ବଜାରରେ ବିକ୍ରି ହେଉଛନ୍ତି କନିଆଁ  

ଆପଣ କେବେ ଏପରି ମାର୍କେଟ ଦେଖିଛନ୍ତି କି ଯେଉଁଠି କନ୍ୟା ବିକ୍ରି ହୁଅନ୍ତି? କିନ୍ତୁ ଏମିତି ବି ମାର୍କେଟ ଅଛି। ହଁ ଆଜ୍ଞା କଥାଟା ସତ। ବୁଲଗାରିଆର ଷ୍ଟାର ଜାଗୋରରେ ଏଭଳି  ଏକ ମାକେର୍ଟ ଅଛି। ପୁଅମାନେ ବିବାହ କରିବାକୁ ଏଠାରୁ କିଣି ଆଣନ୍ତି ନିଜ ମନ ପସନ୍ଦର କନ୍ୟା।  ଏହି ମାର୍କେଟରେ ଆଉ କିଛି ମିଳେନି। ଖାଲି କନ୍ୟା ବିକ୍ରି ହୁଅନ୍ତି। ତେବେ ଏହା ଏକ ନିତିଦିନିଆ ମାର୍କେଟ ନୁହେଁ। ଏହି ମାକେର୍ଟ ତିନି ବର୍ଷରେ […]

v

Rakesh Mallick
  • Published: Wednesday, 05 April 2017
  • , Updated: 05 April 2017, 02:08 PM IST

ଆପଣ କେବେ ଏପରି ମାର୍କେଟ ଦେଖିଛନ୍ତି କି ଯେଉଁଠି କନ୍ୟା ବିକ୍ରି ହୁଅନ୍ତି? କିନ୍ତୁ ଏମିତି ବି ମାର୍କେଟ ଅଛି। ହଁ ଆଜ୍ଞା କଥାଟା ସତ। ବୁଲଗାରିଆର ଷ୍ଟାର ଜାଗୋରରେ ଏଭଳି  ଏକ ମାକେର୍ଟ ଅଛି। ପୁଅମାନେ ବିବାହ କରିବାକୁ ଏଠାରୁ କିଣି ଆଣନ୍ତି ନିଜ ମନ ପସନ୍ଦର କନ୍ୟା।  ଏହି ମାର୍କେଟରେ ଆଉ କିଛି ମିଳେନି। ଖାଲି କନ୍ୟା ବିକ୍ରି ହୁଅନ୍ତି।

ତେବେ ଏହା ଏକ ନିତିଦିନିଆ ମାର୍କେଟ ନୁହେଁ। ଏହି ମାକେର୍ଟ ତିନି ବର୍ଷରେ ଥରେ ପଡ଼େ। ଗରିବ ପରିବାରର ଝିଅକୁ ଏହି ମାର୍କେଟରେ ବିକ୍ରି କରାଯାଏ। ଏହି ଝିଅମାନଙ୍କୁ ସେମାନଙ୍କ ପରିବାର ଲୋକ ବିବାହ କରିବା ପାଇଁ ସକ୍ଷମ ନ ଥାନ୍ତି।

ପୁଅମାନେ ନିଜର ପରିବାର ସହ ଆସି ଝିଅ ପସନ୍ଦ କରନ୍ତି। ପୁଅ ଝିଅକୁ ପସନ୍ଦ କରିବା ପରେ ତାକୁ ସ୍ତ୍ରୀ ରୂପେ ଗ୍ରହଣ କରେ। କିନ୍ତୁ ବିବାହ ପୂର୍ବରୁ ପୁଅକୁ ଝିଅ ସହିତ କଥା ହେବା ପାଇଁ ସୁବିଧା ଦିଆଯାଇଥାଏ। ପରେ ପୁଅ ଘର ଲୋକେ ଝିଅ ଘରକୁ ଟଙ୍କା ଦିଅନ୍ତି। ଗରିବ ଲୋକେ ସେମାନଙ୍କ ଝିଅଙ୍କୁ ମାର୍କେଟରେ ବିକ୍ରି  କରିବାର ଏହି ପରମ୍ପରା ଏଠାରେ ବହୁ ଦିନରୁ ଚାଲିଆସୁଛି।

ଆଇନ ଅନୁସାରେ ଏହି ପ୍ରଥାକୁ କେବେ ବିରୋଧ କରାଯାଇନାହିଁ।

 

 

Related story