ଆଜିର ବିଜ୍ଞାନର ଅଗ୍ରଗତିକୁ ନେଇ ଆମେ ମଣିଷ ନିଜକୁ ସୃଷ୍ଟିର ଶେଷ୍ଠ ଜୀବ ବୋଲି କହୁଛି। ଚନ୍ଦ୍ରଠାରୁ ଆରମ୍ଭ କରି ମଙ୍ଗଳ ପର୍ଯ୍ୟନ୍ତ ମଣିଷର ପହଞ୍ଚି ହୋଇସାରିଛି। ପ୍ରକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ମିଳି ପାରୁଛି। ବିଜ୍ଞାନ ବଳରେ ମହାମାରୀକୁ ରୋକାଯାଇ ପାରୁଛି। ଏହି ବିଜ୍ଞାନ ଏମିତି ଅସ୍ତ୍ର (ପରମାଣୁ ବୋମା) ବନାଇଛି, ଯାହା ନିମିଷକରେ ସୃଷ୍ଟିକୁ ଧ୍ୱଂସ କରିବାର କ୍ଷମତା ରଖୁଛି। ହେଲେ ବିଜ୍ଞାନର ଏତେସବୁ ଅଗ୍ରଗତି ଭାରତୀୟ ପ୍ରାକୃତିକ ଓ ଯୋଗ ବିଜ୍ଞାନ (Yogic science)ର କାଣିଚାଏ ମଧ୍ୟ ନୁହେଁ। ଅର୍ଥାତ ଆଧୁନିକ ମଣିଷ ବିଜ୍ଞାନରେ ଯେତେ ଉନ୍ନତି କରିଛି ତାହା ଭାରତୀୟ Yogic science ର ମାତ୍ର ୧୦ ପ୍ରତିଶତ ସହ ସମାନ। ଏହାର ପ୍ରମାଣ ଆଜି ବି ଏହି ଧରାପୃଷ୍ଟରେ ରହିଛି। ଦେଶରେ ଥିବା ୮ଟି ଶୈବପୀଠ ହେଉଛି ଏହାର ପ୍ରମାଣ।
ଉତ୍ତରାଖଣ୍ଡର କେଦାରନାଥ, ତେଲଙ୍ଗାନାର କଲେଶ୍ୱରା ମୁକ୍ତେଶ୍ୱରା, ଆନ୍ଧ୍ରପ୍ରଦେଶର ଶ୍ରୀ କଳାହସ୍ତେଶ୍ୱର, ତାମିଲନାଡୁର ଏକାମ୍ବରେଶ୍ୱର, ଅନ୍ନାମଲାଇୟର, ଥିଲ୍ଲାଇ ନଟରାଜ ଓ ରାମାନାଥସ୍ୱାମୀ ମନ୍ଦିର ହେଉଛି ଏପରି ୮ଟି ଶୈବପୀଠ ଯାହା ପରସ୍ପରଠାରୁ ହଜାରେରୁ ଅଧିକ କିଲୋମିଟର ଦୂରରେ ଥାଇ ମଧ୍ୟ ଗୋଟିଏ ସରଳରେଖାରେ ରହିଛନ୍ତି।
ପ୍ରାଚୀନ ହିନ୍ଦୁ ସଭ୍ୟତାରେ ଏପରି କେଉଁ ପ୍ରଣାଳୀକୁ ନେଇ ଏହି ମନ୍ଦିର ତିଆରି କରାଯାଇଛି ଯାହା ଏମାନଙ୍କୁ ଗୋଟିଏ ସରଳରେଖାରେ ରଖିଛି ଆଜିର ବୈଜ୍ଞାନିକମାନଙ୍କ ପାଇଁ ଅସମାହିତ ପ୍ରଶ୍ନ ହୋଇ ରହିଛି।
ବୈଜ୍ଞାନିକମାନଙ୍କ ମତରେ ପ୍ରାଚୀନ ଯୁଗରେ ଭାରତୀୟ ମୁନିଋଷିଙ୍କ ପାଖରେ ଏମିତି କିଛି ଟେକ୍ନୋଲଜି ଥିଲା ଯାହାଦ୍ୱାରା ଭୌଗଳିକ ଅକ୍ଷକୁ ମାପି ହଜାର ହଜାର କିଲୋମିଟର ଦୂର ହେଲେ ମଧ୍ୟ ଏହି ୮ଟି ମନ୍ଦିରକୁ ଗୋଟିଏ ରେଖାରେ ବନାଇଛନ୍ତି। ବିନା କୌଣସି ମାପ ପ୍ରଣାଳୀରେ ଏପରି କରିବା ଅସମ୍ଭବ।
ସୂଚନାଯୋଗ୍ୟ ଏହି ସମସ୍ତ ମନ୍ଦିର 79°E,41’,54” ଲଙ୍ଗିଚୁଡ ଲାଇନ୍ରେ ରହିଛନ୍ତି। ଯାହା ପ୍ରମାଣ କରୁଛି ଆଧୁନିକ ବିଜ୍ଞାନର ଅଗ୍ରଗତି Yogic science ର ମାତ୍ର ୧୦ ପ୍ରତିଶତ।