗଲାଣି। ଆମ ଛୁଆପିଲା ପାଣି ପାଇଁ ଭାରି କଲବଲ ହେଉଛନ୍ତି। ପାଣି ସଂଗ୍ରହ କରିବାକୁ ଆମକୁ ପ୍ରତିଦିନ ତିନି ଚାରି ଘଣ୍ଟା ଲାଗୁଛି।”

ଠେଲକୋମୁଣ୍ଡା ଗ୍ରାମବାସୀଙ୍କ ଜଳ ସଂକଟ ଦୂର କରିବା ପାଇଁ ୨୦୧୨ ମସିହାରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଏକ ଜଳ ଯୋଗାଣ ପ୍ରକଳ୍ପ କାମ ଆରମ୍ଭ କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ୪୫ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଥିଲା। ପ୍ରକଳ୍ପ ପାଇଁ ଏକ କୂଅ ଖୋଳା ଯାଇଥିଲା ଓ ଏକ ଟ୍ରାନ୍ସଫର୍ମର ବସାଯାଇଥିଲା। କିନ୍ତୁ ତା’ପରେ ଆଉ କାମ ଆଗେଇ ପାରି ନ ଥିଲା। ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଅଧପନ୍ତରିଆ ହୋଇ ପଡ଼ି ରହିଛି ପ୍ରକଳ୍ପ କାର୍ଯ୍ୟ।

thelkomundaproject

ଠେଲକୋମୁଣ୍ଡା ୱାର୍ଡ ମେମ୍ବର ପ୍ରେମ ଛତ୍ରିଆ କହିଛନ୍ତି,“୨୦୧୨ରେ କୂଅ ଖୋଳି ଦେଲେ ଓ ଗୋଟିଏ ଟ୍ରାନ୍ସଫର୍ମର ବସାଇ ଦେଲେ। କୂଅ ପାଖରେ ଏକ ଛୋଟ ଘର ମଧ୍ୟ ନିର୍ମାଣ କରି ଦେଲେ। ତା’ପରେ ଆଉ କାହାରି ଦେଖାନାହିଁ। ଲୋକେ ପାଣି ପାଇଁ ଭାରି ହନ୍ତସନ୍ତ ହେଉଛନ୍ତି।”

ଗାଁର ପ୍ରହ୍ଲାଦ ରାଉତ କହିଛନ୍ତି,“ପ୍ରକଳ୍ପ କାମ ଶେଷ କରିବା ପାଇଁ ଗାଁ ଲୋକେ ବାରମ୍ବାର ଦାବି କରିଛନ୍ତି। ତେବେ ସଂପୃକ୍ତ କର୍ତ୍ତୃପକ୍ଷ ଏହାକୁ କର୍ଣ୍ଣପାତ କରି ନାହାନ୍ତି।”

ଅନ୍ୟପକ୍ଷରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ କହିଛନ୍ତି ଯେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story