କୁକୁର ପାଖରେ ରଖନ୍ତୁନି ଚାମଚ, ଷ୍ଟାପଲର, କଣ୍ଟା, ଚାର୍ଜର, ମୁଦି: ତଣ୍ଡ ଗଣିବେ ଲକ୍ଷାଧିକ ଟଙ୍କା

ଆପଣ କୁକୁର ପାଳିବାକୁ ଭଲ ପାଆନ୍ତି କି ? ଯଦି ଆପଣଙ୍କ ଘରେ କୁକୁର ଥିବ ତେବେ ଚାମଚ, ଷ୍ଟାପଲର, କଣ୍ଟା, ଫେ।ନ ଚାର୍ଜର, ମୁଦି ଭଳି ଜିନିଷକୁ ସେମାନଙ୍କଠାରୁ ଦୂରେଇ ରଖନ୍ତୁ। କାରଣ ବହୁ ସମୟରେ ପୋଷା କୁକୁର ଏହି ସବୁ ଦ୍ରବ୍ୟକୁ ଖାଇ ଦେବାର ନଜର ରହିଛି। ତେବେ ଏହାକୁ ଖାଇବା ପରେ ମାଲିକମାନେ କିପରି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏଥିପାଇଁ ଆପଣଙ୍କୁ ୧୦୦ କି ୨୦୦ ନୁହେଁ […]

dog

Rakesh Mallick
  • Published: Tuesday, 08 August 2017
  • , Updated: 08 August 2017, 11:31 AM IST

ଆପଣ କୁକୁର ପାଳିବାକୁ ଭଲ ପାଆନ୍ତି କି ? ଯଦି ଆପଣଙ୍କ ଘରେ କୁକୁର ଥିବ ତେବେ ଚାମଚ, ଷ୍ଟାପଲର, କଣ୍ଟା, ଫେ।ନ ଚାର୍ଜର, ମୁଦି ଭଳି ଜିନିଷକୁ ସେମାନଙ୍କଠାରୁ ଦୂରେଇ ରଖନ୍ତୁ। କାରଣ ବହୁ ସମୟରେ ପୋଷା କୁକୁର ଏହି ସବୁ ଦ୍ରବ୍ୟକୁ ଖାଇ ଦେବାର ନଜର ରହିଛି। ତେବେ ଏହାକୁ ଖାଇବା ପରେ ମାଲିକମାନେ କିପରି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏଥିପାଇଁ ଆପଣଙ୍କୁ ୧୦୦ କି ୨୦୦ ନୁହେଁ ଲକ୍ଷ ଲକ୍ଷ ଟଙ୍କାର ତଣ୍ଡ ଗଣିବାକୁ ପଡିପାରେ। ଆସନ୍ତୁ ଜାଣିବା ଏପରି ଦ୍ରବ୍ୟ ଖାଇ ଦେଇଥିବା କିଛି କୁକୁରଙ୍କ ସମ୍ପର୍କରେ।

ବୁଗି ନାମକ ପୋଷା କୁକୁର ଔଷଧ ଖାଉ ଖାଉ ଏକ ଚାମଚକୁ ଗିଳି ଦେଇଥିଲା। ଫଳରେ ତା’ର ସର୍ଜରୀ କରିବାକୁ ପଡିଥିଲା। ଏବିସି ନ୍ୟୁଜ ମୁତାବିକ ୨୦୦୯ରେ ହୋଇଥିବା ବୁଗିର ସର୍ଜରୀରେ ୫ ମିଲିୟନ ଡଲାର ଅର୍ଥାତ ୩୨ କୋଟି ଟଙ୍କ। ଖର୍ଚ୍ଚ କରିବାକୁ ପଡିଥିଲା ତା’ର ମାଲିକଙ୍କୁ।

ଲୁସିନୋର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାକୁ ଭେଟନାରୀ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାର ଏକ୍ସରେ କରାଯାଇଥିଲା। ଯେଉଁଥିରୁ ସେ ଏକ ମୁଦି ଗିଳି ଦେଇଥିବା ଜଣାପଡିଥିଲା। ଏହି ଏକ୍ସରେ ପାଇଁ ମାଲିକଙ୍କୁ ୩୦୦ ଡଲାର ଖର୍ଚ୍ଚ କରିବାକୁ ପଡିଥିଲା।

ଫ୍ରେଡ ନାମକ ନ୍ୟୁର୍ୟକରେ ରହୁଥିବା ଏହି କୁକୁର ଦିନେ ଅଙ୍ଗୁର ଖାଇ ଦେଇଥିଲା। ଅଙ୍ଗୁର କୁକୁରଙ୍କ ପାଇଁ ବିଷ ସହ ସମାନ। ଫ୍ରେଡର ଜୀବନ ବଞ୍ଚାଇବା ପାଇଁ ତାକୁ ବାନ୍ତି କରାଗଲା ଏବଂ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କେବଳ ଅଙ୍ଗୁର ନୁହେଁ ଗୋଟିଏ ଦିନରେ ସେ ଅଠା ଓ ଚାର୍ଜର ମଧ୍ୟ ଖାଇ ଦେଇଥିଲେ। ଡାକ୍ତର ଫ୍ରେଡର ସର୍ଜରୀ ପରେ ୨ଲକ୍ଷ ୨୩ହଜାର ଟଙ୍କ।ର ଲମ୍ୱା ବିଲ୍‌ ମାଲିକଙ୍କ ହାତରେ ଧରାଇ ଦେଇଥିଲେ ।

Related story