ପବ୍ଲିକ୍‌ରେ ଅଭଦ୍ରାମିର ଶିକାର ହୋଇଥିବା କିଛି ବଲିଉଡ୍ ଅଭିନେତ୍ରୀ

ଝିଅମାନଙ୍କୁ ଅସଦାଚରଣ, ଦୁର୍ବ୍ୟବହାର ଓ ଅଶ୍ଳୀଳ ଇଙ୍ଗିତ କରାଯିବ ଖବର ପ୍ରାୟ ପ୍ରତିଦିନ ଗଣମାଧ୍ୟମଗୁଡ଼ିକରେ ଆସୁଛି। ଏହାକୁ ରୋକା ଯିବାକୁ ଲଗାତାର ପ୍ରୟାସ କରାଯାଉଛି। କିନ୍ତୁ ଏନେଇ ହେଉଥିବା ଅଭିଯୋଗ ସଂଖ୍ୟା ହ୍ରାସ ପାଉନାହିଁ। ଏପରିକି ଏଥିରୁ ବଲିଉଡ୍‌ର ହିରୋଇନ୍‌ମାନେ ବି ବାଦ୍ ପଡ଼ି ନାହାନ୍ତି। ବଲିଉଡ୍‌ର ଅନେକ ଅଭିନେତ୍ରୀ ସାର୍ବଜନୀନ ସ୍ଥାନରେ ଅଭଦ୍ରାମିର ଶିକାର ହୋଇଛନ୍ତି। ଭିଡ଼ର ଫାଇଦା ଉଠାଇ କିଛି ସମୟରେ ରୋଡ୍‌ ରୋମିଓମାନେ ଅଭିନେତ୍ରୀଙ୍କ ଦେହରେ ହାତ ମଧ୍ୟ ମାରି ଦେଇଛନ୍ତି। ଆଜି […]

Rakesh Mallick
  • Published: Tuesday, 10 October 2017
  • , Updated: 10 October 2017, 01:23 AM IST

ଝିଅମାନଙ୍କୁ ଅସଦାଚରଣ, ଦୁର୍ବ୍ୟବହାର ଓ ଅଶ୍ଳୀଳ ଇଙ୍ଗିତ କରାଯିବ ଖବର ପ୍ରାୟ ପ୍ରତିଦିନ ଗଣମାଧ୍ୟମଗୁଡ଼ିକରେ ଆସୁଛି। ଏହାକୁ ରୋକା ଯିବାକୁ ଲଗାତାର ପ୍ରୟାସ କରାଯାଉଛି। କିନ୍ତୁ ଏନେଇ ହେଉଥିବା ଅଭିଯୋଗ ସଂଖ୍ୟା ହ୍ରାସ ପାଉନାହିଁ। ଏପରିକି ଏଥିରୁ ବଲିଉଡ୍‌ର ହିରୋଇନ୍‌ମାନେ ବି ବାଦ୍ ପଡ଼ି ନାହାନ୍ତି। ବଲିଉଡ୍‌ର ଅନେକ ଅଭିନେତ୍ରୀ ସାର୍ବଜନୀନ ସ୍ଥାନରେ ଅଭଦ୍ରାମିର ଶିକାର ହୋଇଛନ୍ତି। ଭିଡ଼ର ଫାଇଦା ଉଠାଇ କିଛି ସମୟରେ ରୋଡ୍‌ ରୋମିଓମାନେ ଅଭିନେତ୍ରୀଙ୍କ ଦେହରେ ହାତ ମଧ୍ୟ ମାରି ଦେଇଛନ୍ତି। ଆଜି ଆମେ ସେହି ଅଭିନେତ୍ରୀମାନଙ୍କ ସଂପର୍କରେ ଆଲୋଚନା କରିବା ଯେଉଁମାନେ ପବ୍ଲିକ୍ ପ୍ଲେସ୍‌ରେ ଅଭଦ୍ରାମିର ଶିକାର ହୋଇଛନ୍ତି।

କରୀନା କପୁର ଖାନ: ୨୦୧୩ ମସିହାରେ ଏକ ଇଭେଣ୍ଟରେ ଯୋଗ ଦେବାକୁ ଯାଇଥିବା କରୀନା କପୁର ଖାନ ଅଭଦ୍ରାମିର ଶିକାର ହୋଇଥିଲେ। ସେ କାର୍ଯ୍ୟକ୍ରମ ସାରି ବାହାରକୁ ଆସିବା ପରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରୁ କେତେ ଜଣ ତାଙ୍କ ଆଡ଼କୁ ଆସିବା ସହିତ ତାଙ୍କୁ ସ୍ପର୍ଶ କରିବାକୁ ଚେଷ୍ଟା କରିଥିଲେ। ତେବେ ଉପସ୍ଥିତ ବାଉନ୍‌ସରମାନେ ତାଙ୍କୁ ସେଠାରୁ ସୁରକ୍ଷିତ ବାହାର କରିଥିଲେ।

ସୋନାକ୍ଷୀ ସିହ୍ନା: ୨୦୧୦ ମସିହାରେ ଏକ ଇଭେଣ୍ଟରେ ଯୋଗ ଦେବା ଅବସରରେ ସୋନାକ୍ଷୀଙ୍କୁ ଭିଡ଼ ଭିତରୁ କିଛି ଲୋକ ଅଶ୍ଳୀଳ କମେଣ୍ଟ୍ ମାରିଥିଲେ ଓ ତାଙ୍କୁ ସ୍ପର୍ଶ କରିବାକୁ ଉଦ୍ୟମ କରିଥିଲେ। ଏଥିରେ ସୋନାକ୍ଷୀ ମର୍ମାହତ ହୋଇପଡ଼ିଥିଲେ ଓ କାନ୍ଦି ପକାଇଥିଲେ। ଦକ୍ଷିଣ ମୁମ୍ବାଇର ଗାନ୍ଧି ମୈଦାନରେ ଏହି ଘଟଣା ଘଟିଥିଲା।

କ୍ୟାଟ୍ରିନା କୈଫ୍: ୨୦୧୦ ମସିହାରେ କ୍ୟାଟ୍ରିନା କୈଫ୍ ଦକ୍ଷିଣ କୋଲକାତାର ଏକ ଦୁର୍ଗା ପୂଜା କମିଟିର ଫଙ୍କସନ୍‌ରେ ସାମିଲ ହେବାକୁ ଯାଇଥିଲେ। ସେଠାରେ କିଛି ଲୋକ କ୍ୟାଟ୍ରିନାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀଙ୍କୁ ଠେଲାପେଲା କରି ତାଙ୍କ ପାଖରେ ପହଞ୍ଚି ଯାଇଥିଲେ ଓ ତାଙ୍କୁ ସ୍ପର୍ଶ କରିଥିଲେ।

ଅମିଷା ପଟେଲ: ଉତ୍ତର ପ୍ରଦେଶର ଗୋରଖପୁରରେ ଅମିଷା ପଟେଲ ଦୁର୍ବ୍ୟବହାରର ଶିକାର ହୋଇଥିଲେ। ସେ ଯେତେବେଳେ ଭିଡ଼ ପାର ହୋଇ ଶୋରୁମ୍ ଭିତରକୁ ଯାଉଥିଲେ ସେତେବେଳେ ଜଣେ ଯୁବକ ତାଙ୍କୁ ଜବରଦସ୍ତି ସ୍ପର୍ଶ କରିଥିଲେ। ଏହା ପରେ ଅମିଷା ରାଗି ଯାଇଥିଲେ ଓ ସେ ଉକ୍ତ ଯୁବକଙ୍କୁ ଏକ ଥାପଡ଼ ଦେଇଥିଲେ।

ସୋନମ କପୁର: ଫିଲ୍ମ ‘ରାଂଝଣା’ର ପ୍ରମୋସନ ପାଇଁ ସେ ଏକ ଥିଏଟରକୁ ଯାଇଥିବା ବେଳେ କିଛି ଫ୍ୟାନ୍‌ ତାଙ୍କୁ ସ୍ପର୍ଶ କରିବାକୁ ଉଦ୍ୟମ କରିଥିଲେ। ଏହା ପରେ ଫିଲ୍ମର ହୀରୋ ଧନୁଷ ତାଙ୍କୁ ସେଠାରୁ ବାହାର କରିଥିଲେ।

ବିପାସା ବସୁ: ଫିଲ୍ମ ‘ରାଜ୍ ୩’ ପ୍ରମୋସନ କରିବାକୁ ବିପାସା ଅହମଦାବାଦ ଯାଇଥିବା ବେଳେ ଜଣେ ଯୁବକ ତାଙ୍କ ସ୍କର୍ଟ ଟାଣିବାକୁ ଉଦ୍ୟମ କରିଥିଲା। ଏହା ବ୍ୟତୀତ ମୁମ୍ବାଇର ନ୍ୟୁଜର୍ସିରେ ମଧ୍ୟ ଅଭଦ୍ରାମିର ଶିକାର ହୋଇଥିଲେ ବିପାସା।

ସୁସ୍ମିତା ସେନ: ମିସ୍ ୟୁନିଭର୍ସ ସୁସ୍ମିତା ସେନ୍ ମଧ୍ୟ ଅଭଦ୍ରାମିର ଶିକାର ହୋଇଛନ୍ତି। ଏକ ଗହଣା ଦୋକାନର ଉଦ୍‌ଘାଟନ କରିବାକୁ ଥରେ ସେ ପୁନେ ଯାଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ଫେରିବା ପାଇଁ ନିଜ ଗାଡ଼ିରେ ବସିବାକୁ ଯାଉଥିବା ବେଳେ ସେଠାରେ ଉପସ୍ଥିତ କିଛି ଲୋକ ତାଙ୍କ ଆଡ଼କୁ ମାଡ଼ି ଆସିବା ସହ ତାଙ୍କୁ ସ୍ପର୍ଶ କରିବାକୁ ଉଦ୍ୟମ କରିଥିଲେ।

Related story